କେସରର ମୂଲ୍ୟ ନୁହେଁ ବରଂ ଏବେ ଏହିସବୁ ଲାଭ ଉପରେ ଧ୍ୟାନ ଦିଅନ୍ତୁ
କେସର ଏକ ବହୁତ ମୂଲ୍ୟବାନ ଜିନିଷ । ଅତ୍ୟଧିକ ମୂଲ୍ୟ କାରଣରୁ ଆମେ ଏହାକୁ କିଣିନଥାଉ । କିନ୍ତୁ ଏହା ପ୍ରକୃତିର ଏକ ଏପରି ଭଣ୍ଡାର, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ ବୋଲି ବିବେଚନା କରାଯାଏ ।
କେସର ଏକ ବହୁତ ମୂଲ୍ୟବାନ ଜିନିଷ । ଅତ୍ୟଧିକ ମୂଲ୍ୟ କାରଣରୁ ଆମେ ଏହାକୁ କିଣିନଥାଉ । କିନ୍ତୁ ଏହା ପ୍ରକୃତିର ଏକ ଏପରି ଭଣ୍ଡାର, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ ବୋଲି ବିବେଚନା କରାଯାଏ । ପ୍ରଥମରେ ଇରାନରେ କେଶରର ସର୍ବାଧିକ ଚାଷ କରାଯାଏ । ଦ୍ୱିତୀୟରେ ଆଫଗାନିସ୍ତାନ ଏବଂ ଭାରତର କାଶ୍ମୀରରୁ ଏହି କେସର ମିଳିଥାଏ । କେସର ଖାଇବା ଦ୍ୱାରା ଶରୀର ଗରମ ରହିଥାଏ । ଏହାକୁ ପ୍ରାୟତଃ କ୍ଷୀର ସହ ମିଶାଇ ପିଆଯାଏ । ଯଦି ଆପଣ ଏହାକୁ ଖାଆନ୍ତି, ତେବେ ଏହା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା କେସରର ଉପକାରିତା ବିଷୟରେ…
-କେସରରେ ଆଣ୍ଟିଅକ୍ସିଡାଣ୍ଟସ୍ ଥାଏ ଯାହା ରେଟିନାର ରକ୍ଷା କରିଥାଏ ଏବଂ ଆଖିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏହା ମେକ୍ୟୁଲାର ଡିଜେନେରେସନ୍ ଏବଂ ମୋତିଆବିନ୍ଦୁ ଭଳି ଆଖି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
-କେସର ସାହାଯ୍ୟରେ ସ୍ମୃତିଶକ୍ତିର ଉନ୍ନତି ହୋଇଥାଏ । ଯେଉଁ ଲୋକମାନେ ଅନେକ ସମୟରେ ବହୁତ ଜିନିଷ ଭୁଲିଯାଆନ୍ତି ସେମାନଙ୍କୁ କେଶର ନିଶ୍ଚୟ ଖାଇବା ଉଚିତ୍ । ବୟସ ବଢିବା ସହିତ ଅନେକ ଲୋକ ଆଲ୍ଜଇମର୍ ରୋଗରେ ଆକ୍ରାନ୍ତ ହୁଅନ୍ତି, ଏହି ରୋରରୁ ରକ୍ଷା ପାଇବା ପାଇଁ ଆପଣ କେଶର ଖାଇପାରିବେ ।
-କେସରରେ ଅନେକ ଏପରି ଉତ୍ପାଦନ ଥାଏ ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇଥାଏ । ଏଥିରେ ଭିଟାମିନ C ଏବଂ ଆଣ୍ଟିଅକ୍ସିଡାଣ୍ଟସ୍ ରହିଛି । ଯାହା ସାଧାରଣ ଭାଇରାଲ ରୋଗ ଯେପରି ଥଣ୍ଡା, କାଶ, ଜ୍ୱର ଏବଂ ଫ୍ଲ୍ୟୁ ଭଳି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
ଦୁନିଆର ଅନେକ ରିସର୍ଚ୍ଚରୁ ଏହା ପ୍ରମାଣିତ ହୋଇଛି ଯେ କେସର ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟୀ ହୋଇପାରେ । ଏହା ରକ୍ତରେ ବ୍ଲଡ୍ ସୁଗାର ଲେବଲ୍ ଏବଂ ଇନସୁଲିନ୍ ସେନ୍ସେଟିଭିଟି ବଢାଇ ଥାଏ ।
କେସରରେ ଏପରି ଉତ୍ପାଦନ ଥାଏ ଯାହା ସେରୋଟୋନିନ୍ ଭଳି ନ୍ୟୁରେଟ୍ରାନ୍ସମିଟରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା ମନ ଭଲ ରହିବା ସହ ଡିପ୍ରେସନ୍ ରୁ ମୁକ୍ତି ମିଳିଥାଏ ।