ପ୍ରଥମେ ବାଇକ୍ ଆଉ ତା’ ପରେ ଡଙ୍ଗାରେ ବୁଲିଲେ ଏମଏସ୍ ଧୋନି, ଭିଡିଓ ଭାଇରଲ ପରେ ଫ୍ୟାନ୍ସ ଦେଲେ ଏମିତି ପ୍ରତିକ୍ରିୟା
ନୂଆ ଲୁକ୍ରେ ନୂଆ ମଜା ଉଠାଇଲେ ଧୋନି । ପ୍ରଥମେ ବାଇକ୍ ରାଇଡ ପରେ ଡଙ୍ଗାରେ ବୁଲିଲେ ଧୋନି । ଭିଡିଓ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।
ମହେନ୍ଦ୍ର ସିଂ ଧୋନିଙ୍କ ଭାରତୀୟ କ୍ରିକେଟ ଟିମରୁ ସନ୍ନ୍ୟାସ ନେବା ପରେ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି । ଧୋନିଙ୍କ ଲୁକ୍ ହେଉ ଅବା ବାଇକ୍ କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଧୋନିଙ୍କ ବାଇକ୍ ସଉକ ନେଇ ଅନେକ ଭିଡିଓ ଭାଇରଲ ହୋଇଛି । ଆଉ ଏବେ ପୁଣି ଏକ ନୂଆ ଭିଡିଓ ଭାଇରଲ ହେବାରେ ଚାଲିଛି ।
ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ଧୋନି ନିଜ ହାତରେ ହେଲମେଟ ଧରି ଯାଉଥିବା ବେଳେ ତାଙ୍କ ସହିତ ଫଟୋ ନେବା ପାଇଁ ସମସ୍ତେ ତାଙ୍କ ପଛରେ ଯାଉଛନ୍ତି । କିନ୍ତୁ ତାଙ୍କ ସିକ୍ୟୁରିଟି କାହାକୁ ବି ଦେଖା କରିବାକୁ ସୁଯୋଗ ଦେଉନାହାନ୍ତି । ଏହାପରେ ଧୋନି ବାଇକରେ ବସି ଚାଲିଯାଉଛନ୍ତି । ଏହି ସମୟରେ ଧୋନିଙ୍କ ନୂଆ ଲୁକ୍ ମଧ୍ୟ ଦେଖିବାକୁ ମିଳିଛି ।
MS Dhoni enjoying Mumbai. pic.twitter.com/NcmLtQgPWB
— Mufaddal Vohra (@mufaddal_vohra) October 7, 2023
ବାଇକରେ ଧୋନି ବୁଲିବା ପରେ ଧୋନି ପୁଣି ଡଙ୍ଗାରେ ବସି ବୁଲୁଥିବାର ନଜର ଆସିଥିଲେ । ଏହି ଭାଇରଲ ଭିଡିଓ ଏକ୍ସରେ @mufaddal_vohra ନାମକ ଆକାଉଣ୍ଟରୁ ସେୟାର ହୋଇଛି । ଭିଡିଓ କ୍ୟାପସନରେ ଦେଖିବାକୁ ମିଳିଛି, ଧୋନି ମୁମ୍ବାଇର ଆନନ୍ଦ ନେଉଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨୩୩ ହଜାର ଭ୍ୟୁ ମିଳିସାରିଛି । ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ କମେଣ୍ଟ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ସାଉଥ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଭଳି ଲାଗୁଛନ୍ତି । ଆଉ ଜଣେ ଧୋନିଙ୍କୁ ସ୍ମାର୍ଟ ବୋଲି କହିଛନ୍ତି ।