Below header

ପଦ୍ମ ଚାଷ ଦେଇଛି ନୂଆ ପରିଚୟ: ୫୦୦ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ୨୦ ଲକ୍ଷରେ ପହଞ୍ଚିଛି

ଗୋଟେ କି ଦୁଇଟା ନୁହେଁ ୧୫୦ରୁ ଊର୍ଦ୍ଧ୍ବ ପ୍ରଜାତିର ପଦ୍ମ ଫୁଲ ଚାଷ କରି ଅକ୍ଲାନ୍ତ ପରିଶ୍ରମ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣି ଗ୍ରାମର ଏହି ଦମ୍ପତି ।

କାମାକ୍ଷାନଗର: ସାଧାରଣତ ଗ୍ରାମ ମାନଙ୍କରେ ଥିବା ପୋଖରୀରେ ପଦ୍ମ ଫୁଲ କିମ୍ବା କଇିଁ ଫୁଲ ଫୁଟିବାର ଦେଖିବାକୁ ମିଳିଥାଏ । ହେଲେ କେବେ ଦେଖିଛନ୍ତି ନିଜ ଘରେ କୁଣ୍ଡରେ ପଦ୍ମ ଫୁଲ ଫୁଟିବା । ତେବେ ଗୋଟେ କି ଦୁଇଟା ନୁହେଁ ୧୫୦ରୁ ଊର୍ଦ୍ଧ୍ବ ପ୍ରଜାତିର ପଦ୍ମ ଫୁଲ ଚାଷ କରି ଅକ୍ଲାନ୍ତ ପରିଶ୍ରମ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣି ଗ୍ରାମର ଏହି ଦମ୍ପତି । ୫୦୦ରୁ ୧୦୦୦ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ପାଖାପାଖି ୨୦ ଲକ୍ଷ ଟଙ୍କାରେ ପହଞ୍ଚିଛି ।

ପଦ୍ମ ଫୁଲ ଚାଷ ଦେଇଛି ଏମାନଙ୍କୁ ସ୍ୱତନ୍ତ୍ର ପରିଚୟ । ଦିନକୁ ୪ରୁ ୫ଘଣ୍ଟା ପରିଶ୍ରମରେ ବାର୍ଷିକ ରୋଜଗାର ୨୦ ଲକ୍ଷ ଟଙ୍କାରେ ପହଞ୍ଚି ପାରିଛି। ଗ୍ରାମ ପୋଖରୀରେ ଫୁଟିଥିବା ପଦ୍ମ ଓ କଇିଁ ଫୁଲକୁ ଆଣି ନିଜେ କୁଣ୍ଡରେ ରଖି ଆଜକୁ ୧୫ବର୍ଷ ତଳେ ବ୍ୟବସାୟ ଆରମ୍ଭ କରିଥିଲେ । ଧିରେ ଧିରେ ଏହି ବ୍ୟବସାୟ ଆଗକୁ ବଢିବା ସାଙ୍ଗକୁ ଦେଶ ବାହାରୁ ପଦ୍ମ ଫୁଲର ବିଭିନ୍ନ ପ୍ରକାରର ଚାରା ଥାଇଲାଣ୍ଡ,ଆମେରିକାରୁ ଅର୍ଡର କରିଥିଲେ । ବର୍ତ୍ତମାନ ତାଙ୍କ ପାଖରେ ୧୫୦ରୁ ଊର୍ଦ୍ଧ୍ବ ପ୍ରକାରର ଚାରା ରହିଅଛି । ପିଙ୍କ ଲାଉଡ,ମୋହନ,ନମୋ ଥମୋ ଲକ୍ଷ୍ମୀ,ଗ୍ରିନ ଆପଲ,ଏଲୋପିଓନି,ରେଡ ପିଓନି,ରାନି ରେଡ,ଅଟମ ମୋଲିଙ୍ଗ ଭଳି ବିଦେଶି ପଦ୍ମ ଫୁଲର ଚାରା ରହିଛି ।

