Below header

ମାଙ୍କଡ ଦେଲା ମଣିଷକୁ ସଚେତନତା ବାର୍ତ୍ତା, ଭିଡିଓରୁ ଦେଖନ୍ତୁ କେମିତି ଶୁଖିଲା ପତ୍ରରେ ବନ୍ଦ କରୁଛି ପାଣି

ଆଜିର ଡିଜିଟାଲ ଦୁନିଆରେ ଲୋକମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରହୁଛନ୍ତି। ସୋସିଆଲ ମିଡିଆରେ କିଛ ନା କିଛି ଭାଇାଲ ହେଉଛି। ଯାହାକୁ ଯାହା ପସନ୍ଦ ଆସିଲା ନିଜ କ୍ୟାମେରାରେ କଏଦ କରି ଭାଇରାଲ କରୁଛନ୍ତି। ଏହିସବୁ ଭାଇରାଲ ଭିଡିଓରେ କେବେ କେବେ ଆମକୁ ବହୁତ କିଛି ଶିଖିବାକୁ ମିଳିଯାଇଥାଏ। ଆଜି ମଧ୍ୟ ଆମେ ଆପଣଙ୍କୁ କିଛି ଏଭଳି ଭିଡିଓ ବିଷୟରେ ଜଣାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ପ୍ରଶଂସା କରି ରହିପାରିବେନାହିଁ।

monkii

ଭିଡିଓରେ ଆପଣ ଏକ ମାଙ୍କଡକୁ ଦେଖୁଥିବେ ଯାହାର କାମ କେତେ ମହାନ ଆପଣ ନିଜେ ବୁଝିଯିବେ। ମଣିଷ ଭଳି ସେମାନଙ୍କୁ ଟ୍ୟାପ ଖୋଲିଦେଲେ ପାଣି ପିଇ ଆସେନି। ଯେବେ ପାଣି ଟ୍ୟାପରେ ବାହାରେ ସେତେବେଳେ ପାଣି ପିଇ ଦିଅନ୍ତି ନଚେତ ନାଳ ନର୍ଦ୍ଦମା ପାଣି ପିଅନ୍ତି। ଅଭିଯୋଗ କରିବାର କ୍ଷମତା ଏମାନଙ୍କର ନାହିଁ। ହେଲେ ଏହି ଭିଡିଓ ମଣିଷ ସମାଜ ପାଇଁ ବହୁତ ବଡ଼ ବାର୍ତ୍ତା ରହିଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ମାଙ୍କଡଟି ପାଣି ଟ୍ୟାପ ପାଖରେ ବସିଛି ଓ ଟ୍ୟାପ ରୁ ଅନବରତ ପାଣି ବାହାରିବାରେ ଲାଗିଛି। ତେବେ ମାଙ୍କଡ଼ଟି ଟ୍ୟାପର ପାଣିକୁ ବନ୍ଦ କରିବାକୁ ଚେଷ୍ଟା କରୁଛି। ମାଙ୍କଡ଼ଟି ଟ୍ୟାପରେ ନିଜ ହାତ ରଖି ପାଣି ବନ୍ଦ କରିବାକୁ ଚେଷ୍ଟା କରୁଛି ଯେତେବେଳେ ପାଣି ବନ୍ଦ ନହେଉଛି ସେ ପାଖରେ ପଡିଥିବା କିଛି ଶୁଖିଲା ପତ୍ର ଆଣି ପାଣି ବନ୍ଦ କରିବାକୁ ମଧ୍ୟ ଅକାଳ ପରିଶ୍ରମ କରୁଛି।

monkey video

ମାଙ୍କଡର ଏହି କାମ ଆଗରେ ମଣିଷ ହାର ମାନିଛି। ଆମକୁ ବହୁତ ଏହି ଭିଡିଓରୁ ବହୁତ କିଛି ଶିଖିବାର ଅଛି , ଆମେ ସିନା ମଣିଷ କିନ୍ତୁ ପଶୁ ରୂପି ଏହି ମାଙ୍କଡଟି କରୁଛି ମଣିଷ ଭଳି କାମ। ଜଳ ସଙ୍କଟକୁ ଦୃଷ୍ଟିରେ ସରକାର ଲୋକଙ୍କୁ ବିଭିନ୍ନ ସଚେତନତା ବାର୍ତ୍ତା ଜଣାଉଛନ୍ତି ଏବଂ କିପରି ଜଳ ସଂରକ୍ଷଣ କରାଯାଇ ପାରିବ ତାହାକୁ ନେଇ ଅନେକ ସମୟରେ ସଚେତନ କାର୍ଯ୍ୟକ୍ରମ କରାଯାଇଥାଏ । ଏବେ ତ ଦେଶରେ ଏହି ସମସ୍ୟା ହଟାଇବା ପାଇଁ ବିଶେଷ ଜଳଶକ୍ତି ମନ୍ତ୍ରାଳୟ ବି ପ୍ରସ୍ତୁତ କରାଯାଇଛି । ଏସବୁ ସତ୍ତ୍ୱେ ଲୋକମାନେ ଏହି ଜଳସଙ୍କଟକୁ ଗମ୍ଭୀରତା ସହ ନେଉ ନ ଥିବାବେଳେ ମାଙ୍କଡ ଏହାର ଗୁରୁତ୍ୱକୁ ବୁଝି ଲୋକମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.