Below header

ନନ୍ଦନକାନନ ବୁଲିବାକୁ ଆସି ହଜିଗଲେ ବିରେନ, ଏବେ ଠିକଣା ପାଲଟିଛି ଜରାଶ୍ରମ

ସେଦିନ ବିରେନ ବୁଲି ଆସିଥାନ୍ତି ନନ୍ଦନକାନନ। ହଠାତ୍ ନିଜ ପରିବାର ଲୋକଙ୍କ ଠାରୁ କେମିତି କଣ ବିଚ୍ଛେଦ ହୋଇଗଲେ । ଆଉ ପରିବାର ଲୋକଙ୍କୁ ପାଇଲେ ନାହିଁ କି ପରିବାର ଲୋକ ବିରେନଙ୍କୁ ପାଇଲେ ନାହିଁ।

ଭୁବନେଶ୍ୱର(କେନ୍ୟୁଜ୍): ଜୟ ହନୁମାନ ଜୟ ଶ୍ରୀରାମ କହିଲେ ଆପେ ଆପେ ହାତ ଉପରକୁ ଉଠାଇ ଦେଇ ମୁହଁରେ ହସ ଫୁଟି ଯାଉଥିବା ମଣିଷର ଆଜି ଠିକଣା ପାଲଟିଛି ଏହି ରଘୁନାଥ ପୁର ଜରାନିବାସ । ଡାକିଲେ ଟିକେ ହସି ଦେଇ ପାଖକୁ ଆସି ପୁଣି ଚାଲି ଯାଉଥାନ୍ତି ।

ପ୍ରଥମେ ଆମେ ଯେତେବେଳେ ଦେଖା ହୋଇଥିଲୁ ଏହି ବ୍ୟକ୍ତି ଜଣଙ୍କ ସହ ଏହି ନନ୍ଦନକାନନ ନିକଟ ରଘୁନାଥପୁର ଗାଁ ପାଖରେ ଥିବା ଏକ ଜରାଶ୍ରମରେ ସେ ଏଣେତେଣେ ବୁଲୁଥିଲେ। ହାତରେ ବିସ୍କୁଟ ଦିଖଣ୍ଡ ଧରି ଖାଉଥିଲେ । ଜଣେ ଲୋକ ତାଙ୍କୁ ପଚାରିଲେ କିଛି କଥା । ସେ ଅଳ୍ପ ଉତ୍ତର ଦେଇ ଅଳ୍ପ ଏପଟ ସେପଟ ମୁହଁ ବୁଲାଇ ଖାଲି ହସୁଥିଲେ । ତାପରେ ଯେଉଁ ମାହାନ ବ୍ୟକ୍ତି ତାଙ୍କୁ ଏହି ଜରାଶ୍ରମରେ ଲାଳନ ପାଳନ କରି ରଖିଛନ୍ତି ତାଙ୍କୁ ପଚାରିଲୁ ।

ଏହି ଯେଉଁ ବ୍ୟକ୍ତି ଜଣଙ୍କ ଖାଲି ଦେହରେ କେବଳ ଧୋତି ଖଣ୍ଡେ ପିନ୍ଧି ଏଣେତେଣେ କଣ କହି କହି ବୁଲୁଛନ୍ତି ସେ କିଏ? ଏକଥା ଶୁଣି ଆମକୁ ଦେଖି ଅନ୍ୟ ଜଣେ ଓ ଜରାଶ୍ରମ ମାଲିକ କହିଲେ ଆରେ ବିରେନ ଗଲ ଖାଲି ଦେହ ଅଛ ଗଞ୍ଜିଟିଏ ପିନ୍ଧିଦେବ । କାଳ ବିଳମ୍ବ ନକରି ତାଙ୍କ କଥା ମାନି ବିରେନ ଚାଲିଲେ ଗଞ୍ଜି ପିନ୍ଧିବାକୁ । ଆଉ ଗଞ୍ଜି ନପିନ୍ଧି ଘର ଭିତରେ ଯାଇ ବସି ରହିଲେ । ପୁଣି ଯାଇ କହିବା ପରେ ଗଞ୍ଜି ଖୋଜିବା ଆରମ୍ଭ ହେଲା ବିରେନଙ୍କର । ଅନେକ ସମୟ ଏ ବସ୍ତା ସେ ବ୍ୟାଗ ଖୋଜି ଖୋଜି ଶେଷରେ ଗଞ୍ଜି ପାଇଲେ । ଏହାପରେ ଜରାଶ୍ରମ ମାଲିକ ବିଜୟ ପାତ୍ର ନିଜେ ଗଞ୍ଜି ପିନ୍ଧାଇ ଦେଲେ ବିରେନଙ୍କୁ । ଆଉ ଆମେ ଯେତେବେଳେ ପଚାରିଲୁ ସେ ବ୍ୟକ୍ତି ଜଣଙ୍କ କିଏ? ଉତ୍ତରରେ ସେ ଆରମ୍ଭ କଲେ ମୂଳରୁ କାହାଣୀ ।

