Below header

ଘାସ ବୁଦା ହେଲା ସାହା…ନଦୀ ଭିତରେ ୩ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର ହେଲେ ବୃଦ୍ଧ

କଥାରେ ଅଛି ନା ଦର୍ଶକବନ୍ଧୁ ରଖେ ହରି ତ ମାରେ କିଏ । ପ୍ରକୃତ କଥା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । କଥାଟା ଥିଲା କି ସେଲଫି ନେବାବେଳେ ଖସିପଡିଥିଲେ ଜଣେ ୭୦ ବର୍ଷୀୟ ବୃଦ୍ଧ । ୩ ଘଣ୍ଟା ପରେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ସମ୍ବଲପୁର (କେନ୍ୟୁଜ): ସେଲଫିର କ୍ରେଜ୍‌ ଲୋକଙ୍କ ଉପରେ ଏତେ ମାତ୍ରାରେ ଘାରିଛି ଯେ ଏଥିପାଇଁ କେତେବେଳେ ଏମିତି ବଡ ସମସ୍ୟାରେ ପଡିଯାଉଛନ୍ତି ଯେ ତାହା କଳ୍ପନାରେ ବି କେହି ଭାବିନଥିବେ। କେବେ କେବେ ଏହି ସେଲଫି ନିଶା ପାଇଁ ବ୍ୟକ୍ତିଙ୍କର ଜୀବନ ମଧ୍ୟ ଚାଲିଯାଉଛି। ହେଲେ ସବୁବେଳେ ଆମେ ଯୁବପୀଢିଙ୍କୁ ଦେଖିଥାଉ କି ଏହି ସେଲଫି ନିଶା ସେମାନଙ୍କୁ କେତେ ମହଙ୍ଗା ପଡିଥାଏ ।

ହେଲେ ଆଜିର ଘଟଣା ଟିକେ ଭିନ୍ନ। ହଠାତ୍ ଆଜି ସକାଳୁ ଖବର ଆସିଲା ମହାନଦୀକୁ କିଏ ଜଣେ ଡେଇଁ ପଡିଛନ୍ତି । ସମ୍ବଲପୁର ଚାଉଁରପୁର ପୋଲ ଉପରୁ ସ୍କୁଟି ଥୋଇ କିଏ ଜଣେ ଡେଇଁଥିବା ଖବର ମିଳିବାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଲା । ଏପଟେ ପୋଲ ଉପରେ ମର୍ଣ୍ଣିଂ ଓ୍ୱାକ୍ କରୁଥିବା କିଛି ଲୋକ କହିଲେ ଫୋନରେ କଥା ହେବା ପରେ ହଠାତ୍ ଜଣେ ବ୍ୟକ୍ତି ପୋଲ ଉପରୁ ପାଣିକୁ ଡେଇଁ ପଡିଥିଲେ । ତେବେ କିଏ, କାହିଁକି, କଣ ପାଇଁ ପାଣିକୁ ଡେଇଁଲା ତାହାର କାରଣ କାହାପାଖରେ ନଥିଲା ।

ହେଲେ କଥାରେ ଅଛି ନା ଦର୍ଶକବନ୍ଧୁ ରଖେ ହରି ତ ମାରେ କିଏ । ପ୍ରକୃତ କଥା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । କଥାଟା ଥିଲା କି ସେଲଫି ନେବାବେଳେ ଖସିପଡିଥିଲେ ଜଣେ ୭୦ ବର୍ଷୀୟ ବୃଦ୍ଧ । ୩ ଘଣ୍ଟା ପରେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ସମ୍ବଲପୁର ଚାଉଁରପୁର ପୋଲ ଉପରେ ଗାଡି ଥୋଇ ବସିଥିବାବେଳେ ପାଣିକୁ ଖସିପଡିଥିଲେ ୭୦ ବର୍ଷୀୟ ବୃଦ୍ଧ । ତେବେ ୩ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର କରିବାରେ ସଫଳ ହୋଇଛି ଅଗ୍ନିଶମ ବାହିନୀ। ତେବେ ବୃଦ୍ଧ ଜଣଙ୍କ ନାଁ ସୁରେନ୍ଦ୍ର ମୋହନ ମିଶ୍ର ବୋଲି ଜଣାପଡିଛି।

old man

ତେବେ ବୃଦ୍ଧ ଜଣଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ । ସେ ନିଜ ପରିବାର ସହ ଏସଆରଆଇଟି କଲୋନୀରେ ରୁହନ୍ତି। ଆଜି ସକାଳେ ସୁରେନ୍ଦ୍ର ପୋଲ ଉପରେ ବସି ଫଟୋ ଉଠାଉଥିବାବେଳେ ଅସାବଧାନବଶତଃ ପାଣି ଭିତରେ ଖସିପଡିଥିଲେ। ଏହା ସହିତ ତାଙ୍କର ସ୍ନାୟୁଗତ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ରହିଛି । ଯାହା ହେତୁ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ପାଣି ଭିତରେ ପଡିଯାଇଥିଲେ ପୋଲିସ୍‌କୁ କହିଛନ୍ତି। ସେ ନଦୀରେ ପଡ଼ିଯିବା ପରେ ଏକ ଘାସ ବୁଦାକୁ ଧରି ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।

ଏପଟେ ପୋଲ ଉପରେ ସ୍କୁଟି ଓ ଚପଲ ପଡିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ବିଭିନ୍ନ ଲୋକ ଭିନ୍ନ ଭିନ୍ନ କଥା କହୁଥିଲେ । ହେଲେ ଶେଷରେ କିନ୍ତୁ ଭଗବାନଙ୍କ ଆର୍ଶିବାଦରୁ ବହୁ ଖୋଜାଖୋଜି ପରେ ତାଙ୍କୁ ପାଣି ଭିତରୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.