ଆଉ ବିକ୍ରି କରିପାରିବେନି ପୁରୁଣା ସୁନା ଗହଣା

ପୁରୁଣା ସୁନା ଗହଣା ବିକ୍ରିକୁ ନେଇ ବଦଳିଲା ନିୟମ, ସରକାର ଜାରି କଲେ ହଲମାର୍କିଂ କୁ ନେଇ ନୂଆ ନିୟମ । ଦେଶରେ ଏବେ ମହିଳାମାନେ ସେମାନଙ୍କର ପୁରୁଣା ସୁନା ଅଳଙ୍କାର ଆଉ ବିକ୍ରି କରିପାରିବେ ନାହିଁ ।

ପୁରୁଣା ସୁନା ଅଳଙ୍କାର ବିକ୍ରି ଉପରେ ଲାଗିଲା ରୋକ । ଦେଶରେ ଏବେ ମହିଳାମାନେ ସେମାନଙ୍କର ପୁରୁଣା ସୁନା ଅଳଙ୍କାର ଆଉ ବିକ୍ରି କରିପାରିବେ ନାହିଁ । ଏବେ ସରକାର ସୁନାର ହଲମାର୍କିଂ, ସୁନା କିଣିବା ଓ ବିକିବା ପାଇଁ ନୂଆ ନିୟମ ଜାରି କରିଛନ୍ତି । ନୂଆ ନିୟମ ଅନୁଯାୟୀ ଗତ ୧ ଏପ୍ରିଲ ୨୦୨୩ରୁ ସମସ୍ତ ସୁନା ଗହଣା ଉପରେ ହଲମାର୍କ ୟୁନିକ ଆଇଡିଣ୍ଟିଫିକେସନ୍‌ ନମ୍ବର ରହିବା ଜାରୁରୀ। ଏଚ୍‌ୟୁଆଇଡି ନମ୍ବର କୁ ଦେଖି ସୁନା କିଣାଯାଏ । ଏହା ସହିତ ସୁନାର ଶୁଦ୍ଧତା ମଧ୍ୟ ଜଣାପଡେ ।

ସୁନା ଅଳଙ୍କାର ଉପରେ ଭାରତୀୟ ମାନକ ବିଆଇଏସ୍‌ ଲୋଗୋ ଏବଂ ଶୁଦ୍ଧତା ର ସୂଚନା ଦେଇଥାଏ । ୧୮ ଏଂବ ୨୨ କ୍ୟାରେଟ୍ ସୁନାରେ ମଧ୍ୟ ଏହି ନିୟମ ଲାଗୁ ହେବ । ଭାରତ ଭଳି ଦେଶରେ ପାରମ୍ପରିକ ଭାବେ ସୁନାରେ ନିବେଶକୁ ସୁରକ୍ଷିତ ବୋଲି କୁହାଯାଏ । ତେଣୂ ସୁନା ବିକ୍ରି କୁ ଅଧିକ କରିବା ଏବଂ ଏଥିରେ ନିବେଶକୁ ଅଧିକ ମିଶାଇବା ପାଇଁ ସରକାର ଏହି ନିୟମ ବାହାର କରିଛନ୍ତି ।

ନୂଆ ସୁନା ଅଳଙ୍କାର କିଣିବା ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ସୁରକ୍ଷିତ ହୋଇଛି । ଯଦିଓ ଆପଣଙ୍କର ପୁରୁଣା ଓ ବିନା ହଲମାର୍କ ସୁନା ଅଛି, ତେବେ ଆପଣ ଏହାକୁ ବିକ୍ରି କରିପାରିବେ ନାହିଁ କିମ୍ବା ନୂଆ ଡିଜାଇନ୍ ପାଇଁ ବଦଳାଇ ପାରିବେ ନାହିଁ । ଏଥିପାଇଁ ହଲମାର୍କ ଜରୁରୀ ।

ବିଆଇଏସ୍ ଅନୁଯାୟୀ, ଯେଉଁ ଗ୍ରାହକଙ୍କ ପାଖରେ ବିନା ହଲମାର୍କିଂର ସୁନା ରହିଛି, ସେମାନେ ଏହାକୁ ବିକ୍ର କରିବା କିମ୍ବା ନୂତନ ଡିଜାଇନ୍ ପାଇଁ ବଦଳାଇବା ପୂର୍ବରୁ ବାଧ୍ୟତାମୂଳକ ଭାବରେ ଏହାକୁ ହଲମାର୍କ କରିବାକୁ ପଡିବ। ଏଥିପାଇଁ ଗ୍ରାହକଙ୍କ ପାଖରେ ଦୁଇଟି ଅପସନ ଅଛି।

– ଗ୍ରାହକମାନେ ସେମାନଙ୍କର ଗହଣା କୁ ପଞ୍ଜୀକୃତ ଦୋକାନ ରେ ହଲମାର୍କ ପାଇପାରିବେ। ଏହାପରେ ଗହଣା ଦୋକାନୀ ଏହାକୁ ପ୍ରକ୍ରିୟା ପାଇଁ ବିଆଇଏସ୍ ଆସେସ୍ ଆଣ୍ଡ ହଲମାର୍କିଂ କେନ୍ଦ୍ରକୁ ନେଇଯିବେ । ଏହି ଆର୍ଟିକିଲ୍ ପାଇଁ ୪୫ ଟଙ୍କା ଦେବାକୁ ପଡ଼ିବ।

– ଅନ୍ୟ ପଟେ ଗ୍ରାହକ ଯେକୌଣସି ବିଆଇଏସ୍-ସ୍ୱୀକୃତିପ୍ରାପ୍ତ ଆସେସ୍ ଏବଂ ହଲମାର୍କିଂ କେନ୍ଦ୍ର ଯାଇପାରିବେ ଏବଂ ନିର୍ଦ୍ଦିଷ୍ଟ ନାମକରଣ ଦେୟ ଦେଇ ସେମାନଙ୍କର ଅଳଙ୍କାର ପରୀକ୍ଷା କରିପାରିବେ। ଏଥିପାଇଁ ଗ୍ରାହକଙ୍କୁ ପ୍ରତ୍ୟେକ ଆର୍ଟିକିଲ୍ ପାଇଁ ସର୍ବନିମ୍ନ ୪୫ ଟଙ୍କା ଦେବାକୁ ପଡ଼ିବ।

ବିଆଇଏସ୍ ପୁରୁଣା ଏବଂ ହଲମାର୍କିଂ ହୋଇନଥିବା ସୁନା ଅଳଙ୍କାର ପରୀକ୍ଷା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ବିଆଇଏସ୍ ମାନ୍ୟତା ପ୍ରାପ୍ତ ଆସେସ୍ ଏବଂ ହଲମାର୍କିଂ କେନ୍ଦ୍ର ଦ୍ୱାରା ଦିଆଯାଇଥିବା ପରୀକ୍ଷା ରିପୋର୍ଟ ହେଉଛି ଶୁଦ୍ଧ ଅଳଙ୍କାର, ଯାହା ଏକ ପ୍ରମାଣପତ୍ର ଭାବେ ଜଣାପଡେ । ଗ୍ରାହକ ଏହି ରିପୋର୍ଟକୁ ଯେକୌଣସି ସୁନା ଦୋକାନରେ ଦେଖାଇ ସେମାନଙ୍କ ପୁରୁଣା ଏବଂ ହଲମାର୍କିଂ ହୋଇନଥିବା ସୁନା ଅଳଙ୍କାର ବିକ୍ରି କରିପାରିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.