୧୦୦୦ ଟଙ୍କାରୁ କମ୍ ଦାମରେ Itel ଲଞ୍ଚ କରିଛି ଇୟରବଡସ୍, ରହିଛି AI ENC ଭଳି ଧମାକାଦାର ଫିଚର୍ସ
ନିକଟରେ Itel Earbuds T1 Pro ଭାରତରେ ଲଞ୍ଚ ହୋଇଛି । ସୁଲଭ ମୂଲ୍ୟ ସହ ଅନେକ ଦମଦାର ଫିଚର୍ସ ସହ ଏହି ଇୟରବଡକୁ ଲଞ୍ଚ କରାଯାଇଛି । ଏହା ଦେଖିବାକୁ ବହୁତ ୟୁନିକ ଏବଂ ଏଥିରେ କ୍ରିଷ୍ଟାଲ କ୍ଲିୟର ଅଡିଓ କଲିଂ ମଧ୍ୟ ମିଳିପାରିବ ।
ନିକଟରେ Itel Earbuds T1 Pro ଭାରତରେ ଲଞ୍ଚ ହୋଇଛି । ସୁଲଭ ମୂଲ୍ୟ ସହ ଅନେକ ଦମଦାର ଫିଚର୍ସ ସହ ଏହି ଇୟରବଡକୁ ଲଞ୍ଚ କରାଯାଇଛି । ଏହା ଦେଖିବାକୁ ବହୁତ ୟୁନିକ ଏବଂ ଏଥିରେ କ୍ରିଷ୍ଟାଲ କ୍ଲିୟର ଅଡିଓ କଲିଂ ମଧ୍ୟ ମିଳିପାରିବ । AI ENC ଯୋଗୁ ଏହା କଲିଂ ଏକ୍ସପେରିଏନ୍ସକୁ ଉନ୍ନତ କରିବ । ଆପଣ ଏହାକୁ ମାତ୍ର ୮୪୯ ଟଙ୍କାରେ କିଣିପାରିବେ ।
ଫିଚର୍ସ:
-କ୍ଲିୟର ଏବଂ ନଏଜ ଫ୍ରି କଲିଂ ପାଇଁ ଏଆଇ ଇଏନସି ମାଇକ
-୩୫ ଘଣ୍ଟା ପ୍ଲେବ୍ୟାକ
-୧୦ ମିମି ବାସ ବୁଷ୍ଟର ଡ୍ରାଇଭର
-IPX5 ୱାଟର ରେସିଷ୍ଟାଣ୍ଟ
-କନେକ୍ଟିଭିଟି ପାଇଁ ବ୍ଲୁଟୁଥ ୫.୩
-ଦୁଇଟି ସୁନ୍ଦର କଲର ଅପ୍ସନରେ ଉପଲବ୍ଧ
Itel earbuds T1 Pro ଫୁଲ-ଇନ-ଇୟରବଡ ଅଟେ । ଠିକ୍ ଭାବରେ ଫିଟ ହେବା ପାଇଁ ଏହାକୁ ସ୍ଟେମ ସହିତ ଡିଜାଇନ କରାଯାଇଛି । ଏହି ଇୟରବଡ ୧୦ ମିମି ବାସ ବୁଷ୍ଟ ଡ୍ରାଇବର ସହିତ ରହିଛି, ଯାହା କ୍ଲିୟର ଅଡିଓ ଦେଇଥାଏ । ଏଥିରେ AI ନଏଜ କ୍ୟାନ୍ସଲେସନ ଟେକ୍ନୋଲୋଜି ରହିଛି, ଯାହା କ୍ରିଷ୍ଟାଲ କ୍ଲିୟର ଅଡିଓ କଲିଂ ଦେଇଥାଏ ।
ଟଚ୍ କଣ୍ଟୋଲ ସହିତ ଆପଣ ସହଜରେ ମ୍ୟୁଜିକ୍ ପ୍ଲେବ୍ୟାକ୍ ବନ୍ଦ କରିପାରିବେ । କଲ୍ର ଉତ୍ତର ଦେଇପାରିବେ କିମ୍ବା କଲ୍ କାଟିପାରିବେ । ଏହା ବ୍ୟତୀତ ଇନ୍-ଇୟର ଡିଟେକ୍ସନ୍ର ସୁବିଧା ମଧ୍ୟ ରହିଛି । ଏହାକୁ କାନରୁ ବାହାର କରିଦେଲେ ଗୀତ ବନ୍ଦ ହୋଇଯିବ ଏବଂ ପୁଣିଥରେ ଲଗାଇଲେ ଗୀତ ଚାଲିବା ଆରମ୍ଭ ହୋଇଯାଏ । ଏହା ଗୁଗଲ୍ ଏବଂ ସିରି ଭଳି ଭଏସ୍ ଆସିସ୍ଟାଣ୍ଟକୁ ସପୋର୍ଟ କରିଥାଏ । T1 Pro ଇୟରବଡ୍ ୩୦ ଫୁଟ୍ ପର୍ଯ୍ୟନ୍ତ କନେକ୍ଟିଭିଟି ଦେବା ପାଇଁ ବ୍ଲୁଟୁଥ ୫.୩ର ସାହାଯ୍ୟ ନେଇଥାଏ ।
ଚାର୍ଜିଂ କଥା କହିବାକୁ ଗଲେ, ଏହା ୩୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ । ଏହାକୁ ଥରେ ଚାର୍ଜ କରିଲେ ଆପଣ ୬ ଘଣ୍ଟା ପର୍ଯ୍ୟନ୍ତ ଗୀତର ଆନନ୍ଦ ନେଇପାରିବେ । ଏଥିରେ ୟୁଏସବି-ସି ଚାର୍ଜିଂର ସୁବିଧା ଦିଆଯାଇଛି । IPX5 ୱାଟର ରେସିଷ୍ଟାଣ୍ଟ ଫିଚର ରହିଛି, ଯାହା ହାଲୁକା ବର୍ଷାର ପ୍ରତିରୋଧ କରିଥାଏ । ମାତ୍ର ୮୪୯ ଟଙ୍କାରେ ଏହି ଇୟରବଡ ମିଳୁଛି । ଏହାର ଦୁଇଟି କଲର ଅପ୍ସନ ରହିଛି । ଯେପରିକି ନିୟନ ୟେଲୋ ଇୟର ଟିପ୍ସ, ମିନ୍ଟ ଗ୍ରୀନ ଇୟର ଟିପ୍ସ । ଏହା ଭାରତର ରିଟେଲ ଷ୍ଟୋର ମାନଙ୍କରେ ଉପଲବ୍ଧ ।