ପିଲାଙ୍କ ଉପରେ ବାରମ୍ବାର ବିରକ୍ତ ହେଉଛନ୍ତି କି ? ବନ୍ଦ କରନ୍ତୁ ରାଗିବା ନଚେତ ପଡିବ ଏହି ଖରାପ ପ୍ରଭାବ

ବର୍ତ୍ତମାନ ସମୟରେ ସମସ୍ତ ମାଆ ଓ ବାପା ଚାହିଁଥାନ୍ତି ଯେ ତାଙ୍କ ପିଲା ଭୁଲ ବାଟକୁ ନଯାଇ ସଦାସର୍ବଦା ଠିକ୍‌ ବାଟରେ ରହିଥାନ୍ତୁ । ହେଲେ ମାଆ ଓ ବାପାଙ୍କର କିଛି ଭୁଲ ପିଲାମାନଙ୍କୁ ଖରାପ ରାସ୍ତାକୁ ଠେଲି ଦେଇଥାଏ । ବାପା ଓ ମାଆ ପିଲାମାନ ଉପରେ ବାରମ୍ବାର ରାଗିବା ଏକ ପ୍ରକାରର ଭୁଲ ହୋଇଥାଏ । ସେଥିପାଇଁ ପିଲାଙ୍କୁ ସ୍ୱତନ୍ତ୍ରତା ଦେବା ଓ ଠିକ୍‌ ଭାବେ କଥାକୁ ବୁଝାଇବା ଜରୁରୀ ହୋଇଥାଏ ।

ବର୍ତ୍ତମାନ ସମୟରେ ସମସ୍ତ ମାଆ ଓ ବାପା ଚାହିଁଥାନ୍ତି ଯେ ତାଙ୍କ ପିଲା ଭୁଲ ବାଟକୁ ନଯାଇ ସଦାସର୍ବଦା ଠିକ୍‌ ବାଟରେ ରହିଥାନ୍ତୁ । ହେଲେ ମାଆ ଓ ବାପାଙ୍କର କିଛି ଭୁଲ ପିଲାମାନଙ୍କୁ ଖରାପ ରାସ୍ତାକୁ ଠେଲି ଦେଇଥାଏ । ବାପା ଓ ମାଆ ପିଲାମାନ ଉପରେ ବାରମ୍ବାର ରାଗିବା ଏକ ପ୍ରକାରର ଭୁଲ ହୋଇଥାଏ । କିଛି ମାତା ଓ ପିତାଙ୍କୁ ଲାଗିଥାଏ ଯେ ସେମାନେ ପିଲାଙ୍କ ସହ କଠୋର ଭାବେ ରହିବା ଦ୍ୱାରା ପିଲାମାନେ ଠିକ୍‌ ରାସ୍ତାରେ ରହିବେ । ହେଲେ ଏପରି କରିବା ଦ୍ୱାରା ପିଲାମାନଙ୍କ ମାନସିକସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପଡି ପାରେ । ସେଥିପାଇଁ ପିଲାଙ୍କୁ ସ୍ୱତନ୍ତ୍ରତା ଦେବା ଓ ଠିକ୍‌ ଭାବେ କଥାକୁ ବୁଝାଇବା ଜରୁରୀ ହୋଇଥାଏ ।

ତେବେ ଏକ ଅଧ୍ୟୟନରୁ ଜଣା ପଡିଛି ଯେ ମାତା ଓ ପିତା ପିଲାଙ୍କୁ ସବୁ ଛୋଟ କଥାରେ ରାଗିବା ଯୋଗୁ ପିଲାମାନେ ଡିପ୍ରେସନ୍‌କୁ ଯିବା ସହ ଅନ୍ୟ ମାନସିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ ପିଲାଙ୍କୁ ସ୍ୱତନ୍ତ୍ରତା ଦେବା ଓ ଠିକ୍‌ ଭାବେ ବୁଝାଇବା ଏକ ଜରୁରୀ କାମ ହୋଇଥାଏ ।

ସେହିପରି ପିଲାମାନଙ୍କ ଉପରେ ବାରମ୍ବାର ବିରକ୍ତ ହେବା ପିଲାଙ୍କ ମେଣ୍ଟାଲ ହେଲ୍ଥ ଉପରେ ଅନେକ ପ୍ରକାରର ନକରାତ୍ମକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଏପରି କରିବା ଦ୍ୱାରା ପିଲାଙ୍କ ଉପରେ ଏହାର କିପରି ପ୍ରଭାବ ପଡିପାରେ ।

