ଖୁବଶୀଘ୍ର ଲଞ୍ଚ ହେବ ରୟାଲ ଏନଫିଲ୍ଡର ହିମାଲୟାନ 452, ଡିଜାଇନ୍‌ ବି ରହିଛି ଦମଦାର

ନୂଆ RE ହିମାଳୟାନ 452 ଆଡଭେନ୍ଚର ବାଇକ୍ DOHC କନ୍ଫିଗେରେସନ୍‌ ସହିତ ଏକ ନୂଆ ୪୫୧.୬୬cc ଲିକ୍ୱିଡ-କୁଲ୍ଡ, ୪-ଭଲଭ୍ ଇଞ୍ଜିନ୍ ସହିତ ଆସିବ । ଏହି ଇଞ୍ଜିନ୍ ୮,୦୦୦rpm ରେ ପ୍ରାୟ ୩୯,୫୭bhpର ପାଓ୍ଵାର ଏବଂ ୪୦-୪୫Nm ର ପିକ୍‌ ଟର୍କ ଜେନେରେଟ କରିଥାଏ ।

ରୟାଲ ଏନଫିଲ୍ଡ ନିଜର ହିମାଲୟାନ 452 ଆଡଭେନ୍ଚର ମୋଟର ସାଇକେଲକୁ ୧ ନଭେମ୍ବର ୨୦୨୩ରେ ସାମ୍ନାକୁ ଆଣିବ । ନଭେମ୍ବର ୭ରୁ ଏହା ଦେଶରେ ବିକ୍ରି ହେବ ବୋଲି ଆଶା କରାଯାଉଛି । କିନ୍ତୁ କମ୍ପାନୀ ଏପର୍ଯ୍ୟନ୍ତ ଏହା ବିଷୟରେ ଅଫିସିଆଲ ଘୋଷଣା କରି ନାହିଁ । ଅଫିସିଆଲ ଲଞ୍ଚ ପୂର୍ବରୁ ରୟାଲ ଏନଫିଲ୍ଡ ନିଜର ଆଡଭେନ୍ଚର ମୋଟର ସାଇକେଲର କିଛି ଫଟୋ ଏବଂ ଟିଜର ଭିଡିଓ ଜାରି କରିଛି ।

ନୂଆ RE ହିମାଳୟାନ 452 ଆଡଭେନ୍ଚର ବାଇକ୍ DOHC କନ୍ଫିଗେରେସନ୍‌ ସହିତ ଏକ ନୂଆ ୪୫୧.୬୬cc ଲିକ୍ୱିଡ-କୁଲ୍ଡ, ୪-ଭଲଭ୍ ଇଞ୍ଜିନ୍ ସହିତ ଆସିବ । ଏହି ଇଞ୍ଜିନ୍ ୮,୦୦୦rpm ରେ ପ୍ରାୟ ୩୯,୫୭bhpର ପାଓ୍ଵାର ଏବଂ ୪୦-୪୫Nm ର ପିକ୍‌ ଟର୍କ ଜେନେରେଟ କରିଥାଏ । ଏହି ମୋଟର ସାଇକେଲର ପାଓ୍ଵାର-ଟୁ-େଓ୍ଵଟ ପାଖାପାଖି ୨୦୧.୪bhp / ଟନ୍ ହେବ, ଯାହା ବର୍ତ୍ତମାନର ହିମାଳୟାନ ୪୧୧(୧୨୦.୪ bhp / ଟନ୍) ର ପ୍ରାୟ ଦୁଇ ଗୁଣ ହେବ । ଏହି ଇଞ୍ଜିନ୍ ୬-ସ୍ପିଡ୍ ଗିଅରବକ୍ସ ସହିତ ଯୋଡ଼ା ଯିବ । ବ୍ରେକିଂ ଡ୍ୟୁଟି ପାଇଁ ନୂଆ ରୟାଲ୍ ଏନଫିଲ୍ଡ ହିମାଳୟାନ 452ରେ ଡୁଆଲ୍ ଚ୍ୟାନେଲ୍ ଏବିଏସ୍ (ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍) ସହିତ ଦୁଇଟି ଚକ ଉପରେ ଡିସ୍କ ବ୍ରେକ୍ ମିଳିବ । ଏହି ମୋଟରସାଇକେଲ ୟୁଏସଡି ଫ୍ରଣ୍ଟ ଫୋର୍କସ ଏବଂ ରିୟରରେ ଏକ ମୋନୋସକ ୟୁନିଟ ସହିତ ଆସିବ । ଏହା ରାଇଡ-ବାଇ-ୱାୟାର୍ ଟେକନିକ୍‌, ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ ଏକ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର ଏବଂ ଏକ ଅଲ-ଏଲଇଡି ଲାଇଟିଙ୍ଗ ସିଷ୍ଟମ ସହିତ ଲ୍ୟାସ୍‌ ହେବ ।

ଡିଜାଇନ୍ :
ଏଥିରେ ଏଲଇଡି ହେଡଲାଇଟ୍, ଫେଣ୍ଡର, ଏକ ବଡ଼ ଫ୍ୟୁଲ୍‌ ଟ୍ୟାଙ୍କ ଏବଂ ୱିଣ୍ଡସ୍କ୍ରିନ୍, ସ୍ପିଲ୍ଟ ସିଟିଂ ଏବଂ ଏକ କମ୍ପାକ୍ଟ ଟେଲ୍‌ ଆକ୍ସନ ସହିତ ରହିବ । ହିମାଲୟନ ବ୍ୟାଜିଙ୍ଗକୁ ଫ୍ୟୁଲ୍‌ ଟ୍ୟାଙ୍କ, ଫ୍ରଣ୍ଟ ମଡଗାର୍ଡ, ସାଇଡ ପ୍ୟାନେଲ ଏବଂ ରିୟର ଫେଣ୍ଡରରେ ରଖାଯାଇଛି । ନୂଆ ମୋଟରସାଇକେଲ୍ କ୍ଲାସିକ୍ 350 ଏବଂ ଇଣ୍ଟରସେପ୍ଟର 650 ମଧ୍ୟରେ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.