ଇସ୍ରାଏଲ୍‌ରେ ସୁରକ୍ଷିତ ଅଛନ୍ତି ସମସ୍ତ ୧୮,୦୦୦ ଭାରତୀୟ, ଆଶ୍ୱସ୍ତିକର ଖବର ଦେଲା ଭାରତୀୟ ଦୂତାବାସ

ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଦୂତାବାସ ସୂତ୍ରରୁ ଜଣାପଡ଼ିଛି ଯେ ଇସ୍ରାଏଲରେ ବାସ କରୁଥିବା ସମସ୍ତ ୧୮ ହଜାରରୁ ଅଧିକ ଭାରତୀୟ ସୁରକ୍ଷିତ ଅଛନ୍ତି। ସେମାନେ ଭାରତୀୟ ଦୂତାବାସ ସହିତ କ୍ରମାଗତ ଯୋଗାଯୋଗରେ ଅଛନ୍ତି।

ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଦୂତାବାସ ସୂତ୍ରରୁ ଜଣାପଡ଼ିଛି ଯେ ଇସ୍ରାଏଲରେ ବାସ କରୁଥିବା ସମସ୍ତ ୧୮ ହଜାରରୁ ଅଧିକ ଭାରତୀୟ ସୁରକ୍ଷିତ ଅଛନ୍ତି। ସେମାନେ ଭାରତୀୟ ଦୂତାବାସ ସହିତ କ୍ରମାଗତ ଯୋଗାଯୋଗରେ ଅଛନ୍ତି। ଭାରତୀୟ ଦୂତାବାସ ମଧ୍ୟ ସମସ୍ତ ଭାରତୀୟଙ୍କୁ ସତର୍କ ରହିବାକୁ ଅପିଲ୍‌ କରିଛି।

ବର୍ତ୍ତମାନ ଇସ୍ରାଏଲରେ ପାଖାପାଖି ୯୦୦ ଛାତ୍ର ଅଛନ୍ତି। ଏଠାରେ ଅନେକ ସଂଖ୍ୟାରେ ଆଇଟି ପ୍ରଫେସନାଲ ମଧ୍ୟ ରହୁଛନ୍ତି। ଭାରତୀୟ ମୂଳର ପାଖାପାଖି ୮୫ ହଜାର ଯିହୁଦୀ ଏଠାରେ ବାସ କରୁଛନ୍ତି। ୧୯୫୦-୬୦ ଦଶକରେ ବହୁ ସଂଖ୍ୟାରେ ଯିହୁଦୀ ଭାରତରୁ ଇସ୍ରାଏଲ ଚାଲିଯାଇଥିଲେ।

ସରକାରୀ ସୂତ୍ରରୁ ସୂଚନା ମିଳିଛି ଯେ ଇସ୍ରାଏଲରେ ରହୁଥିବା ସମସ୍ତ ଭାରତୀୟ ସୁରକ୍ଷିତ ଅଛନ୍ତି। ୫ ଜଣ ଭାରତୀୟ ପର୍ଯ୍ୟଟକ ସୁରକ୍ଷିତ ଫେରିବା ପାଇଁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିଛନ୍ତି। ଇସ୍ରାଏଲରେ ଥିବା ଦୂତାବାସ ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ କହିଛି।

ସେପଟେ ଇସ୍ରାଏଲ୍‌ ସେନା କହିଛି ଯେ ଆମ ବିମାନଗୁଡ଼ିକ ଶନିବାରରୁ ନେଇ ସୋମବାର ସକାଳ ମଧ୍ୟରେ ଗାଜା ଅଞ୍ଚଳରେ ଥିବା ୫୦୦ରୁ ଅଧିକ ହମାସ୍ ଏବଂ ଇସଲାମିକ୍ ଜିହାଦ୍‌ର ଠିକଣା ଉପରେ ଆକ୍ରମଣ କରିଛି। ଇସ୍ରାଏଲ ସେନାର ମୁଖପାତ୍ର ରିୟର ଏଡମିରଲ୍‌ ଡାନିଏଲ ହଗାରୀ କହିଛନ୍ତି, ଗାଜା ସୀମାରେ ୬୦୦ଟି ସ୍ଥାନରେ ଯୁଦ୍ଧ ଚାଲିଛି। ରବିବାର ରାତିରେ ୭୦ ଜଣ ଆତଙ୍କବାଦୀ ବେରୀରେ ଅନୁପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁଦ୍ଧରେ ପ୍ରାଣ ହରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.