Yamaha ଲଞ୍ଚ କଲା ନୂଆ ସ୍କୁଟର, ରହିଛି ବଢ଼ିଆ ଫିଚର୍ସ

Yamaha ଭାରତରେ Aerox 155ର ନୂଆ Monster Energy MotoGP ଏଡିସନ୍‌ ଲଞ୍ଚ କରିଛି । ଏହାର ଏକ୍ସ ସୋରୁମ୍ ମୂଲ୍ୟ ୧,୪୮,୩୦୦ ଟଙ୍କା ରଖାଯାଇଛି ।

Yamaha ଭାରତରେ Aerox 155ର ନୂଆ Monster Energy MotoGP ଏଡିସନ୍‌ ଲଞ୍ଚ କରିଛି । ଏହାର ଏକ୍ସ ସୋରୁମ୍ ମୂଲ୍ୟ ୧,୪୮,୩୦୦ ଟଙ୍କା ରଖାଯାଇଛି । ଏହି ମ୍ୟାକ୍ସି ସ୍କୁଟରର MotoGP ଏଡିସନ୍‌ ଲଞ୍ଚ କରିବା ପୂର୍ବରୁ କମ୍ପାନୀ R15M, MT-15 ଏବଂ Ray ZR 125ର MotoGP ଏଡିସନ୍‌ ମଧ୍ୟ ଲଞ୍ଚ କରିଛି । କିନ୍ତୁ ମେକାନିକାଲ ଏରୋକ୍ସରେ ଏରକ୍ସରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଷ୍ଟାଣ୍ଡାର୍ଡ ଏରକ୍ସ ତୁଳନାରେ ମୋଟୋ ଜିପି ଏଡିସନକୁ କସମେଟିକ୍ ଏବଂ ଫିଚର ଅପଡେଟ୍ ଦିଆଯାଇଛି ।

କଲର ଅପ୍ସନ :
Monster Energy ୟାମାହା ମୋଟୋ ଜିପି ଏଡିସନ୍‌ ବ୍ୟତୀତ, Aerox 155 ଚାରୋଟି କଲର ଅପ୍ସନରେ ମିଳୁଛି । ମେଟାଲିକ୍ ବ୍ଲାକ୍, ରେସିଂ ବ୍ଲୁ, ଗ୍ରେ ଭର୍ମିଲିୟନ ଏବଂ ସିଲଭର କଲରରେ ଏହା ଆସୁଛି । ଏହି ମଡେଲ୍ ବର୍ତ୍ତମାନ କ୍ଲାସ୍ ଡି ହେଡଲାଇଟ୍ ସହିତ ଲ୍ୟାସ୍‌ ହୋଇଛି, ଯାହା ଭଲ ଲାଇଟ୍‌ ଏବଂ ଭଲ ଭିଜିବିଲିଟି ଦେଇଥାଏ ।

ଇଞ୍ଜିନ୍:
Yamaha Aeroxରେ 155 ସିସି, ଲିକ୍ୱିଡ-କୁଲ୍ଡ, ବ୍ଲୁ କୋର ଇଞ୍ଜିନ୍ ରହିଛି । ଏହି ଇଞ୍ଜିନ୍ ୮,୦୦୦ rpmରେ ୧୪.୭bhp ଏବଂ ୬,୫୦୦ rpmରେ ୧୩.୯ Nm ଜେନେରେଟ କରେ । ଏହି ସ୍କୁଟର ବର୍ତ୍ତମାନ OBD2 ଏବଂ E20 ଫ୍‌୍ୟୁଲକୁ ସପୋର୍ଟ କରୁଛି ।

ଫିଚର୍ସ :
ଏହି ସ୍କୁଟରରେ ଅଲ-ଏଲଇଡି ଲାଇଟିଙ୍ଗ୍‌, ବ୍ଲୁଟୁଥ୍-ଏନେବଲ୍ଡ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ମଲ୍ଟିଫଙ୍କ୍ସନ୍ କି, ଅଟୋମେଟିକ ଷ୍ଟାର୍ଟ ଏବଂ ଷ୍ଟପ୍ ସିଷ୍ଟମ୍, ସାଇଡ୍-ଷ୍ଟାଣ୍ଡ ଇଞ୍ଜିନ୍ କଟ୍ ଅଫ୍ ଫଙ୍କ୍ସନ୍ ଏବଂ ସିଙ୍ଗଲ୍ ଚ୍ୟାନେଲ୍ ABS ମିଳିଥାଏ । ମ୍ୟାକ୍ସି ସ୍କୁଟରର ହାର୍ଡୱେରରେ ସସ୍ପେନ୍ସନ ପାଇଁ ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫୋର୍କସ୍ ଏବଂ ଟ୍ଵିନ୍‌ ସାଇଡେଡ୍‌ ରିୟର ସ୍ପି୍ରଙ୍ଗ୍ସ ସାମିଲ ରହିଛି । ବ୍ରେକିଂ ସେଟଅପ୍ ପାଇଁ ଫ୍ରଣ୍ଟରେ ୨୩୦ ମିଲିମିଟର ସିଙ୍ଗଲ୍ ଡିସ୍କ ଏବଂ ରିୟରରେ ୧୩୦ ମିଲିମିଟର ଡ୍ରମ୍ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.