ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ମୁମ୍ବାଇ-ଗୋଆ ୪ ଲେନ୍‌ ବିଶିଷ୍ଟ ରାଜପଥ, ଛାତିଥରା ଦୃଶ୍ୟ କ୍ୟାମେରାରେ କଏଦ

ମହାରାଷ୍ଟ୍ରର ଚିପଲୁନ୍‌ରେ ମୁମ୍ବାଇ-ଗୋଆ ୪ ଲେନ୍‌ ବିଶିଷ୍ଟ ଏକ ନିର୍ମାଣାଧୀନ ଫ୍ଲାଏ ଓଭର ଭୁଶୁଡି ପଡିଛି। ଏହି ସମୟର ଏକ ଭୟାନକ୍‌ ଭିଡିଓ ସାମ୍ନାକୁ ଆସିଛି। ପ୍ରଥମେ ଫ୍ଲାଏ ଓଭରର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା, ପରେ ରାଜପଥର ଏକ ବ୍ଲକ୍‌ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ତଳେ ପଡ଼ିଯାଇଥିଲା।

ଘଟଣା ସୋମବାରର। ଏଠାରେ ଚିପଲୁନରେ ନିର୍ମାଣାଧୀନ ମୁମ୍ବାଇ-ଗୋଆ ୪ ଲେନ ବିଶିଷ୍ଟ ରାଜପଥର ଏକ ଖମ୍ବ ଭୁଶୁଡି ପଡ଼ିଥିଲା ଏବଂ ଏହାପରେ ଫ୍ଲାଏ ଓଭରର ଏକ ଅଂଶ ଆଖି ପିଛୁଳାକେ ଖସିପଡିଥିଲା।

ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ କେହି ମୃତାହତ ହେବାର ଖବର ନାହିଁ। କୋଙ୍କଣ ଅଞ୍ଚଳର ସବୁଠାରୁ ବଡ଼ ଫ୍ଲାଏ ଓଭର ଭୁଶୁଡ଼ି ପଡ଼ିବାରୁ ଏହା ଉପରେ ଥିବା ଏକ କ୍ରେନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି କ୍ରେନ୍‌ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲା। ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି, ଯେଉଁଥିରେ ବ୍ରିଜ ଭୁଶୁଡ଼ିବା କ୍ଷଣି ଆଖାପାଖରେ ଥିବା ଲୋକମାନେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳୁଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.