Below header

ଏହି ଦେଶରେ ରହିଛି ଅମରନାଥଠୁ ବି ବଡ଼ ଶିବଲିଙ୍ଗ, ବିପଦପୂର୍ଣ୍ଣ ରାସ୍ତା ଦେଇ ଯିବାକୁ ପଡିଥାଏ ଏହି ଗୁମ୍ଫାକୁ

ଅମରନାଥ ତିର୍ଥସ୍ଥଳର ଶିବଲିଙ୍ଗ ବିଷୟରେ ତ ସମସ୍ତେ ଜାଣିଛନ୍ତି ଯେଉଁଠି ବରଫ ଦ୍ୱାରା ପ୍ରାକୃତିକ ଶିବଲିଙ୍ଗ ହୋଇଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଅମରନାଥର ଶିବଲିଙ୍ଗ ଭଳି ମଧ୍ୟ ଆଉ ଏକ ଶିବଲିଙ୍ଗ ଅଛି ଯାହାକୁ ଦେଖିବା ପାଇଁ ଦୁନିଆର କୋଣ ଅନୁକୋଣରୁ ଲୋକ ଆସନ୍ତି ।

 

ସୂଚନା ଅନୁଯାୟୀ ଅଷ୍ଟ୍ରିୟା ସ୍ଲଜବର୍ଗ ନିକଟସ୍ଥ ବରଫେନରେ ୪୦ କିଲୋମିଟରର ଏକ ଲମ୍ବା ଗୁମ୍ଫା ଅବସ୍ଥିତ ଯେଉଁଥିରେ ପ୍ରାକୃତିକ ଶିବଲିଙ୍ଗ ଭଳି ଏକ ଆକୃତି ହୋଇଥାଏ । ଏହି ଆକୃତି ଅମରନାଥ ଶିବଲିଙ୍ଗ ଠାରୁ ବହୁତ ବଡ ଅଟେ । ଏହି ଗୁମ୍ଫାରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଏକ ସିଡ଼ି ପ୍ରସ୍ତୁତ କରାଯାଇଛି ଯାହାକି ଅତି ସହଜରେ ଆପଣଙ୍କୁ ଶିବଲିଙ୍ଗ ପାଖରେ ପହଞ୍ଚାଇ ଦେବ । ଏହି ଶିବଲିଙ୍ଗର ଉଚ୍ଚତା ପ୍ରାୟ ୭୫ ଫୁଟ ଅଟେ । ଗୁମ୍ଫା ଭିତରକୁ ଯିବା ପାଇଁ ଆପଣଙ୍କୁ ବିପଦପୂର୍ଣ୍ଣ ରାସ୍ତା ଦେଇ ଯିବାକୁ ପଡିବ ।

ଏହାସହ ପଢନ୍ତୁ ଡାଇନୋସରସ୍‌ଙ୍କ ବିନାଶ କରିଥିବା ଏହି ଗ୍ରହାଣୁ ୨୦୨୭ରେ ହେବ ପୃଥିବୀ ମୁହାଁ

ଏହା ଦୁନିଆର ସବୁଠାରୁ ଲମ୍ବା ବରଫ ଗୁମ୍ଫା ଅଟେ । ଏହାକୁ ୧୮୭୯ ମସିହାରେ ଖୋଜି ବାହାର କରାଯାଇଥିଲା । ଏଠାରେ ଶିବଲିଙ୍ଗ ଭଳି ଦେଖାଯାଉଥିବା ଅନେକ ଆକୃତି ଦେଖାଯାଏ । ଏହି ବରଫ ଗୁମ୍ଫା ମେ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ଖୋଲା ରହିଥାଏ । ଏହା ଆପଣଙ୍କୁ ଗ୍ରୀଷ୍ମଋତୁରେ ଥଣ୍ଡାର ଅନୁଭବ କରାଇବ । ଏହି ଗୁମ୍ଫାକୁ ଆସିଲା ପରେ ଆପଣଙ୍କୁ ଏପରି ଲାଗିବ ଯେପରି ଆପଣ ଏକ ନୂଆ ଦୁନିଆକୁ ଆସିଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.