ସତରେ ସବୁ କଥା ଶୁଣିଲା ପରେ ଏହା ଲାଗିଲା ଗୋଟିଏ କାହାଣୀ ପରି । ସେଦିନ ବିରେନ ବୁଲି ଆସିଥାନ୍ତି ନନ୍ଦନକାନନ । ହଠାତ୍ ନିଜ ପରିବାର ଲୋକଙ୍କ ଠାରୁ କେମିତି କଣ ବିଚ୍ଛେଦ ହୋଇଗଲେ । ଆଉ ପରିବାର ଲୋକଙ୍କୁ ପାଇଲେ ନାହିଁ କି ପରିବାର ଲୋକ ବିରେନଙ୍କୁ ପାଇଲେ ନାହିଁ। ବିରେନ ପରିବାର ଲୋକଙ୍କୁ ଖୋଜି ଖୋଜି ରାସ୍ତାରେ ଯାଉଥାନ୍ତି । ହଠାତ ଏକ ଅଜଣା ଗାଡି ଧକ୍କା ଦେଲା । ସେ ଗାଡି ଧକ୍କାରେ ପରେ ବିରେନକୁ ଉଦ୍ଧାର କରି ମେଡିକାଲ ନେଇଗଲେ ପୋଲିସ ଆଉ
ସ୍ଥାନୀୟ ଲୋକ ।

ଭଗବାନଙ୍କ କୃପାରୁ ବିରେନ ଭଲ ହୋଇଗଲେ । ହେଲେ ଭଲ ପରେ କେଉଁଠି କିଏ ରଖିବ? କାହା ଦାୟିତ୍ୱ ରେ ରହିବେ? ସେ ଚିନ୍ତାର ବିଷୟ ଥିଲା। ତେବେ ପୁଣି ବିରେନଙ୍କୁ ଆଣି ନନ୍ଦନକାନନ ଛକରେ ଛାଡି ଦିଆଗଲା । କିଛି ଦିନ ଦୋକାନ ବାରଣ୍ଡା ନନ୍ଦନକାନନ ଗେଟ ବାରଣ୍ଡା ପାଲଟିଲା ବିରେନଙ୍କର ଆଶ୍ରୟସ୍ଥଳ । ତାପରେ କରୋନା ସମୟରେ କିଛି ଲୋକ ଏହି ବିଜୟ ପାତ୍ରଙ୍କୁ ଅନୁରୋଧ କରି ବିରେନଙ୍କୁ ଛାଡିଦେଇଗଲେ ତାଙ୍କ ଜରାଶ୍ରାମରେ। ଏବେ ଏହି ଜରାଶ୍ରାମ ହିଁ ବିରେନଙ୍କ ପରିଚୟ ।

ଯାହା ଜଣା ପଡୁଛି ବିରେନଙ୍କ ଘର ବିହାର କିମ୍ବା ଛତିଶଗଡ କିମ୍ବା ଝାଡ଼ଖଣ୍ଡ ଅଂଚଳରେ ହୋଇ ଥାଇପରେ । ତେଣୁ ଏହି ଖବର ଦ୍ୱାରା ଯଦି ତାଙ୍କ ପରିବାର ଲୋକଙ୍କ ପାଖରେ ବିରେନ ପହଂଚି ପାରିବେ ତେବେ ବାକି ଜୀବନ ସୁଖରେ କଟି ଯିବ ତାଙ୍କର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.