ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟ ନିଷ୍ପତ୍ତି ସ୍ଥଗିତ ରଖିଲା ଘରୋଇ ବସ୍ ମାଲିକ ସଂଘ

ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସଂଘର ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ । ଏହାପରେ ଷ୍ଟିଅରିଂ କମିଟି ବୈଠକରେ ଆଳୋଚନା ପରେ କାଲିଠାରୁ ବସ୍ ଧର୍ମଘଟ ନିଷ୍ପତ୍ତିକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ସ୍ଥଗିତ ରହିଲା ଘରୋଇ ବସ୍ ଘର୍ମଘଟ । ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟ ନିଷ୍ପତ୍ତି ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ । ଆଜି ରାଜ୍ୟ ସରକାରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ସକାରାତ୍ମକ ଆଲୋଚନା ହୋଇଥିଲା ।

ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସଂଘର ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ । ଏହାପରେ ଷ୍ଟିଅରିଂ କମିଟି ବୈଠକରେ ଆଳୋଚନା ପରେ କାଲିଠାରୁ ବସ୍ ଧର୍ମଘଟ ନିଷ୍ପତ୍ତିକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ । ବିଭିନ୍ନ ଦାବି ନେଇ ଆସନ୍ତାକାଲିଠୁ ଅନିଦ୍ଦିର୍ଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲା ବସ ମାଲିକ ସଂଘ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.