Google Pixel Buds A ସିରିଜ୍‌ରେ ମିଳୁଛି ଦମଦାର ଡିସକାଉଣ୍ଟ, ଜାଣନ୍ତୁ ଏହାର ଫିଚର୍ସ

Google Pixel Buds A ଉପରେ ଭାରି ଡିସକାଉଣ୍ଟ ଅଫର ଦିଆଯାଉଛି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଅଫର ଆପଣଙ୍କୁ ଗୁଗଲ ସାଇଟରେ ନୁହେଁ ବରଂ ଫ୍ଲିପକାର୍ଟର ବିଗ୍ ବିଲିୟନ ଡେ ସେଲରେ ପାଇ ପାରିବେ ।

Google Pixel Buds Aକୁ ଭାରତରେ ୨୦୨୧ ମସିହାରେ ୯,୯୯୯ ଟଙ୍କା ପ୍ରାଇସରେ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ Google Pixel Buds A ଉପରେ ଭାରି ଡିସକାଉଣ୍ଟ ଅଫର ଦିଆଯାଉଛି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଅଫର ଆପଣଙ୍କୁ ଗୁଗଲ ସାଇଟରେ ନୁହେଁ ବରଂ ଫ୍ଲିପକାର୍ଟର ବିଗ୍ ବିଲିୟନ ଡେ ସେଲରେ ପାଇ ପାରିବେ । ଅକ୍ଟୋବର ୮ରୁ ଫ୍ଲିପକାର୍ଟରେ ବିଗ୍ ବିଲିୟନ ଡେ ସେଲ୍‌ ଆରମ୍ଭ ହୋଇଛି, ଯେଉଁଥିରେ ଗ୍ରାହକଙ୍କୁ ଭାରି ଡିସକାଉଣ୍ଟ ଦିଆଯାଉଛି । ଯଦି ଆପଣ Google Pixel Buds A ବ୍ୟତୀତ ଅନ୍ୟ କିଛି କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ସାଇଟରୁ ସବୁକିଛି କିଣି ପାରିବେ ।

Google Pixel Buds Aର ରିଏଲ୍‌ ପ୍ରାଇସ୍‌ ୯,୯୯୯ ଟଙ୍କା ରହିଛି । ଫ୍ଲିପକାର୍ଟର ବିଗ ବିଲିୟନ ଡେ ସେଲରେ ଆପଣ ଏହି ଇୟରବଡକୁ ମାତ୍ର ୩,୯୯୯ ଟଙ୍କାରେ କିଣି ପାରିବେ ଏବଂ ଯଦି ଆପଣଙ୍କର ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ଅଛି, ତେବେ ଆପଣ Google Pixel Buds Aକୁ ମାତ୍ର ୩,୭୯୯ ଟଙ୍କାରେ କିଣି ପାରିବେ ।

Google Pixel Buds Aର ସ୍ପେସିଫିକେସନ୍‌ :
Google Pixel Buds A ସିରିଜ ଇୟରବଡ୍‌ର ଡିଜାଇନ୍ ଦମଦାର ରହିଛି । ଏହି ଇୟରବଡଗୁଡ଼ିକ କାନରେ ସହଜରେ ଫିଟ୍ ହୁଏ । ଏହି ଇୟରଫୋନରେ ଦମଦାର ସାଉଣ୍ଡ ପାଇଁ ୧୨ ମିମିର ଡାଏନାମିକ୍‌ ଡ୍ରାଇଭର ଏବଂ ବେସ୍‌ ରହିଛି । କିନ୍ତୁ ଏହି ଇୟରବଡ୍‌ସରେ େଓ୍ଵୟରଲେସ୍‌ ଚାର୍ଜିଂର ସୁବିଧା ଦିଆଯାଇ ନାହିଁ ।

Google Pixel Buds Aର ବ୍ୟାଟେରୀ :
କମ୍ପାନୀ କହିବା ଅନୁସାରେ, Google Pixel Buds Aର ଇୟରବଡରେ ଦମଦାର ବ୍ୟାଟେରୀ ଅଛି । ଏହାର ବ୍ୟାଟେରୀ ସିଙ୍ଗଲ୍‌ ଚାର୍ଜରେ ପାଞ୍ଚ ଘଣ୍ଟା ବ୍ୟାକଅପ୍ ଏବଂ ଚାର୍ଜିଂ କେସ୍ ସହିତ ୨୪ ଘଣ୍ଟା ବ୍ୟାକଅପ୍ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.