padma

ସେହି ଭଳି ସୁମାନ,ଫୁତୁକାନ,ପିଙ୍କ ସ୍ପଟ, ଏଷ୍ଟି ଲୁଇସ ଗୋଲଡ,ମଲ୍ଲିକାନ,ପୁତୁରକ୍ଷା,ସିଆମମ୍ବର, ଭଳି କଇଁ ଫୁଲର ଚାରା ରହିଛି। ଏହା ବାଦ ୩୦୦ରୁ ଊର୍ଦ୍ଧ୍ବ ପ୍ରକାରର ଫୁଲ ଗଛ,ସୋ ଗଛ ଭଳି ମଧ୍ୟ ସେ ତାଙ୍କ ପାଖରେ ରଖିଛନ୍ତି । ଧିରେ ଧିରେ ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରୁ ଲୋକେ ଫୁଲ,ଚାରା ଓ ତାର କନ୍ଦାକୁ ଅନଲାଇନରେ ମଗାଇଥାନ୍ତି । ସେସବୁ ଗଛର ମୂଳ ବା କନ୍ଦାକୁ ସଂଗ୍ରହକରି ଭଲ ଭାବେ ପ୍ୟାକିଂ କରି ଅର୍ଡର କରିଥିବା ଗ୍ରାହକ ମାନଙ୍କୁ ପଠାଇଥାଆନ୍ତି । ଆନ୍ତର୍ଜାତିକ ବଜାର ମୂଲ୍ୟ ଅନୁସାରେ ଗୋଟିଏ ଫୁଲର କନ୍ଦା ପ୍ରାୟ ୩ ହଜାରରୁ ଆରମ୍ଭ ହୋଇ ୨୦ ହଜାର ,୨୫ ହଜାର ଟଙ୍କା ଯାଏଁ ରହିଛି। କୋଭିଡ ସମୟରେ ଯେବେ ସମସ୍ତେ ଘରେ ବନ୍ଦି ଜୀବନ ବିତାଉଥିଲେ ସେସମୟରେ ଲୋକମାନେ ନିଜ ଘରେ ବିଭିନ୍ନ ପ୍ରକାରର ଫୁଲ ଗଛ ସାଙ୍ଗକୁ ପଦ୍ମ ଫୁଲ ଘରେ ଲଗାଇବାକୁ ପସନ୍ଦ କରିଥିଲେ। ସେ ସମୟରେ ମଧ୍ୟ ପ୍ରଶାନ୍ତ ଅନଲାଇନର କୋରିୟର ମାଧ୍ୟମରେ ଭଲ ବ୍ୟବସାୟ କରିଥିଲେ ।

flower

ଏହି ସବୁ କାମରେ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି ତାଙ୍କ ପତ୍ନୀ ଅମ୍ରିତା ଦାସ। ପେସାରେ ଜଣେ ସରକାରୀ ଚାକିରିଆ ହୋଇ ମଧ୍ୟ କୌଣସି ଗୁଣରେ କମ୍‌ ନୁହଁନ୍ତି । ଫୁରସତ ସମୟରେ ଘରକୁ ସଜାଇବାକୁ ଲାଗି ପଡନ୍ତି। ବିଭିନ୍ନ ବ୍ୟବହାର୍ଯ୍ୟ ଜିନିଷ ଯେମିତିକି ଟାୟାର,ଥଣ୍ଡା ବୋତଲ,ଶଗଡ ଆଦିକୁ ରଙ୍ଗ ଦେଇ ସୁନ୍ଦର ଭାବେ ସଜାଇ ରଖିଛନ୍ତି। ଛୋଟ ଛୋଟ ଗଛକୁ ନେଇ ସେ ଘର ସଜାଇଥାନ୍ତି । କେବଳ ଗଛର ମୂଳରୁ ପାଣି ଶୁଖିଗଲେ ପାଣି ଦେବାକୁ ପଡିଥାଏ । ଏହା ସହିତ ସେ କୈାଣସି କେମିକାଲକୁ ମଧ୍ୟ ଏହି ଗଛକୁ ବଢାଇବାରେ ପ୍ରୟୋଗ କରିନଥାନ୍ତି । କେବଳ ଜୈବିକ ପଦ୍ଧତିରେ ଗାଈର ଗୋବରୁ ଏଥିରେ ସାର ଭାବେ ବ୍ୟବହାର କରିଥାନ୍ତି । ପାଖ ପଡୋଶୀ ମାନେ ମନରେ ଅଶାନ୍ତି ଥିଲେ ଏହି ପଦ୍ମ ବଗିଚାକୁ ବୁଲିବାକୁ ଆସି ମନରେ ଥିବା ଅଶାନ୍ତ ଦୂରେଇଯାଇଥାଏ ବୋଲି କହିଛନ୍ତି ।

ପ୍ରକୃତିକୁ ଭଲ ପାଉଥିବା ମଣିଷ ପ୍ରଶାନ୍ତ ନିଜର ଛୋଟ ବେଳର ଥିବା ଇଛା ଏବେ ନିଜକୁ ଜଣେ ଭଲ ବ୍ୟବସାୟି ଭାବରେ ଗଢି ତୋଳି ପାରିଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ । ଏଥିରେ ସମ୍ପୂର୍ଣ୍ଣ ଭାବେ ସହଯୋଗର ହାତ ବଢାଇଛନ୍ତି ତାଙ୍କ ଧର୍ମପତ୍ନୀ ଅମ୍ରିତା ଦାସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.