Below header

ସୁନ୍ଦରଗଡ ଜିଲ୍ଲାର ତୁମ୍ୱିଖୋଲ ଗାଁର ଦୁର୍ଦ୍ଦଶା, ଦ୍ଵିତୀୟ ନଗଡା ବୋଲି କହୁଛନ୍ତି ଏଠାକାର ଲୋକେ

ପ୍ରାଚୁର୍ଯ୍ୟଭରା ସୁନ୍ଦରଗଡ ଜିଲ୍ଲା। କଳାହୀରା ବା ଉତକୃଷ୍ଟ ମାନର କୋଇଲା ପାଇଁ ସାରା ଏସିଆ ମାହାଦେଶରେ ପରିଚିତ। ଆହୁରି ଏସିଆ ମହାଦେଶ ର ସବୁଠାରୁ ବଡ ଖୋଲା ମୁହଁ କୋଇଲା ଖଣି ରହିଛି ଏହି ଜିଲ୍ଲାରେ । ହେଲେ ଏହି ସାରା ଦେଶ କୁ କୋଇଲା ଯୋଗାଉଥିବା ଏହି ସୁନ୍ଦରଗଡ ଜିଲ୍ଲା ର ହେମଗିରି ବ୍ଲକ ର ଲୋକଙ୍କ କିଛି ଦୁର୍ଦ୍ଦଶା ଆଜି ଆମେ ଆପଣଙ୍କୁ ଜଣାଇବୁ।

ସୁନ୍ଦରଗଡ(କେନ୍ୟୁଜ୍‌) :  ପ୍ରାଚୁର୍ଯ୍ୟଭରା ସୁନ୍ଦରଗଡ ଜିଲ୍ଲା। କଳାହୀରା ବା ଉତକୃଷ୍ଟ ମାନର କୋଇଲା ପାଇଁ ସାରା ଏସିଆ ମାହାଦେଶରେ ପରିଚିତ। ଆହୁରି ଏସିଆ ମହାଦେଶ ର ସବୁଠାରୁ ବଡ ଖୋଲା ମୁହଁ କୋଇଲା ଖଣି ରହିଛି ଏହି ଜିଲ୍ଲାରେ । ହେଲେ ଏହି ସାରା ଦେଶ କୁ କୋଇଲା ଯୋଗାଉଥିବା ଏହି ସୁନ୍ଦରଗଡ ଜିଲ୍ଲା ର ହେମଗିରି ବ୍ଲକ ର ଲୋକଙ୍କ କିଛି ଦୁର୍ଦ୍ଦଶା ଆଜି ଆମେ ଆପଣଙ୍କୁ ଜଣାଇବୁ। ସାରା ଦେଶକୁ ବିଜୁଳି ଉପାଦନ ପାଇଁ କୋଇଲା ଯୋଗାଉଥିବା ଏହି ହେମଗିରି କୋଇଲା ଖଣି ପାଖରେ ଏହିଭଳି କିଛି ଗାଁ ଅଛି ଯେଉଁମାନେ ଆଜି ପର୍ଯ୍ୟନ୍ତ ବିଜୁଳି କଣ ଦେଖିନାହାନ୍ତି , ରାସ୍ତା କଣ ଆଜି ପର୍ଯ୍ୟନ୍ତ ତାଙ୍କ ଗାଁ କୁ ଯାଇ ନାହିଁ। ମୋବାଇଲ ନେଟୱର୍କ କଣ ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି ଏଠିକାର ଲୋକେ।

ନିକଟସ୍ଥ ରାଜସ୍ଵ ଗାଁ ହେଉଛି ତିଉରୁଆ। ଏହି ଗାଁ ତୁମ୍ୱିଖୋଲ କୁ ଯିବା କୁ ହେଲେ ଆପଣ ଙ୍କୁ ବାଇକ ରେ ଯିବା ବି ବହୁତ ମୁସ୍କିଲ ହୋଇଯିବ। ଲେଫ୍ରିପଡା – ତିଉରିଆ ରାସ୍ତା ରୁ ପାଖାପାଖି ୫ କିଲୋମିଟର ଆପଣ ଙ୍କୁ ସଂଘର୍ଷ କରିବା କୁ ପଡିବ। ରାସ୍ତା , ପାଣି , ବିଜୁଳି , ମୋବାଇଲ ନେଟଓାର୍କ କଣ ଆଜି ପର୍ଯ୍ୟନ୍ତ ଦେଖିନାହାନ୍ତି ଏଠିକାର ଲୋକେ।

mahila

ବିଜୁଳି – ବିଜୁଳି ଏଠି ସାତ ସପନ , ବିଜୁଳି କଣ ଆଜି ପର୍ଯ୍ୟନ୍ତ ଦେଖି ନାହନ୍ତି ଏଠିକାର ଲୋକେ । ଦିନ ଆଲୁଅରେ ବିତେ ଜୀବନ , ରାତି ହୋଇଗଲେ ସବୁ ଅନ୍ଧାର । ପିଲାଙ୍କ ପଢା ଠୁ ଆରମ୍ଭ କରି ସବୁ ଜିନିଷ ସୂର୍ଯ୍ୟ ଆଲୁଅ ହିଁ ଭରସା।

