ଦୁନିଆର ଏକ ଅଦ୍ଭୁତ ସହର ‘ହିଲଗର୍ମିସନ’, ଯେଉଁଠାରେ ରାସ୍ତା ଠାରୁ ଆରମ୍ଭ କରି ଗଳି ପର୍ଯ୍ୟନ୍ତ ସବୁ ବେନାମ

ବର୍ତ୍ତମାନ ସମୟରେ ପ୍ରତି ସଡକ, ପ୍ରତି ଗଳି, ପ୍ରତି ସ୍ଥାନର କିଛି ନା କିଛି ନାମ ରହିଛି। ଯଦି ଏହି ସବୁ ସ୍ଥାନମାନଙ୍କର ନାମ ନଥାନ୍ତା, ତେବେ ଭାବନ୍ତୁ ଆମ୍ଭମାନଙ୍କୁ କେତେ ଅସୁବିଧାର ସାମ୍ନା କରିବାକୁ ପଡିଥାନ୍ତି। କୌଣସି ଜାଗାକୁ ଯିବାକୁ ହଇରାଣ ହେବା ସହ ଘରର ଠିକଣା ମଧ୍ୟ ଆମେ ପାଇନଥାନ୍ତେ। ସେଥିପାଇଁ ସମସ୍ତ ଜାଗାର ନାମ ପୂର୍ବରୁ ଦିଆଯାଇଛି ଫଳରେ ଲୋକମାନେ କୌଣସି ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ କୌଣସି ଅସୁବିଧାର ସାମ୍ନା କରୁନାହାନ୍ତି।

Hilgermissen

କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ରହିଛି, ଯେଉଁଠିକାର ରାସ୍ତାଘାଟ, ଗଳି କନ୍ଦି ସବୁ ବେନାମ। କାହାର ବି ନାମ ନାହିଁ। ଆପଣ ଭାବୁଥାଇ ପାରନ୍ତି, ଯଦି ଏମିତି ତେବେ ସେଠିକାର ଲୋକ କିପରି ରାସ୍ତା ଜାଣୁଥିବେ କିମ୍ବା ଘରର ଠିକଣା କହୁଥିବେ। ଏପରି ଏକ ସ୍ଥାନର ନାମ ହେଉଛି ହିଲଗର୍ମିସନ। ଯାହା ଜର୍ମାନୀରେ ରହିଛି। ସ୍ଥାନୀୟ ସଡକ କିମ୍ବା ଗଳିର ନାମକରଣ କରାଯିବା ଉଚିତ କି ନୁହେଁ ବୋଲି ଏଠିକାର ଲୋକମାନଙ୍କ ଠାରୁ ଜନମତ ସଂଗ୍ରହ କରାଯାଇଥିଲା । କିନ୍ତୁ ସେମାନେ ଏଠିକାର କୌଣସି ସଡକ କିମ୍ବା ଗଳିର ନାମ ଦେବାକୁ ମନା କରିଥିଲେ।

ଏହାସହ ପଢନ୍ତୁ ; ଦୁନିଆର ସବୁଠାରୁ ବୃହତ ଏବଂ ବିଳାସପୂର୍ଣ୍ଣ ସାମୁଦ୍ରିକ ଜାହାଜ, ଯାହାର ମୂଲ୍ୟ ଶୁଣିଲେ ଘୂରିଯିବ ଆପଣଙ୍କ ମୁଣ୍ଡ

hilmigressn

ଏହି ସହର ୧୯୭୦ରେ ଏକ ଛୋଟ ସମୁଦାୟ ଦ୍ୱାରା ଗଠନ କରାଯାଇଥିଲା। ଏଠାରେ କେବଳ ଘରର ନମ୍ବର ଏବଂ ଏକ ପୁରୁଣା ଗାଁର ନାମ ରହିଛି। ଏହି ସ୍ଥାନରେ ପାଖାପାଖି ୨,୨୦୦ ଲୋକ ରହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.