ଅପରାଧୀଙ୍କ ଉପରେ ନଜର ରଖିବ ଡ୍ରୋନ, ରାଜଧାନୀରେ ଆରମ୍ଭ ହେଲା ଡ୍ରୋନ ପାଟ୍ରୋଲିଙ୍ଗ

ସ୍ମାର୍ଟସିଟିରେ ସାବାଡ ହେବେ କ୍ରିମିନାଲ୍ । ପାନେ ପାଇବେ ବିଶୃଙ୍ଖଳାକାରୀ । ରାଜଧାନୀରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୁବକ ବା ବ୍ୟକ୍ତିଙ୍କୁ ଜଗିବ ପୋଲିସ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀକୁ ଆକାଶ ମାର୍ଗରୁ ନଜର ରଖିବ ଡ୍ରୋନ । ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୁବକ ବା ବ୍ୟକ୍ତିଙ୍କୁ ଜଗିବ ପୋଲିସ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ।

ଭୁବନେଶ୍ବର ଇଉପିଡ଼ିକୁ ଏସପିଜି ପକ୍ଷରୁ ଏକ ହାଇ ପରଫର୍ମିଂ ଡ୍ରୋନ ଯୋଗାଇ ଦିଆଯାଇଛି । ଏହି ଡ୍ରୋନ ୫ କିଲୋମିଟର ପର୍ଯ୍ୟନ୍ତ ଆକାଶରେ ଉଡିପାରିବ । ପାଞ୍ଚ କିଲୋମିଟର ଯାଏ ଗତିବିଧି ଅନୁଧ୍ୟାନ କରିପାରିବ ଡ୍ରୋନ୍‌ । ବଡ ରାଲି, ଆଇନ ଶୃଙ୍ଖଳା ପରିସ୍ଥିତି, ଭିଆଇପି ମୁଭ୍‌ମେଣ୍ଟ ଉପରେ ନଜର ରଖିବ । ହାଇ ରିଜୋଲେସନ କ୍ୟାମେରାରେ ଚିତ୍ର ଉତ୍ତୋଳନ କରୁଥିବା ଏହି ଡ୍ରୋନରେ ନାଇଟ ଭିଜନ କ୍ୟାମେରା ରହିଛି । ଯେଉଁଥିରେ ଅତି ସହଜରେ ଅପରାଧ ରୋକିହେବ ବୋଲି ଆଶା ରଖିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.