ଲଞ୍ଚ ହେଲା ହୋଣ୍ଡାର CB300R ନିଓ ସ୍ପୋର୍ଟସ କ୍ୟାଫେ ରୋଡଷ୍ଟର ବାଇକ୍‌, ଜାଣନ୍ତୁ କେତେ ରହିଛି ଦାମ

୨୦୨୩ ହୋଣ୍ଡା CB300Rର ବୁକିଂ ବର୍ତ୍ତମାନ ବିଗୱିଙ୍ଗ ଡିଲରସିପ୍ ନେଟୱାର୍କରେ କରାଯାଇପାରିବ । ଏହା ରେଡ ଏବଂ ମାସିଭ୍‌ ଗ୍ରେ ମେଟାଲିକ କଲରରେ ସାମ୍ନାକୁ ଆସିଛି । ଯାହା ବାଇକ ପ୍ରେମୀଙ୍କୁ ଖୁବ ପସନ୍ଦ ଆସିବ ।

ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଦେଶରେ OBD2A ଭଳି ୨୦୨୩ CB300R ନିଓ ସ୍ପୋର୍ଟସ କ୍ୟାଫେ ରୋଡଷ୍ଟର ଲଞ୍ଚ କରିଛି । ଦିଲ୍ଲୀରେ ଏହାର ଏକ୍ସ ସୋରୁମ ଦାମ୍‌ ୨.୪୦ ଲକ୍ଷ ଟଙ୍କା ରହିଛି । ୨୦୨୩ ହୋଣ୍ଡା CB300Rର ବୁକିଂ ବର୍ତ୍ତମାନ ବିଗୱିଙ୍ଗ ଡିଲରସିପ୍ ନେଟୱାର୍କରେ କରାଯାଇପାରିବ । ଏହା ରେଡ ଏବଂ ମାସିଭ୍‌ ଗ୍ରେ ମେଟାଲିକ କଲରରେ ସାମ୍ନାକୁ ଆସିଛି । ଯାହା ବାଇକ ପ୍ରେମୀଙ୍କୁ ଖୁବ ପସନ୍ଦ ଆସିବ ।

ଡିଜାଇନ୍ :
୨୦୨୩ ହୋଣ୍ଡା CB300Rର ଷ୍ଟାଇଲିଂ ରେଟ୍ରୋ ଥିମ୍‌ର CB1000R ଲିଟର-କ୍ଲାସରୁ ଡିଜାଇନ୍‌ ହୋଇଛି । ନିଓ ସ୍ପୋର୍ଟ୍ସ କ୍ୟାଫେ ଏକ ମାସ୍କୁଲାର ଫ୍ୟୁଲ୍‌ ଟ୍ୟାଙ୍କ୍‌ , ଏଲଇଡି ହେଡଲ୍ୟାମ୍ପ, ଏଲଇଡି ୱିଙ୍କର୍ ଏବଂ ଏଲଇଡି ଟେଲ ଲ୍ୟାମ୍ପ ସହିତ ଆସିଥାଏ । ଏଥିରେ ଏକ ଫୁଲ ଡିଜିଟାଲ ଇନଷ୍ଟମେଣ୍ଟ କ୍ଲଷ୍ଟର ମଧ୍ୟ ଥାଏ ଏହା ସହିତ ଏକ ଏମର୍ଜେନ୍ସି ଷ୍ଟପ୍ ସିଗ୍ନାଲ୍ ଏବଂ ହାଜାର୍ଡ ଲାଇଟ୍ ସୁଇଚ୍ ମଧ୍ୟ ରହିଛି ।

ଇଞ୍ଜିନ୍ :
୨୦୨୩ ହୋଣ୍ଡା CB300R ରେ ୨୮୬.୦୧cc, ୪-ଷ୍ଟ୍ରୋକ, ସିଙ୍ଗଲ୍ ସିଲିଣ୍ଡର BSVI OBD2A କମ୍ପଲିଏଣ୍ଟ PGM-FI ଇଞ୍ଜିନ୍ ଦିଆଯାଇଛି । ଯାହା ୩୦.୭bhp ର ପାୱାର୍ ଏବଂ ୨୭.୫Nm ର ଟର୍କ ଜେନେରେଟ କରିଥାଏ । ଏହି ପାୱାର୍ ଟ୍ରେନ୍ ୬ -ସ୍ପିଡ୍ ଗିଅରବକ୍ସ ସହିତ ଯୋଡ଼ା ହୋଇଛି । ଏହି ମୋଟର ସାଇକେଲରେ ଏକ ସ୍ଲିପର୍ କ୍ଲଚ୍ ଆସିଷ୍ଟ ମଧ୍ୟ ଦିଆଯାଇଛି ଯାହା ଗିଅର ଶିଫ୍ଟକୁ ସହଜ କରିଥାଏ ଏବଂ ସ୍ପିଡ କମ କରିବା ସମୟରେ ହାର୍ଡ ଡାଉନ୍ ସିଫ୍ଟରେ ରିୟର ହ୍ଵିଲ ଲକ୍ ଅପ୍ ଆଡଜଷ୍ଟ କରିଥାଏ ।

ହାର୍ଡୱେର୍ :
୧୪୬ କିଲୋଗ୍ରାମର ଓଜନ ସହିତ CB300R ଏହାର ସେଗମେଣ୍ଟରେ ସବୁଠାରୁ କମ ଓଜନର ମୋଟରସାଇକେଲ୍ । ସସ୍ପେସନ୍‌ ପାଇଁ ଏଥିରେ ୪୧ ମିଲିମିଟର ୟୁଏସଡି ଫ୍ରଣ୍ଟ୍ ଫୋର୍କ୍ସ ଏବଂ ରିୟର ହ୍ଵିଲ୍ସରେ ଏକ ଆଡଜେଷ୍ଟବଲ ମୋନୋ-ଶକ୍ ସସପେନ୍ସନ୍ ମିଳିଥାଏ । ବ୍ରେକିଂ ପାଇଁ ଷ୍ଟାଣ୍ଡାର୍ଡ ଭାବେ ଡୁଆଲ୍ ଚ୍ୟାନେଲ୍ ABS ସହିତ ୨୯୬ ମିମି ଫ୍ରଣ୍ଟ ଡିସ୍କ ବ୍ରେକ୍ ଏବଂ ୨୨୦ମିମି ରିୟର ଡିସ୍କ ବ୍ରେକ୍ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.