Samsung ଲଞ୍ଚ କଲା ୫୦୦ ଘଣ୍ଟାର ଷ୍ଟାଣ୍ଡବାଏ ରଖୁଥିବା ୱେୟାରଲେସ ହେଡଫୋନ, ଦାମ ମାତ୍ର ୧,୯୯୯ ଟଙ୍କା

ସାମସଙ୍ଗ ନିଜ ନୂଆ ୱେୟାରଲେସ୍ ହେଡଫୋନ୍ Samsung Level U2 ଲଞ୍ଚ୍ କରିଦେଇଛି । କମ୍ପାନୀ ଦାବି ମୁତାବକ, ଏହି ନୂଆ ହେଡଫୋନକୁ ଥରେ ଚାର୍ଜ କଲେ ୫୦୦ ଘଣ୍ଟାର ଷ୍ଟାଣ୍ଟବାଏ ଟାଇମ ମିଳିବ। ଏହାସହିତ ଏଥିରେ ୧୨mm ଅଡିଓ ଡ୍ରାଇଭର୍ସ ମଧ୍ୟ ମିଳିବ।

ସାମସଙ୍ଗର ଏହି ନେକବ୍ୟାଣ୍ଡ ଇୟରଫୋନକୁ ଖୁବଶୀଘ୍ର ଫ୍ଲିପକାର୍ଟ କିମ୍ବା ସାମସଙ୍ଗର ଅଫିସିଆଲ୍ ୱେବସାଇଟରୁ କ୍ରୟ କରିହେବ । ଏଥିରେ ଦମଦାର୍ ଫିଚର ରହିଛି । କମ୍ପାନୀ ଏହି ୱେୟାରଲେସ୍ ଇୟରଫୋନର ଦାମ୍ ଭାରତରେ ୧୯୯୯ ଟଙ୍କା ରଖିଛି । କମ୍ପାନୀ ସୂଚନା ଅନୁସାରେ ଏଥିରେ କ୍ରିଷ୍ଟଲ କ୍ଲିୟର କଲ୍ କ୍ୱାଲିଟି ମିଳିବ । ଏହାର ବ୍ୟାଟେରୀ ବ୍ୟାକଅଫ୍ ୧୮ ଘଣ୍ଟା ବୋଲି କମ୍ପାନୀ ସୂଚନା ଦେଇଛି । ହେଡଫୋନକୁ IPX2 waterproof rating ମଧ୍ୟ ମିଳିଛି ।

ସାମସଙ୍ଗର ଏହି ହେଡଫୋନର ଓଜନ ମାତ୍ର ୪୧.୫ ଗ୍ରାମ ଏବଂ ଏହାର ଲମ୍ବ ୧୪୬*୩୯*୧୭୦ mm । ଏହାର ଅଡିଓ ଡିଭାଇସ୍ SBC, AAC and scalable codec କୁ ସପୋର୍ଟ କରେ । କମ୍ପାନୀ କହିବାନୁସାରେ ହେଡଫୋନର ବ୍ୟାଟେରୀ ଲାଇଫ୍ ୧୮ ଘଣ୍ଟା । ଏହାକୁ ୟୁଏସବି ଓ ଟାଇପ୍-ସି ପୋର୍ଟରୁ ଚାର୍ଜ କରିହେବ । କମ୍ପାନୀ ଏହାକୁ ବ୍ଲାକ୍ ଓ ବ୍ଲୁ କଲରରେ ମାର୍କେଟକୁ ଲଞ୍ଚ୍ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.