Below header

ବଢୁଛି ସୌରୀନ ଭଟ୍ଟଙ୍କ ଅଡୁଆ: ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା କମିଶନରେଟ ପୋଲିସ

କଣ୍ଠଶିଳ୍ପୀ ସୌରୀନଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା କମିଶନରେଟ ପୋଲିସ । ଦୁଇଟି ଯାକ ଆକାଉଣ୍ଟ କୋଲକାତାର ବୋଲି ସୂଚନା ମିଳିଛି । ତାଙ୍କର ଅନ୍ୟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯିବ ବୋଲି କଟକ ଜୋନ୍-୨ ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି ।

(କେନ୍ୟୁଜ): ବଢୁଛି ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡୁଆ। ସୌରୀନଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା କମିଶନରେଟ ପୋଲିସ । ଦୁଇଟି ଯାକ ଆକାଉଣ୍ଟ କୋଲକାତାର ବୋଲି ସୂଚନା ମିଳିଛି । ତାଙ୍କର ଅନ୍ୟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯିବ ବୋଲି କଟକ ଜୋନ୍-୨ ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି ।

ଗତକାଲି ସୌରୀନଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରିଥିଲା ପୋଲିସ । ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ କମିଶନରେଟ ପୋଲିସ ତାଙ୍କ ନାଁରେ ଜାରି କରିଛି ଲୁକ୍ ଆଉଟ୍ ସର୍କୁଲାର । ସୌରୀନଙ୍କ ପତ୍ତା ମିଳୁନି । ତାଙ୍କୁ ପାଉନି ପୋଲିସ । କୋଲକାତା ପୋଲିସ ସହାୟତାରେ ତାଙ୍କ ଘରେ ରେଡ୍ କରିଥିଲା କଟକ କମିଶନରେଟ ପୋଲିସ। ଏଥିପାଇଁ କୋଲକାତା ଯାଇଥିଲେ ୪ଜଣିଆ ପୋଲିସ ଟିମ୍ । ସୌରୀନଙ୍କ ଘର ସମେତ ତିନୋଟି ସ୍ଥାନରେ ରେଡ୍ ହୋଇଥିଲା । କିନ୍ତୁ ମିଳି ନଥିଲେ ସୌରୀନ । କୋଲକାତାରୁ ପୋଲିସ ଟିମ୍ ଖାଲି ହାତରେ ଫେରିଛି । ଏହାପରେ ତାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.