ହାଇଦ୍ରାବାଦ-ଦୁବାଇର ଫ୍ଲାଇଟ୍ ହାଇଜ୍ୟାକ୍ ହୋଇପାରେ! ଏଭଳି ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ପୋଲିସ ଖାଲି କରାଇଲା ପୂରା ବିମାନ
ହାଇଦ୍ରାବାଦରୁ ଦୁବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ହାଇଜ୍ୟାକ୍ କରାଯାଇପାରେ। ଏଭଳି ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ବିମାନବନ୍ଦରରେ ଭୟର ବାତାବରଣ ଖେଳିଯାଇଥିଲା।
ହାଇଦ୍ରାବାଦରୁ ଦୁବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ହାଇଜ୍ୟାକ୍ କରାଯାଇପାରେ। ଏଭଳି ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ବିମାନବନ୍ଦରରେ ଭୟର ବାତାବରଣ ଖେଳିଯାଇଥିଲା। ସୂଚନା ଅନୁସାରେ, ଜଣେ ଅଜଣା ବ୍ୟକ୍ତି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲେ, ଯେଉଁଥିରେ ସେ ହାଇଦ୍ରାବାଦରୁ ଦୁବାଇ ଯାଉଥିବା ବିମାନକୁ ହାଇଜ୍ୟାକ୍ କରାଯିବା କଥା ଲେଖିଥିଲେ। ଏହାପରେ ବିମାନବନ୍ଦର କର୍ତ୍ତୃପକ୍ଷ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ କରୁଛି।
ଧମକ ମିଳିବା ପରେ ବିମାନବନ୍ଦର ଅଧିକାରୀମାନେ ବିମାନକୁ ଖାଲି କରାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଯେତେବେଳେ ପୋଲିସ ବିମାନ ଯାଞ୍ଚ କରିଥିଲା, ସେଠାରୁ କିଛି ସନ୍ଦେହଜନକ ଜିନିଷ ମିଳି ନ ଥିଲା। ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ଇ-ମେଲ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରି ଦେଇଛି। ପ୍ରଥମେ ଅଧିକାରୀମାନଙ୍କୁ ଲାଗିଥିଲା ଯେ ଏହା ମିଥ୍ୟା କଲ୍ ହୋଇପାରେ, କିନ୍ତୁ ଇମେଲ ମିଳିବା ପରେ ପୋଲିସ ବିମାନକୁ ଖାଲି କରାଇ ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୮ ରାତି ପ୍ରାୟ ୭ଟାରେ ବିମାନବନ୍ଦରରେ ଡ୍ୟୁଟି ସମୟରେ ଅଧିକାରୀମାନଙ୍କୁ ଏକ ମେଲ ମିଳିଥିଲା, ଯେଉଁଥିରେ ଲେଖାଥିଲା କି, ବିମାନରେ ଥିବା ଜଣେ ବ୍ୟକ୍ତି ପାକିସ୍ତାନର ସ୍ପାଏ ଏଜେନ୍ସି ଆଇଏସଆଇର ଇନ୍ଫର୍ମର୍। ତାଙ୍କୁ ନେଇ ସତର୍କ ରହିବା ଆବଶ୍ୟକ। ଇମେଲରେ ଲେଖା ହୋଇଥିଲା, ଯାତ୍ରୀ ବିମାନ ନମ୍ବର AI951କୁ ସେ ଅପହରଣ କରିନେଇ ପାରନ୍ତି। ହାଇଦ୍ରାବାଦ ବିମାନବନ୍ଦରରେ ମୁତୟନ ଅନେକ ଲୋକ ମଧ୍ୟ ଏଥିରେ ଜଡିତ ଥିବା କଥା ଇମେଲ୍ରେ ଉଲ୍ଲେଖ ଥିଲା।