ଢେଙ୍କାନାଳ : ଅବକାରୀ ଫ୍ଲାଇଙ୍ଗ ସ୍କ୍ଵାର୍ଡର ଚଢ଼ାଉ, ୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ
ଢେଙ୍କାନାଳ (କେନ୍ୟୁଜ୍) : ବାଜିଚୌକ ନିକଟରେ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ଵାର୍ଡ ଓ ଢେଙ୍କାନାଳ ଅବକାରୀ ବିଭାଗର ମିଳିତ ଚଢାଉ । ଏଥିରେ ୨୨ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଏହାସହ ସ୍ଥାନୀଅ ଅଞ୍ଚଳର ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟ ଗିରଫ କରାଯାଇଛି । ତେବେ ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।