ପ୍ରେମିକାକୁ ଧୋକା ଦେଇ ଅନ୍ୟ ୩ ମହିଳାଙ୍କ ସହ ଅଫେୟାର ଚଲେଇଥିଲେ ପ୍ରେମିକ, ଏବେ ପ୍ରେମିକା ନେଲା ଏମିତି ପ୍ରତିଶୋଧ, ଆପଣ ବି ହୋଇଯିବେ ତାଜୁବ

ଅନେକ ବାର ଏମିତି ହୋଇଥାଏ, ପ୍ରେମରେ ଧୋକା ଖାଇବା ପରେ ପ୍ରେମିକା, ପ୍ରେମିକମାନେ ପ୍ରତିଶୋଧ ପରାୟଣ ହୋଇ ଉଠନ୍ତି। ପ୍ରତିଶୋଧ ନେବା ଜିଦ୍‌ରେ ସବୁ ସୀମା ପାର୍‌ କରି ଦିଅନ୍ତି। ଏବେ ସୋସିଆଲ ମିଡିଆରେ ଏମିତି ହିଁ ଏକ ଘଟଣା ଖୁବ୍‌ ଭାଇରାଲ ହେଉଛି, ଯେଉଁଠି ଜଣେ ଯୁବତୀ ନିଜ ବୟଫ୍ରେଣ୍ଡଙ୍କଠାରୁ ଧୋକା ଖାଇବା ପରେ ପ୍ରତିଶୋଧ ନେବାକୁ ଅଜବ ପ୍ଲାନ ବନାଇଛନ୍ତି।

ଆମେରିକାରରେ ରହୁଥିବା ୨୦ ବର୍ଷୀୟା ଜୁଏଲେରୀ ମେକର ଲିଭ୍‌ ପୋର୍ଟିଲୋ ଟିକ୍‌ଟକରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ କହିଛନ୍ତି କି, ଜଣେ ମହିଳା ତାଙ୍କୁ ରିଭେଞ୍ଜ ନେକ୍‌ଲେସ ବନାଇବାକୁ ଅର୍ଡର ଦେଇଥିଲେ, ଯାହାକୁ ସେ ନିଜ ପାର୍ଟନରଙ୍କୁ ଗିଫ୍ଟ ଦେବାକୁ ଯୋଜନା କରୁଛନ୍ତି।

ଲିଭ୍‌ ପୋର୍ଟିଲୋ ଭିଡିଓରେ ଦାବି କରିଛନ୍ତି କି, ମହିଳାଙ୍କ ବୟଫ୍ରେଣ୍ଡଙ୍କର ଅନ୍ୟ ୩ ମହିଳାଙ୍କ ସହିତ ଅଫେୟାର୍‌ ଚାଲିଛି। ଏହା ଜାଣିବା ପରେ ସମ୍ପୃକ୍ତ ମହିଳା ଜଣକ ପ୍ରତିଶୋଧ ନେବା ପାଇଁ ଏଭଳି ଅଜବ ତରିକା ଆପଣାଇଛନ୍ତି। ରିଭେଞ୍ଜ ନେକଲେସ୍‌ରେ ମହିଳା ନିଜ ବୟଫ୍ରେଣ୍ଡଙ୍କର ୩ ଗାର୍ଲଫ୍ରେଣ୍ଡଙ୍କ ନାଁ ଏବଂ ନିଜ ରିଲେଶନଶିପ୍‌ର ଆନିଭର୍ସାରୀ ତାରିଖ ଲେଖେଇଛନ୍ତି। ଏପରିକି, ନେକଲେସ୍‌ର ପଇସା ଭରିବା ପାଇଁ ସେ ବୟଫ୍ରେଣ୍ଡଙ୍କ କ୍ରେଡିଟ୍‌ କାର୍ଡକୁ ଉପଯୋଗ କରିଛନ୍ତି।

ଲିଭ୍‌ ପୋର୍ଟିଲୋ କହିଥିଲେ ଯେ ମହିଳା ଏହି ରିଭେଞ୍ଜ ନେକଲେସ୍‌କୁ ନିଜ ବୟଫ୍ରେଣ୍ଡଙ୍କ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କୁ ଦେବାକୁ ଯୋଜନା କରୁଛନ୍ତି, ଯେପରି ସମସ୍ତଙ୍କୁ ତାଙ୍କ ଅସଲି ଚେହେରା ଜଣାପଡ଼ିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.