ଆତ୍ମ ସମ୍ମାନ ଉପରେ ପ୍ରଭାବ ପଡିବା :
ବାପା ଓ ମାଆ ପିଲାଙ୍କ ଉପରେ ରାଗିବା ଦ୍ୱାରା ପିଲାମାନେ ନିଜକୁ ଦୁର୍ବଳ ଅନୁଭବ କରିପାରନ୍ତି । ଏହା ବ୍ୟତୀତ ସେମାନେ ଏପରି ମଧ୍ୟ ଭାବିଥାନ୍ତି ଯେ ସେ ଖରାପ ଏବଂ ସେମାନେ ଯାହାକରିଥାନ୍ତି ତାହା ସବୁ ବେଳେ ଭୁଲ ହୋଇଥାଏ ।

ଏକାପଣ ଓ ଚିନ୍ତିତ ରହିବା :
ପିଲାଙ୍କ ଉପରେ ବାରମ୍ବାର ବିରକ୍ତ ହେବା ଦ୍ୱାରା ପିଲା ଚାପଗ୍ରସ୍ତ ଓ ଚିନ୍ତିତ ରହିପାରନ୍ତି । ଏହା ବ୍ୟତୀତ ସେମାନେ ସବୁ ବେଳେ ଏହା ଭାବିବାରେ ବ୍ୟସ୍ତ ରହିପାରନ୍ତି ଯେ ସେ କଣ ଭୁଲ କରୁଛନ୍ତି । ଏହା ସହ ସେ କିଭଳି ବାପା ଓ ମା’ଙ୍କ କ୍ରୋଧରୁ ବଞ୍ଚିବେ ତାହା ମଧ୍ୟ ଚିନ୍ତା କରିଥାନ୍ତି । ।

ଡିପ୍ରେସନ୍‌ ଓ ଅନ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟା :
ବାରମ୍ବାର ପିଲାଙ୍କ ଉପରେ ରାଗିବା ଦ୍ୱାରା ସେ ଡିପ୍ରେସନ୍‌କୁ ଯିବା ସହ ଅନ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ସେ ନିଜର କ୍ଷତି କରିବା ସହ ଜୀବନହାରବା ପାଇଁ ମଧ୍ୟ ଭାବି ପାରନ୍ତି ।

ସୋସିଆଲ ସ୍କିଲରେ ପଛରେ ରହିବା :
ପିଲାମାନଙ୍କ ଉପରେ ବାରମ୍ବାର ବିରକ୍ତ ହେବା ଦ୍ୱାରା ସୋସିଆଲ ସ୍କିଲରେ ବିକାଶ ହେବାରେ ସମସ୍ୟା ହୋଇପାରେ । ଏହା ଦ୍ୱାରା ସେ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା ହୁଅନ୍ତି ନାହିଁ ଓ ଖରାପ ରାସ୍ତାକୁ ଯାଇପାରନ୍ତି ।

ପିଲାଙ୍କ ଉପରେ ବାରମ୍ବାର ରାଗିବା ଦ୍ୱାରା ସେମାନେ ଅନେକ ସମୟ ପାଇଁ ଡିପ୍ରେସନ୍‌କୁ ଯାଇପାରନ୍ତି । ସେଥିପାଇଁ ଜରୁରୀ ହୋଇଥାଏ ଯେ ମାତା ଓ ପିତା ପିଲାଙ୍କ ଉପରେ ବାରମ୍ବାର ବିରକ୍ତ ହେବା ପୂର୍ବରୁ ଏହି ବିଷୟରେ ଚିନ୍ତା କରିବା ଉଚିତ । ଯଦି ଆପଣଙ୍କ ପିଲାମାନେ ଭୁଲ କରୁଛନ୍ତି, ତାହେଲେ ପିଲଙ୍କୁ ବୁଝାନ୍ତୁ ଓ ସକାରାତ୍ମକ ଭାବେ ଦଣ୍ଡ ଦେବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ୱାରା ପିଲାମାନେ ଭୁଲ ରାସ୍ତାକୁ ଯିବେ ନାହିଁ ଏବଂ ସୁସ୍ଥ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.