ଦୁର୍ଗା ପୂଜାକୁ ଧୋଇ ନେବ ବର୍ଷା, ଆସୁଛି ଲଘୁଚାପ !

ପୂଜାରେ ବର୍ଷା ସାଜିପାରେ ବାଧକ। ବର୍ଷାରେ ଭିଜିପାରେ ପାର୍ବଣର ଉତ୍ସାହ । ଦଶହରା ପୂର୍ବରୁ ଏକ ଲଘୁଚାପ ଘନୀଭୂତ ହୋଇପାରେ । ଯାହା ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏକା ସାଙ୍ଗେ ବଙ୍ଗୋପସାଗର ଓ ଆରବ ସାଗରରେ ଲଘୁଚାପ ସମ୍ଭାବନା ।

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ପାର୍ବଣ । ଧରାପୃଷ୍ଠକୁ ଅବତରଣ କରିବେ ଦେବୀ ଦୁର୍ଗା । ଏହାରି ମଧ୍ୟରେ ବଡ ଖବର ଆସୁଛି । ପୂଜାରେ ବର୍ଷା ସାଜିପାରେ ବାଧକ। ବର୍ଷାରେ ଭିଜିପାରେ ପାର୍ବଣର ଉତ୍ସାହ । ଦଶହରା ପୂର୍ବରୁ ଏକ ଲଘୁଚାପ ଘନୀଭୂତ ହୋଇପାରେ । ଯାହା ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏକା ସାଙ୍ଗେ ବଙ୍ଗୋପସାଗର ଓ ଆରବ ସାଗରରେ ଲଘୁଚାପ ସମ୍ଭାବନା । ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସେହିପରି ବଙ୍ଗୋପସାଗରରେ ପୂର୍ବଭାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବଙ୍ଗୋପସାଗରରେ ଲଘୁଚାପର ସମ୍ଭାବନା ରହିଛି । ଏହା କ୍ରମଶଃ ଆନ୍ଧ୍ର-ତାମିଲନାଡୁ ଆଡକୁ ଗତି କରିବ ।

ସେହିପରି ଆରବସାଗରରେ ୨୪ ଘଣ୍ଟା ଭିତରେ ଏକ ଲଘୁଚାପ କ୍ଷେତ୍ରର ସମ୍ଭାବନା ରହିଛି । ଆରବସାଗରର ଦକ୍ଷିଣ ପୂର୍ବ ଭାଗରେ ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଛି ବୋଲି ବିଭିନ୍ନ ପାଣିପାଗ ମଡେଲ ଆକଳନ କରୁଛନ୍ତି । ଏହା ଅଧିକ ଘନୀଭୂତ ହୋଇ ସାଇକ୍ଲୋନରେ ପରିଣତ ହୋଇପାରେ । ବାତ୍ୟାରେ ପରିଣତ ହେଲେ ଏହାର ନାଁ ‘ତେଜ’ ରହିବ । ଏଥିଯୋଗୁ ଭାରତ ପ୍ରତି ବିପଦ ନଥିବା କୁହାଯାଉଛି । ଏହା ୟେମେନ ଓ ଓମାନ ଆଡ଼କୁ ମୁହାଁଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.