ଘର କବାଟରେ ସ୍ୱସ୍ତିକ ଚିହ୍ନ କରି ଜେଲ୍‌ ଗଲେ ଇଂଜିନିୟର, ସାଉଦି ଆରବ ପୋଲିସ କଲା ଗିରଫ

ଘର କବାଟରେ ସ୍ୱସ୍ତିକ ଚିହ୍ନ କରି ଜେଲ ଦଣ୍ଡ ଭୋଗିଛନ୍ତି ଜଣେ ଭାରତୀୟ । ତେଲୁଗୁ ବ୍ୟକ୍ତି ଜଣକ ସାଉଦି ଆରବରେ କେମିକାଲ ଇଂଜିନିୟର ଭାବେ କାମ କରନ୍ତି । ସେ ନିଜ ଘରର କବାଟରେ ସ୍ୱସ୍ତିକ ଚିହ୍ନ କରିଥିବାରୁ ପଡୋଶୀ ପୋଲିସରେ ଅଭିଯୋଗ କରିଥିଲେ ।

ସ୍ୱସ୍ତିକ ଚିହ୍ନ ହିନ୍ଦୁ ଧର୍ମରେ ବେଶ୍‌ ଶୁଭ ହୋଇଥାଏ । ନୂଆ ଗାଡି ହେଉ ଅବା ଘର କିମ୍ବା କୌଣସି ପୂଜା କରିବା ସମୟରେ ସ୍ୱସ୍ତିକ ଚିହ୍ନ ଚିତ୍ର ବନାଯାଏ । କିନ୍ତୁ ଏଥିପାଇଁ ଜଣକୁ ଜେଲ ହେବା କଥା ହୁଏତ ଆପଣ ଶୁଣିନଥିବେ । ହେଲେ ସ୍ୱସ୍ତିକ ଚିହ୍ନ କରି ସାଉଦି ଆରବରେ ଗିରଫ ହୋଇ ଜେଲ ଯାଇଛନ୍ତି ଜଣେ ଭାରତୀୟ ।

ଘଟଣା ମୁତାବକ, ସାଉଦି ଆରବରେ ରହୁଥିବା ଜଣେ ତେଲୁଗୁ ବ୍ୟକ୍ତି ନିଜ ଘରର କବାଟରେ ସ୍ୱସ୍ତିକ ଚିହ୍ନ କରିଥିଲେ । ତାଙ୍କ ବିରୋଧରେ ସ୍ଥାନୀୟ ବ୍ୟକ୍ତି ଜଣେ ପୋଲିସରେ ଅଭିଯୋଗ କରିଥିଲେ । ବ୍ୟକ୍ତିଜଣକ ସାଉଦି ଆରବରେ କେମିକାଲ ଇଂଜିନିୟର ଭାବେ କାମ କରନ୍ତି । ଇଂଜନିୟରଙ୍କ ବିରୋଧରେ ଅଭିଯୋଗ ହେବା ପରେ ପୋଲିସ ଗିରଫ କରିଛି । ସାଉଦି ଆରବରେ ସ୍ୱସ୍ତିକ ଚିହ୍ନକୁ ନାଜିର ପ୍ରତୀକ ଭାବେ ବିଚାର କରାଯାଇଯାଏ । ତେବେ ଅଭିଯୋଗ କରିଥିବା ବ୍ୟକ୍ତି ଜଣକ ନିଜ ଅଭିଯୋଗରେ କହିଛନ୍ତି, ତାଙ୍କ ଜୀବନ ପ୍ରତି ଇଂଜିନିୟର ବ୍ୟକ୍ତି ବିପଦ ରହିଛି ।

ତେଲୁଗୁ ପରିବାର ନିଜ ଫ୍ଲାଟର କବାଟରେ ସ୍ୱସ୍ତିକ ଚିହ୍ନ ଲଗାଇବା ପରେ ପଡୋଶୀଙ୍କ ଧ୍ୟାନ ତା’ ଉପରେ ପଡିଥିଲା । ତେଲୁଗୁ ପରିବାର ପଡୋଶୀଙ୍କୁ ବୁଝାଇ ପାରିନଥିଲେ । ଏହାପରେ ପଡୋଶୀ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଇଂଜିନିୟର ବ୍ୟକ୍ତି ଜଣକୁ ଗିରଫ କରି ଜେଲରେ ପୁରାଇଥିଲା ।

ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ କହିଛନ୍ତି, ସାଂସ୍କୃତିକ ଅବୁଝାମଣା ଯୋଗୁଁ ଗିରଫ ହୋଇଛନ୍ତି । ମୁଁ ସେଠିକାର ଅଧିକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲି । ଏହାକୁ ଆମେ ହିନ୍ଦୁ ଧର୍ମର ବ୍ୟବହାର କରୁ । କିନ୍ତୁ ସେମାନେ ବୁଝିବାକୁ ଅରାଜି ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.