ରାସ୍ତା – ରାସ୍ତା କଥା ନକହିବା ଭଲ , କଚ୍ଚା ରାସ୍ତା ବି ଦେଖିନାହାନ୍ତି ଏଠିକାର ଲୋକେ , ପାହାଡ ଭଳି ବଡ ବଡ ପଥର ଦେଇ ଯିବା କୁ ହୁଏ ଏହି ଗାଁ କୁ। ରାସ୍ତା ନଥିବାରୁ କେହି ମେଡିକାଲ ରେ ପଡିଗଲେ କଥା ସରିଯାଏ , ଆମ୍ୱୁଲାନ୍ସ ତ ଆସି ପାରେ ନାହିଁ ଖଟରେ ବୁହା ହୋଇ ଚାରି ରୁ ପାଚଂ କିଲୋମିଟର ଯିବା କୁ ପଡେ ସ୍ଵାସ୍ଥ୍ୟ ସେବା ପାଇବା ପାଇଁ ।

ପାଣି – ପାଣି କଥା ଛାଡନ୍ତୁ ସରକାରଙ୍କ ଅନେକ ଯୋଜନା ରହିଛି ହେଲେ ପାଣିର କିଛି ସୁବିଧା ହୋଇନାହିଁ ଏହି ଲୋକ ମାନଙ୍କ ପାଇଁ। ଆଜି ବି ନାଳ ପାଣି ହେଉକି ଚୁଆ ପାଣି ଏଠିକାର ଲୋକଙ୍କ ଏହାହିଁ ଭରସା। ପୁଣି ପାଣି ପାଇଁ କରିବାକୁ ପଡିଥାଏ କିଲୋମିଟର କିଲୋମିଟର ସଂଘର୍ଷ।

ମୋବାଇଲ ନେଟୱର୍କ – ମୋବାଇଲ ନେଟୱର୍କ  କଣ ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି ଏଠିକାର ଲୋକେ । ଏହି ଅଚଂଳକୁ ଯଦି ଆପଣ ପଶିଯିବେ ତାହା ହେଲେ ଆପଣ ବାହାର ଦୁନିଆରୁ ବାହାରକୁ ଚାଲିଯିବେ। କାରଣ ଏହି ଅଚଂଳର ୧୦ କିଲୋମିଟର ପର୍ଯ୍ୟନ୍ତ ମୋବାଇଲ ନେଟୱର୍କ ଆସିନଥାଏ ।
ଏହିଭଳି କୌଣସି ମୌଳିକ ସୁବିଧା ଦେଖିନାହାନ୍ତି ଏଠିକାର ଲୋକେ । ଏହିଭଳି ଅନେକ ଅଭିଯୋଗ ରହିଛି ଏହି ଗ୍ରାମବାସୀ ଙ୍କ ବିକାଶ ଠାରୁ ବହୁତ ଦୁରରେ ନିଜ ଜୀବନ ସହ ସଂଘର୍ଷ ଆଜି ବି କରୁଛନ୍ତି ଏହି ତୁମ୍ୱିଖ ଗ୍ରାମ ର ଗ୍ରାମବସୀମାନେ ।

ଏହିଭଳି ଗାଁ ର ଅନେକ ସମସ୍ୟା ନେଇ ଆମେ ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କ ପ୍ରତିକ୍ରୀୟା ନେବା କୁ ଚେଷ୍ଟା କରିଥିବା ବେଳେ ସେମାନେ କ୍ୟାମେରା ସମ୍ମୂଖ ରେ କିଛି କହିବା ପାଇଁ ମନା କରିଦେଇଛନ୍ତି । ହଜାର ହଜାର କୋଟି ଟଙ୍କାର ରାଜସ୍ଵ ଦେଉଥିବା ଏହି କୋଇଲା ଖଣି ନିକଟ ଗାଁ ତୁମ୍ୱିଖୋଲର ଦୁର୍ଦ୍ଦଶା କେବେ ଦୁର ହେଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.