Below header

ଗର୍ଭାବସ୍ଥା ସମୟରେ ଅଧିକ ଏସିଡିଟି ହେଉଛି କି ? ତାହେଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଗର୍ଭାବସ୍ଥା ସମୟରେ ମହିଳାମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ କରିବା ପାଇଁ ପଡିଥାଏ । ସେହି ସମୟରେ ଗ୍ୟାସ୍‌ ହେବା ଏକ ସାଧାରଣ ସମସ୍ୟା ହୋଇଥାଏ । ତେବେ ହ୍ଲେଥ ଏକ୍ସପଟର୍ସଙ୍କ ଅନୁସାରେ, ଶରୀରରେ ପ୍ରୋଜେଷ୍ଟେରନ୍‌ ହରମୋନ୍‌ ସ୍ତର ବୃଦ୍ଧି ହେତୁ ଅଧିକ ଗ୍ୟାସ୍‌ ହୋଇଥାଏ । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏହି ସମୟରେ କିପରି ନିଜର ଅଧିକ ଧ୍ୟାନ ରଖିବେ ।

ଗର୍ଭାବସ୍ଥା ସମସ୍ତ ମହିଳାମାନଙ୍କ ପାଇଁ ଏକ ବହୁତ ସୁନ୍ଦର ସମୟ ହୋଇଥାଏ । ମା’ ହେବା ସମୟଟି ସମସ୍ତ ମହିଳାଙ୍କ ପାଇଁ ଜୀବନରେ ଏକ ନୂଆ ଆରମ୍ଭ ହୋଇଥାଏ । ହେଲେ ଗର୍ଭଧାରଣ ଯେତିକି ଖୁସିର ସମୟ ହୋଇଥାଏ, ବେଳେବେଳେ ଏହା ସେତିକି କଷ୍ଟଦାୟକ ଏବଂ ସମସ୍ୟାରେ ପରିପୂର୍ଣ୍ଣ ହୋଇଥାଏ । ତେବେ ପିଲାଟିକୁ ପୂରା ୯ ମାସ ଗର୍ଭରେ ରଖିବା ବେଳେ ମା’କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ଗର୍ଭାବସ୍ଥା ସମୟରେ ମହିଳାମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ କରିବା ପାଇଁ ପଡିଥାଏ । ସେହି ସମୟରେ ଗ୍ୟାସ୍‌ ହେବା ଏକ ସାଧାରଣ ସମସ୍ୟା ହୋଇଥାଏ । ତେବେ ହେଲ୍ଥ ଏକ୍ସପଟର୍ସଙ୍କ ଅନୁସାରେ, ଶରୀରରେ ପ୍ରୋଜେଷ୍ଟେରନ୍‌ ହରମୋନ୍‌ ସ୍ତର ବୃଦ୍ଧି ହେତୁ ଅଧିକ ଗ୍ୟାସ୍‌ ହୋଇଥାଏ । ଗର୍ଭଧାରଣ ସମୟରେ ବେଳେବେଳେ ଏସିଡିଟିର କଷ୍ଟ ଅସହ୍ୟ ହୋଇଥାଏ । ହେଲେ ଆପଣମାନେ କିଛି ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏହି ସମୟରେ କିପରି ନିଜର ଅଧିକ ଧ୍ୟାନ ରଖିବେ ।

ଅଧିକ ପାଣି ପିଇବେ :
ଗର୍ଭାବସ୍ଥା ସମୟରେ ଏସିଡିଟି ହେବାରୁ ବଞ୍ଚିବା ପାଇଁ ଅଧିକ ପାଣି ପିଇବା ଆରମ୍ଭ କରିବା ଉଚିତ । ଡାକ୍ତରଙ୍କ କହିବା ଅନୁସାରେ, ଗର୍ଭଧାରଣ ବେଳେ ପ୍ରାୟ ୩ ଲିଟର ପାଣି ପିଇବା ଜରୁରୀ ହୋଇଥାଏ । ଏକ୍ସପଟର୍ସଙ୍କ କହିବା ମୁତାବକ, ଏହି ସମୟରେ ମହିଳାମାନେ ଧିରେ ଧରେ ପାଣି ପିଇବା ଉଚିତ ।

ମେଥି ସେବନ କରିବେ :
ମେଥି ଗ୍ୟାସ୍‌ ସମସ୍ୟା ପାଇଁ ଏକ ଲାଭଦାୟକ ପଦାର୍ଥ ହୋଇଥାଏ । ଅନେକ ଦିନରୁ ଏହି ଘରୋଇ ଉପଚାର ଗ୍ୟାସ୍‌ ହୋଇଥିଲେ ବ୍ୟବହାର କରାଯାଏ । ସେଥିପାଇଁ ଯଦି ଆପଣଙ୍କୁ ଗର୍ଭାବସ୍ଥା ସମୟରେ ଗ୍ୟାସ୍‌ ସମସ୍ୟା ହେଉଛି ତାହେଲେ ଆପଣ ମେଥିକୁ ରାତିରେ ଭିଜାଇ ସକାଳୁ ସେହି ପାଣିକୁ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଅଦା ଓ ପୋଦିନା ପତ୍ର ଚା’ :
ଅଦା ଓ ପୋଦିନା ପତ୍ରର ଚା’ ପିଇବା ଦ୍ୱାରା ଡାଇଜେସନ୍‌ ସମସ୍ୟା ଦୂର ହୋଇଥାଏ । ବିଶେଷ ଭାବେ ଏସିଡିଟି ସମସ୍ୟା ପାଇଁ ଏହା ଅଧିକ ଲାଭଦାୟକ ହୋଇଥାଏ ।

ହ୍ଲେଥ ଏକ୍ସପଟର୍ସଙ୍କ ଅନୁସାରେ, ଷ୍ଟ୍ରେସ୍‌ ଯୋଗୁ ମଧ୍ୟ ଏସିଡିଟି ହୋଇପାରେ । ସେଥିପାଇଁ ଗର୍ଭାବସ୍ଥା ସମୟରେ କମ୍‌ ଷ୍ଟ୍ରେସ୍‌ ନେବା ସ୍ୱାସ୍ଥ୍ୟ ପାଇଁ ଠିକ୍‌ ହୋଇଥାଏ । ତେବେ ଯଦି ଆପଣ ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ଚାହୁଁଛନ୍ତି ତାହେଲେ ଟେନ୍‌ସନ୍‌ ଫ୍ରି ରହିବା ବହୁତ ଜରୁରୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.