ବାଲେଶ୍ୱରରେ ବେଆଇନ୍ ମଦ ଭାଟିରେ ଚଢ଼ଉ, ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ପୋଚ ଜବତ

ବାଲେଶ୍ୱରରେ ବେଆଇନ୍ ମଦ ଭାଟିରେ ଚଢ଼ଉ । ଆଜି ଭୋରୁ ଭୋରୁ ହୋଇଥିବା ଚଢ଼ାଉରେ ପୁରୁଣା ବାଲେଶ୍ୱର ଅଞ୍ଚଳରେ ପ୍ରାୟ ୪୧ ହଜାର ଲିଟର ପୋଚ ନଷ୍ଟ ସହ ୫୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। ତାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି।

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱରରେ ବେଆଇନ୍ ମଦ ଭାଟିରେ ଚଢ଼ଉ । ଆଜି ଭୋରୁ ଭୋରୁ ହୋଇଥିବା ଚଢ଼ାଉରେ ପୁରୁଣା ବାଲେଶ୍ୱର ଅଞ୍ଚଳରେ ପ୍ରାୟ ୪୧ ହଜାର ଲିଟର ପୋଚ ନଷ୍ଟ ସହ ୫୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। ତାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି। ଏହା ସହ ମଦ ରନ୍ଧାଯାଉଥିବା ସାମଗ୍ରୀ ଜବତ କରାଯାଇଛି ।

ପୁରୁଣା ବାଲେଶ୍ୱର ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଏମିତି ଦେଶୀ ମଦ ଭାଟି ଚାଲି ଆସୁଥିଲା। ପୋଲିସ କବଳରୁ ବଞ୍ଚିବା ସହ ବେପାର କରି ମାଲେମାଲ ହେବାକୁ ମଦ ମାଫିଆ ଏପରି ଚଳାଇଥିଲେ ନିଜ ସାମ୍ରାଜ୍ୟ । ମାତ୍ର ଆଗକୁ ପୂଜା ଥିବାରୁ ଗତ କିଛି ଦିନ ହେବ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଥିବା ପୋଲିସ ଆଜି ଏହି ଭାଟି ଠାବ କରିବାରେ ସକ୍ଷମ ହୋଇଛି। ଆଜି ସକାଳେ ଅବକାରୀ ଓ ପୋଲିସ୍ ଟିମ୍ ଓ ବନ ବିଭାଗ ମିଳିତ ଚଢ଼ାଉ କରି ମାଟି ତଳେ ପୋତା ଯାଇଥିବା ପ୍ରାୟ ୪୧ ହଜାର ଲିଟରରୁ ଅଧିକ ପୋଚ ନଷ୍ଟ କରିଛନ୍ତି। ଏହି ଟିମରେ ପ୍ରାୟ ୧୦୦ ଜଣ କର୍ମଚାରୀ ସାମିଲ ହୋଇଥିଲେ ।

ଏନେଇ ବାଲେଶ୍ୱର ଏସପି ସାଗରିକା ନାଥ କହିଛନ୍ତି, ପୂଜା ବେଳେ ଅପ୍ରିତିକର ସ୍ଥିତିକୁ ଏଡ଼ାଇବାକୁ ସ୍ପେଶାଲ ଡ୍ରାଇଭ କରାଯାଇଥିଲା। ଘଟଣାସ୍ଥଳରେ ଡିଏସପିଙ୍କ ସହ ୨ ପ୍ଲାଟୁନ ଫୋର୍ସ, ୨ ଫୋର୍ସ ହୋମଗାର୍ଡ, ଅବକାରୀ ବିଭାଗ ଟିମ୍‌, ବନ ବିଭାଗ ଟିମ୍‌ ମିଳିତ ଭାବେ ଚଢ଼ାଉ କରିଥିଲେ।