ଲକ୍ଷ୍ମୌ: ଆତ୍ମହତ୍ଯା କଲେ ଡାକ୍ତର ବାପା ଓ ପୁଅ, ସୁଇସାଇଡ ନୋଟରେ ଲେଖିଲେ ‘ଆଉ ସହି ହେଉନି’

ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌର ବିଭୂତିଖଣ୍ଡ ଅଞ୍ଚଳରେ ଏକ ଚାଞ୍ଚଲ୍ଯକର ଘଟଣା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଡାକ୍ତର ବାପା ଏବଂ ପୁଅ ସୁଇସାଇଡ ନୋଟ ଲେଖି ଆତ୍ମହତ୍ଯା କରିଛନ୍ତି। ଘଟଣାସ୍ଥଳରୁ ଡାକ୍ତରଙ୍କ ପାଖରୁ ୩ଟି ସୁଇସାଇଡ ନୋଟ ଜବତ କରିଛି ପୋଲିସ। ଆଉ ପୁଅ ପାଖରୁ ଏକ ସୁଇସାଇଡ ନୋଟ ମିଳିଛି, ଯେଉଁଥିରେ ଲେଖାଯାଉଛି, ‘ ଆଉ ସହି ହେଉନି। କିନ୍ତୁ ଆଉ ଦୁଇଟି ସୁଇସାଇଡ ନୋଟରେ କ’ଣ ଲେଖାଯାଇଛି, ତାହା ଏପର୍ଯ୍ଯନ୍ତ ଜଣାପଡିନାହିଁ।

ପୋଲିସ ସୂଚନା ଅନୁସାରେ, ଲକ୍ଷ୍ମୌର ବିଭୂତି ଖଣ୍ଡରେ ବାପାପୁଅ ଦୁହେଁ ରହୁଥିଲେ। ଏହି ଘରେ ଅଲଗା ଅଲଗା ରୁମରେ ବାପା ପୁଅଙ୍କ ଶବ ମିଳିଥିଲା। ମରିଥିବା ବାପା କୃଷ୍ଣ ତିୱାରୀ(୭୫) ଏବଂ ଗୌରବ ତିୱାରୀ (୪୬) ଦୁହେଁ କିଛି ବିଷାକ୍ତ ଦ୍ରବ୍ଯ ଖାଇ ଆତ୍ମହତ୍ଯା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ମୃତ ମାଧବ କୃଷ୍ଣ ତିୱାରୀ ଜଣେ ଅବସରପ୍ରାପ୍ତ ଚିକିତ୍ସା ଅଧିକାରୀ ରହିଥିବା ବେଳେ ପୁଅ ଗୌରବ ରାଏବେରେଲି ପଶୁ ଚିକିତ୍ସଳୟରେ ଚାକିରି କରୁଥିଲେ। ପୋଲିସ ଦୁହିଁଙ୍କ ଶବକୁ ବ୍ଯବଚ୍ଛେଦ ପାଇଁ ପଠାଇଛି ଆଉ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.