Below header

ବରଫ ପାହାଡ ଉପରେ ଛିଡା ହୋଇ କାନାଡାବାସୀଙ୍କୁ ଭାଙ୍ଗଡା ସିଖାଉଛନ୍ତି ଏହି ସର୍ଦ୍ଦାର, ଦେଖନ୍ତୁ ଭିଡିଓ

କାନାଡାର ଥଣ୍ଡା ସାରା ଦୁନିଆର ଚର୍ଚ୍ଚିତ। ୟୁକୋନ ଏକ ଏମିତି ଜାଗା ଯେଉଁଠାରେ ବହୁତ ମାତ୍ରାରେ ବରଫ ବର୍ଷା ହୋଇଥାଏ। କିନ୍ତୁ ଏକ ସରଦାର ଜୀ କମାଲ କରିଦେଇଛନ୍ତି। ସେ ସେଠାକାର ଲୋକଙ୍କୁ ବରଫରେ ଭାଙ୍ଗଡା ସିଖାଉଛନ୍ତି। ତାଙ୍କର ଏହି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଏବେ ଖୁବ ଭାଇରାଲ ହେଉଛି।

ଏହି ଭିଡିଓରେ ସେ ନିଜ ଷ୍ଟୁଡେଣ୍ଟସଙ୍କୁ ଏକଦମ ବରଫରେ ଭାଙ୍ଗଡା ସିଖାଉଛନ୍ତି। ଏହି ସରଦାରଙ୍କ ନାମ ଗୁରଦୀପ ପଣ୍ଢେର। ଭିଡିଓରେ ସେ ନିଜ ବିଦେଶୀ ଷ୍ଟୁଡେଣ୍ଟସକୁ ବରଫରେ ଭାଙ୍ଗଡା ଶିଖାଉଛନ୍ତି। ସେ ଏହାକୁ ଆଉଟଡୋର ଭାଙ୍ଗଡା କ୍ଲାସ କହୁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ –୨୦ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ସେ ଭାଙ୍ଗଡା ଶିଖାଉଛନ୍ତି। ୟୁକୋନର ଫ୍ରେଞ୍ଚ ସମ୍ପ୍ରଦାୟର ଲୋକଙ୍କୁ ସେ ଭାଙ୍ଗଡା ସିଖାଉଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଭିଡିଓ ସେୟାର ହେବା ମାତ୍ରକେ ଖୁବ୍‌ ଭାଇରାଲ ହେଉଛି। ଲୋକେ ଏହି ଭାଙ୍ଗଡା ଡ୍ୟାନ୍ସକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଭିଡିଓ ସେୟାର ହେବା ମାତ୍ରକେ ୧.୨ ଲକ୍ଷ ଲୋକ ଦେଖିସାରିଲେଣି। କିଛି ଲୋକ ତ କହୁଛନ୍ତି ଗୁରଦୀପଙ୍କଠାରୁ ଭାଙ୍ଗଡା ଶିଖିବାକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.