ନୂଆ ସଂସଦ ଭବନରେ ବଦଳିବ କର୍ମଚାରୀ ଏବଂ ମାର୍ଶଲଙ୍କ ୟୁନିଫର୍ମ, କର୍ମଚାରୀଙ୍କ ସାର୍ଟରେ ରହିବ ପଦ୍ମ ଫୁଲ

ନୂଆ ସଂସଦ ଭବନରେ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ ପୋଷାକ ପରିବର୍ତ୍ତନ ହେବ । ଦୁଇ ସଦନର ମାର୍ଶଲଙ୍କ ୟୁନିଫର୍ମ ମଧ୍ୟ ବଦଳିଯିବ । ଗଣେଶ ଚତୁର୍ଥ ଅବସରରେ ବିଧିବିଧନ ସହିତ ପୂଜା ହେବା ପରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ ।

୧୯ ତାରିଖ ଗଣେଶ ପୂଜା ଅବସରରେ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ନୂଆ ସଂସଦ ଭବନରେ ପ୍ରବେଶ ସହିତ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ ପୋଷାକ ମଧ୍ୟ ପରିବର୍ତ୍ତନ ହେବ । ଏହାଛଡା ଦୁଇ ସଦନର ମାର୍ଶଲଙ୍କ ୟୁନିଫର୍ମ ମଧ୍ୟ ବଦଳିଯିବ । ଗଣେଶ ଚତୁର୍ଥ ଅବସରରେ ବିଧିବିଧନ ସହିତ ପୂଜା ହେବ ଏବଂ ଏହାପରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ ।

ନୂଆ ସଂସଦ ଭବନରେ କର୍ମଚାରୀଙ୍କ ସାର୍ଟ ଗାଢ ଗୋଲାପୀ ରଙ୍ଗର ରହିବ । ଆଉ ପ୍ୟାଣ୍ଟର ରଙ୍ଗ ଖାକି ରଙ୍ଗର ରହିବ । ଏହାଛଡା କର୍ମଚାରୀଙ୍କ ସାର୍ଟରେ ପଦ୍ମ ଫୁଲ ଦେଖିବାକୁ ମିଳିବ । ନୂଆ ସଂସଦ ଭବନର ମାର୍ଶଲ ମଣିପୁର ପଗଡି ପିନ୍ଧିବେ । ସଂସଦର ସୁରକ୍ଷାକର୍ମୀ ଏପର୍ଯ୍ୟନ୍ତ ସଫାରୀ ସୁଟ ପିନ୍ଧୁଥିଲେ, ଏବେ ସେମାନେ ସୈନିକ ଭଳି କେମୋପ୍ଲେଜ ଡ୍ରେସ ପିନ୍ଧିବେ ।

ତେବେ ଏହାକୁ ନେଇ ରାଜନୈତକ ବୟାନବାଜି ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ରାଶିଦ ଅଲ୍ଵି ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲାଗିଛନ୍ତି । ସେ କହିଛନ୍ତି, ବିଜେପି ସଂସଦରେ ପଶି ମଧ୍ୟ ରାଜନୀତି କରୁଛି । ଏମିତି ହେଲେ ଆମେ ନିଶ୍ଚିତ ବିରୋଧ କରିବୁ ।

ସୂଚନାଯୋଗ୍ୟ, ଆସନ୍ତା ୧୮-୨୨ ପର୍ଯ୍ୟନ୍ତ ହେବାକୁ ଯାଉଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ୧୮ ସେପ୍ଟେମ୍ବରରେ ପୁରୁଣା ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ ଏବଂ ପରଦିନ ଅର୍ଥାତ୍ ୧୯ ସେପ୍ଟେମ୍ବର ଗଣେଶ ପୂଜା ଅବସରେ ନୂଆ ସଂସଦ ଭବନରେ ଅଧିବେଶନ କରାଯିବ ।  ନୂଆ ସଂସଦ ଭବନରେ ଲୋକସଭାରେ ଏକାସାଥିରେ ୧୨୨୪ ସଦସ୍ୟ ବସିବାର ସାମର୍ଥ ରହିଛି ।

୨୦୨୦ ମସିହା ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଶିଳାନ୍ୟାସ କରିଥିଲେ । ଟାଟା ପ୍ରକଳ୍ପ ଏହି ନୂଆ ସଂସଦ ଭବନର ନିର୍ମାଣ କରିଥିଲା । ୮୬୨ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ବିଲଡିଂକୁ ଗତ ମେ ମାସ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ବିଲଡିଂ ଭିତରେ ଏକ ଲାଉଞ୍ଜ, ଏକ ଲାଇବ୍ରେରୀ, ଅନେକ ସମିତି କକ୍ଷ, ଭୋଜନ କ୍ଷେତ୍ର, ବଡ଼ ପାର୍କିଂ ସ୍ଥଳ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.