ବଲିଉଡର ବଡ ଷ୍ଟାରଙ୍କୁ ଟକ୍କର ଦେଉଛନ୍ତି ଏହି ଅଭିନେତା, ତିନି ମାସରେ କରିବେ ତିନୋଟି ଫିଲ୍ମ

ବଲିଉଡର ବ୍ୟସ୍ତ ଅଭିନେତା ମଧ୍ୟରେ ନଓ୍ଵାଜଉଦ୍ଦିନ ସିଦ୍ଧିକ ରହିଛନ୍ତି। ଏବେ ନଓ୍ଵାଜ ବଲିଉଡର ତିନୋଟି ଫିଲ୍ମକୁ ନେଇ ଖୁବ ବ୍ୟସ୍ତ ରହିଛନ୍ତି। ଏହି କାରଣରୁ ସେ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ସମୟ କାଢ଼ିପାରିବେ ନାହିଁ । ବର୍ତ୍ତମାନ ସେ ତାଙ୍କ ଭାଇ ଶମାସ ନବାବଙ୍କ ଫିଲ୍ମ ‘ବୋଲେ ଚୁଡ଼ିଆଁ’ର ସୁଟିଙ୍ଗ୍ କରୁଥିବା ବେଳେ ଫିଲ୍ମ ‘ଡ଼ଷ୍ଟି ଟୁ ମିଟ୍ ରଷ୍ଟି’ ରେ ମଧ୍ୟ ବ୍ୟସ୍ତ ରହିଛନ୍ତି । ଏହି ସମସ୍ତ ବ୍ୟସ୍ତତା ଭିତରେ ସେ ତାଙ୍କର ଇଷ୍ଟରନ୍ୟାସନାଲ ପ୍ରୋଜେକ୍ଟରେ ମଧ୍ୟ କାମ କରିବେ ।

ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ସେ ରାଜସ୍ତାନରେ ଜଣାଶୁଣା ଅଭିନତ୍ରେୀ ତମନ୍ନା ଭାଟିଆଙ୍କ ସହ ଫିଲ୍ମ ‘ବୋଲେ ଚୁଡ଼ିଆଁ’ର ସୁଟିଙ୍ଗରେ ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମରୁ ଫୁରସତ ମିଳିବା ମାତ୍ରେ ହିଁ ସେ ଫିଲ୍ମ ‘ଡ଼ଷ୍ଟି ଟୁ ମିଟ୍ ରଷ୍ଟି’ ରେ ପ୍ରାୟ ଏକ ମାସ ର୍ପଯ୍ୟନ୍ତ ବ୍ୟସ୍ତ ରହିବେ । ଏହି କାହାଣୀ ମୁମ୍ବାଇରୁ ଧର୍ମଶାଳା ଯାଉଥିବା ଏକ ଝିଅର କାହାଣୀ ଉପରେ ଆଧାରିତ ଏବଂ ଏହାର ଅଧିକାଶଂ ସୁଟ ପ୍ରାକୃତିକ ସ୍ଥାନରେ ହିଁ କରାଯିବ । ଏହାଛଡ଼ା ନୱାଜ ସୁଧିର ମିତ୍ରଙ୍କ ଆସନ୍ତା ଫିଲ୍ମରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ।

ଏହାସହ ପଢ଼ନ୍ତୁ : ନିଜର ମନ କଥା ଜଣାଇଲେ ଏହି ଟିଭି ଅଭିନେତ୍ରୀ, ଜାଣନ୍ତୁ କିଏ ସେ

ନିଜର ବ୍ୟସ୍ତତାକୁ ନେଇ ନୱାଜ କହିଛନ୍ତି, ‘ହଁ ମୋ ପାଖରେ ବହୁତ ସାରା ପ୍ରୋଜେକ୍ଟ  ଅଛି ଏବଂ ମୁଁ ଅଧିକରୁ ଅଧିକ କାମ କରିବାକୁ ଚାହୁଁଛି । ବ୍ୟସ୍ତତା ଭିତରେ ସେ ତାଙ୍କ ୱେବ ଶୋ ‘ସାକ୍ରେଡ ଗେମ’ର ଦ୍ୱିତୀୟ ସିଜନର ପ୍ରମୋସନ ମଧ୍ୟ କରିପାରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.