ନବରାତ୍ରି ବ୍ରତ ରଖିଛନ୍ତି କି? ତେବେ କରନ୍ତୁ ନାହିଁ ଏହି ୪ଟି ଭୁଲ୍‌

ନବରାତ୍ରିର ୯ ଦିନ ପାଇଁ ଲୋକମାନେ ଦେବୀ ମା’ ଙ୍କର ଉପାସନା କରନ୍ତି । ଏହା ସହିତ ଅଧିକାଂଶ ଲୋକ ଦେବୀ ମା’ ଙ୍କ ପ୍ରତି ଭକ୍ତିଭାବରେ ଉପବାସ ମଧ୍ୟ ରଖନ୍ତି । ଉପବାସ ସମୟରେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଯଦି ଆପଣ ମଧ୍ୟ ନବରାତ୍ରିର ବ୍ରତ ରଖୁଛନ୍ତି ତେବେ ଏହି ୪ଟି ଭୁଲ୍‌ ଆଦୌ କରନ୍ତୁ ନାହିଁ ।

ନବରାତ୍ରିର ୯ ଦିନ ପାଇଁ ଲୋକମାନେ ଦେବୀ ମା’ ଙ୍କର ଉପାସନା କରନ୍ତି । ଏହି ନବରାତ୍ରି ପର୍ବରେ ଦେବୀ ମା’ ଙ୍କର ଅଲଗା ଅଲଗା ସ୍ୱରୂପର ପୂଜା କରାଯାଏ । ଏହା ସହିତ ଅଧିକାଂଶ ଲୋକ ଦେବୀ ମା’ ଙ୍କ ପ୍ରତି ଭକ୍ତିଭାବରେ ଉପବାସ ମଧ୍ୟ ରଖନ୍ତି । ଉପବାସ ସମୟରେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଶରୀର ଉପରେ କୌଣସି କୁପ୍ରଭାବ ପଡିବ ନାହିଁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଉପବାସର ଅନେକ ସ୍ୱାସ୍ଥ୍ୟ ଉପକାର ରହିଛି । ଯଦି ଆପଣ ମଧ୍ୟ ନବରାତ୍ରି ର ବ୍ରତ ରଖୁଛନ୍ତି ତେବେ ଏହି ୪ଟି ଭୁଲ୍‌ ଆଦୌ କରନ୍ତୁ ନାହିଁ ।

ଭୋକରେ ରୁହନ୍ତୁ ନାହିଁ-
ଯଦି ଆପଣ ନବରାତ୍ରୀ ପାଇଁ ଉପବାସ କରୁଛନ୍ତି, ଏହାର ଅର୍ଥ ନୁହେଁ ଯେ ଆପଣ ଖାଇବା ବନ୍ଦ କରିଦେବେ । ସମ୍ପୂର୍ଣ୍ଣ ରୂପରେ ଖାଦ୍ୟ ଛାଡିଦେବା ଦ୍ୱାରା ଶରୀରର ଏନର୍ଜି ଲେବଲ କମିଯାଇଥାଏ । ବ୍ରତ ସମୟରେ ଶରୀରକୁ କମ ସେ କମ ୧୨୦୦ କ୍ୟାଲୋରୀର ଆବଶ୍ୟକତା ଥାଏ । ସେଥିପାଇଁ କିଛି ସମୟ ବ୍ୟବଧାନରେ ଅଳ୍ପ କିଛି ଖାଇବା ଆବଶ୍ୟକ ।

ୱାର୍କଆଉଟ୍‌ କରନ୍ତୁ ନାହିଁ-
କିଛି ଲୋକ ଅଧିକ ଫିଟ୍‌ନେସ୍‌ ଫ୍ରିକ୍‌ ହୋଇଥାନ୍ତି । ସେମାନେ ବ୍ରତ ସମୟରେ ମଧ୍ୟ ୱାର୍କଆଉଟ୍‌ କରିଥାନ୍ତି । କିନ୍ତୁ ଏପରି କରିବା ସ୍ୱାସ୍ଥ୍ୟ ପାଇଁ ଆଦୌ ଠିକ୍‌ ନୁହେଁ । ଉପବାସ କରିବା ଦ୍ୱାରା ଶରୀରର ଏନର୍ଜି ଲେବଲ ପୂର୍ବ ଅପେକ୍ଷା କମ୍‌ ହୋଇଯାଇଥାଏ । ଯାହା ଦ୍ୱାରା ମୁଣ୍ଡ ମଧ୍ୟ ବୁଲାଇପାରେ ।

ଅଧିକ ତେଲିଆ ଖାଦ୍ୟ ଖାଆନ୍ତୁ ନାହିଁ-
ପୂରାଦିନ ଉପବାସ ରହିବା ପରେ ଯଦି ଆପଣ ତୁରନ୍ତ ତେଲିଆ ଖାଦ୍ୟ ଖାଇବେ, ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ । ସଂଧ୍ୟା ସମୟରେ ପୁରୀ କିମ୍ବା ପକଡି ଖାଇବା ଦ୍ୱାରା ଶରୀରରେ ବ୍ଲଡ୍‌ ସୁଗାର ବଢିଯାଇପାରେ ।

ଡିହାଇଡ୍ରେସନ୍‌-
ବ୍ରତ ସମୟରେ ଅଧିକାଂଶ ଲୋକ ପାଣି ପିଅନ୍ତିନି । ଏହା ଦ୍ୱାରା ଡିହାଇଡ୍ରେସନ ହେବାର ଆଶଙ୍କା ବଢିଯାଇଥାଏ । ସେଥିପାଇଁ ଉପବାସ ସମୟରେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ । କିନ୍ତୁ ଚା ଏବଂ କଫି ଠାରୁ ଦୂରେଇ ରୁହନ୍ତୁ । ଏହା ପିଇବା ଦ୍ୱାରା ଏସି଼ଡିଟି ଏବଂ ଛାତିରେ ଜ୍ଵଳନ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.