Below header

ମହଙ୍ଗା ପଡ଼ିପାରେ ଅଶ୍ଳୀଳ ଫିଲ୍ମ ଦେଖିବାର ଅଭ୍ୟାସ, ଜାଣନ୍ତୁ ଏହାର ସାଇଡ୍‌ ଇଫେକ୍ଟ

ସାରାବିଶ୍ୱର ପ୍ରାୟ କୋଟି କୋଟି ଲୋକ ପ୍ରତିଦିନ ଅଶ୍ଳୀଳ ଫିଲ୍ମ ଦେଖିଥାନ୍ତି। ଏଥିସହ ସାଙ୍ଗମାନଙ୍କ ସହ ବ୍ଲୁ-ଫିଲ୍ମ ସେୟାର କରିଥାନ୍ତି। କିଛି ଲୋକ ସବୁବେଳେ ଏସବୁ ଅଶ୍ଳୀଳ ଫିଲ୍ମ ଦେଖିଥାନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ, ପ୍ରତିଦିନ ବ୍ଲୁ-ଫିଲ୍ମ ଦେଖିଲେ ବ୍ୟକ୍ତି ଏନେଇ ଆଡିକ୍ଟେଡ୍‌ ହୋଇଯାଏ। ଫଳରେ ଦିନଟିଏ ଏସବୁ ଫିଲ୍ମ ନଦେଖିଲେ ସେ ରହିପାରନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା ବ୍ଲୁ-ଫିଲ୍ମ ଯୋଗୁ ହେଉଥିବା କ୍ଷତି ସମ୍ପର୍କରେ…

ଅଶ୍ଳୀଳ ତଥା ନଗ୍ନ ଫିଲ୍ମ ଦେଖୁଥିବା ବ୍ୟକ୍ତି ମଦ ଓ ଡ୍ରଗ୍ସର ଆଡିକ୍ଟେଡ୍‌ ହୋଇଯାଆନ୍ତି। କିଛିଦିନ ପରେ ସେମାନେ ଏଥିରୁ ଆଉ ମୁକ୍ତି ପାଇପାରନ୍ତି ନାହିଁ।

ନଗ୍ନ ଫିଲ୍ମ ଦେଖିଲେ ମାନସିକତା ଉପରେ ଗଭୀର ପ୍ରଭାବ ପଡ଼େ। ଅଶ୍ଳୀଳ ଫିଲ୍ମ ଦେଖୁଥିବା ବ୍ୟକ୍ତି ସବୁବେଳେ ଫୋନ୍‌ ଧରି ବସେ। ଫଳରେ ଡିପ୍ରେସନ୍‌ର ଶିକାର ମଧ୍ୟ ହୋଇଥାଏ।

ସବୁବେଳେ ବ୍ଲୁ-ଫିଲ୍ମ ଦେଖୁଥିବା ବ୍ୟକ୍ତି କ୍ରମଶଃ ଚିଡ଼ଚିଡ଼ା ଓ ରାଗି ହୋଇଯାଏ। ଭବିଷ୍ୟତରେ ସେ ପ୍ରବଳ ରାଗୀ ହୋଇଯାଏ ଓ କଥାବାର୍ତ୍ତା କରିବା ବେଳେ ଶାଳୀନତା ଭୁଲିଯାଏ।

ବେଳେବେଳେ ସେ ଆଖପାଖର ଲୋକଙ୍କ ସହ ମାରପିଟ୍‌ କରିବାକୁ ମଧ୍ୟ ପଛେଇ ନଥାଏ।

ଅଶ୍ଳୀଳ ଫିଲ୍ମ ଆଡିକସନ୍‌ ଦୂରେଇବା ପାଇଁ ସମସ୍ତ ବ୍ଲୁ-ଫିଲ୍ମ ସାଇଟ୍‌ ବ୍ଲକ୍‌ କରିଦିଅନ୍ତୁ। ନିଜକୁ ଏକୁଟିଆ ନ ରଖି ପରିବାର ଓ ସାଙ୍ଗସାଥୀ ସହ ସମୟ କାଟନ୍ତୁ। ଦେଖିବେ ଧୀରେ ଧୀରେ ଏହି ଅଭ୍ୟାସ ଛାଡ଼ିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.