ନୂଆ ଲୁକରେ ଆସିବ ସାମସଙ୍ଗ Galaxy Z Flip5, ମିଳିବ ବମ୍ପର ଡିସକାଉଣ୍ଟ

ସାମସଙ୍ଗର ଲାଟେଷ୍ଟ ଅଫର ସହିତ Galaxy Z Flip5 ସ୍ମାର୍ଟଫୋନ ଉପରେ ଗ୍ରାହକଙ୍କୁ କ୍ୟାସବ୍ୟାକ୍‌ ଏବଂ ଅପଗ୍ରେଡ ବୋନସ ଏବଂ ୧୪,୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । ଏହା ସହିତ କମ୍ପାନୀ ନୂଆ ଭାରିଆଣ୍ଟ ଉପରେ ୩୦ ମାସ ପର୍ଯ୍ୟନ୍ତ ନୋ-କଷ୍ଟ୍‍ EMIର ଅଫର ଦେଉଛି ।

ସାମସଙ୍ଗ ଚଳିତ ବର୍ଷ ଜୁନ ମାସରେ Galaxy Z Flip5 ଫୋନ ଲଞ୍ଚ କରିଥିଲା । ଏହି ଫୋନ ୯୯,୯୯୦ ଟଙ୍କା ମୂଲ୍ୟରେ ମିଣ୍ଟ, ଗ୍ରାଫାଇଟ, କ୍ରିମ ଏବଂ ଲାଭେଣ୍ଡର ଭଳି ୪ଟି କଲର ଅପ୍ସନରେ ଆସିଥାଏ । ବର୍ତ୍ତମାନ ଏହି ଫୋନ ୟେଲୋ କଲରର ନୂଆ ଅପ୍ସନରେ ସାମ୍ନାକୁ ଆସିଛି । ଏହା ସହିତ କମ୍ପାନୀ Galaxy Z Flip5 ସ୍ମାର୍ଟଫୋନର ସମସ୍ତ ଭାରିଆଣ୍ଟ ଉପରେ ଏକ ନୂଆ ଲିମିଟେଡ ପିରିୟଡ ଅଫର ମଧ୍ୟ ଘୋଷଣା କରିଛି ।

ସାମସଙ୍ଗର ଲାଟେଷ୍ଟ ଅଫର ସହିତ Galaxy Z Flip5 ସ୍ମାର୍ଟଫୋନ ଉପରେ ଗ୍ରାହକଙ୍କୁ କ୍ୟାସବ୍ୟାକ୍‌ ଏବଂ ଅପଗ୍ରେଡ ବୋନସ ଏବଂ ୧୪,୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । ଏହା ସହିତ କମ୍ପାନୀ ନୂଆ ଭାରିଆଣ୍ଟ ଉପରେ ୩୦ ମାସ ପର୍ଯ୍ୟନ୍ତ ନୋ-କଷ୍ଟ୍‍ EMIର ଅଫର ଦେଉଛି । ଅର୍ଥାତ ଆପଣ ଫୋନକୁ ମାତ୍ର ୩,୩୭୯ ମୂଲ୍ୟରେ କିଣି ପାରିବେ । ଯେଉଁ ଗ୍ରାହକମାନେ ଫୋନକୁ EMIରେ କିଣିବାକୁ ଚାହୁଁ ନଥିବେ ସେମାନେ ୧୪,୦୦୦ ଟଙ୍କାର ଅପଗ୍ରେଡ ଲାଭ ପାଇ ପାରିବେ ।

ଡିସପ୍ଲେ – ସାମସଙ୍ଗ Galaxy Z Flip5 ସ୍ମାର୍ଟଫୋନରେ ୩.୫ ଇଞ୍ଚର କଭର ଡିସପ୍ଲେ ଅଛି, ଯାହା ଏକ ସୁପର AMOLED ପ୍ୟାନେଲ୍ । ଏହି ଫୋନରେ ୬.୭-ଇଞ୍ଚର FHD + ଡାଇନାମିକ୍ AMOLED 2X ଇନଫିନିଟି ଫ୍ଲେକ୍ସ ଡିସପ୍ଲେ ଦିଆଯାଇଛି ।
ପ୍ରୋସେସର ଏବଂଷ୍ଟୋରେଜ୍‌ – ସାମସଙ୍ଗର ଏହି ଫୋଲଡେବଲ୍ ଫୋନ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୨ ଚିପସେଟ ସହିତ ଆସିଥାଏ । ଏଥିରେ ୮GB LPDDR5 RAM ଏବଂ ୫୧୨GB ପର୍ଯ୍ୟନ୍ତ UFS ୩.୧ ଷ୍ଟୋରେଜ୍ ରହିଛି ।

କ୍ୟାମେରା – Galaxy Z Flip5 ସ୍ମାର୍ଟଫୋନରେ ୧୨ MP + ୧୨MPର ଡୁଆଲ କ୍ୟାମେରା ସେଟଅପ ରହିଛି । ଫୋନରେ ୧୦X ଡିଜିଟାଲ ଜୁମର ସପୋର୍ଟ ଦିଆଯାଇଛି । ଏହା ସହିତ ଫୋନରେ ୧୦MPର ସେଲଫି କ୍ୟାମେରା ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.