ନିଆରା ବାଲୁକା କଳା, ଭାରତ ବିଶ୍ୱକପ ବିଜୟ ପାଇଁ ମାଆ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା
ବାଲୁକାକଳାରେ ୫୦୦୦ ଲେମ୍ବୁ । ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି ଗଢିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଦେବୀ ଦୁର୍ଗା ମାଆଙ୍କ ଆରାଧନା ପାଇଁ ପୁରା ଦେଶ ଚଳଚଞ୍ଚଳ ହୋଇଥିବା ବେଳେ ଏହି ଶାରଦୀୟ ପୂଜା ସମୟରେ ହିଁ ବିଶ୍ୱକପ ଅଭିଯାନ ଜାରି ରଖିଛି ଭାରତ ।
ପୁରୀ(କେନ୍ୟୁଜ୍): ନିଆରା ବାଲୁକାକଳା । ବାଲୁକା କଳାରେ ୫୦୦୦ ଲେମ୍ବୁ । ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି ଗଢିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଦେବୀ ଦୁର୍ଗା ମାଆଙ୍କ ଆରାଧନା ପାଇଁ ପୁରା ଦେଶ ଚଳଚଞ୍ଚଳ ହୋଇଥିବା ବେଳେ ଏହି ଶାରଦୀୟ ପୂଜା ସମୟରେ ହିଁ ବିଶ୍ୱକପ ଅଭିଯାନ ଜାରି ରଖିଛି ଭାରତ ।
ତେଣୁ ଟିମ ଭାରତକୁ ବିଶ୍ୱକପ ପାଇଁ ଆଶୀର୍ବାଦ ଦେବାକୁ ମାଆଙ୍କୁ ଏହି ବାଲୁକାକଳା ମାଧ୍ୟମରେ ପ୍ରାର୍ଥନା କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ମା’ ଶବ୍ଦ ଶୁଣିଲେ ମନରେ ଖୁସି ଆସେ । ତାର ଉପସ୍ଥିତିରେ ସବୁ କିଛି ଖୁସି ନେଇ ଆସେ । ମା’ର ଆର୍ଶିବାଦ କାହାସହ ତୁଳନୀୟ ନୁହେଁ । ଏଭଳି ବାର୍ତ୍ତା ଦେଇଛନ୍ତି ବାଲୁକା ଶିଲ୍ପୀ ସୁଦର୍ଶନ ପଟ୍ଟନାୟକ।
ଏହି ବାଲୁକାକଳାରେ ଟିମ ଭାରତ କ୍ୟାପଟେନ ରୋହିତ ଶର୍ମାଙ୍କୁ ମାଆଙ୍କ ଚରଣଆଶ୍ରିତ ହୋଇ ଆଶୀର୍ବାଦ ନେବାର ଚିତ୍ର ଦେଖାଯାଇଛି । କର୍ଣ୍ଣାଟକର ବିଜାପୁର ଜିଲ୍ଲା ବାଶ୍ୱେଶ୍ୱର ଆଦିଶକ୍ତି ତରୁଣ ମଣ୍ଡଳ ସହପୀଠ ଅଞ୍ଚଳରେ ଏହି ବାଲୁକାକୃତିକୁ ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । ସୁଦର୍ଶନ କହିଛନ୍ତି ପ୍ରଥମଥର ପାଇଁ ବାଲୁକାକଳାରେ ସେ ଲେମ୍ବୁ ବ୍ୟବହାର କରିଛନ୍ତି ।
ତେବେ ଅତି ଆକର୍ଷଣୀୟ ଏହି ବାଲୁକା କଳାଟିକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ସଭିଏଁ ଆସି ଏହି ବାଲୁକା କଳାକୁ ମନ ପୁରେଇ ଦେଖୁଛନ୍ତି । କିଏ ଏହି ବାଲୁକା କଳା ପାଖରେ ସେଲ୍ଫି ନେଉଛି ତ କିଏ ପ୍ରଶଂସା କରୁଛି । ଏଭଳି ଏତେଗୁଡାଏ ଲେମ୍ବୁ ବ୍ୟବହାର ହୋଇଥିବା ଦେଖି ସଭିଏଁ ଚକିତ ହୋଇଯାଉଛନ୍ତି ।ଏଭଳି ଏକ ଭିନ୍ନ ଚିନ୍ତାଧାରାରେ ନିଜର କଳା ପ୍ରଦର୍ଶନ କରିଥିବାରୁ ସଭିଏଁ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ବିଶ୍ୱକପ ଅଭିଯାନରେ ଭାରତ ଭଲ ପ୍ରଦର୍ଶନ କରିବା ନେଇ ଶୁଭକାମନା ଜଣାଛନ୍ତି ।