ଶରୀରକୁ ପ୍ରୋଟିନର ଆବଶ୍ୟକତା ରହିବାର କାରଣ ସମ୍ପର୍କରେ ଜାଣନ୍ତୁ ବିଶେଷ ତଥ୍ୟ

ପ୍ରୋଟିନ ଶରୀର ପାଇଁ ନିହାତି ଆବଶ୍ୟକ ହୋଇଥାଏ । ଏହା ଜଟିଳ ଅଣୁମାନଙ୍କ ସମାହାର । ଯାହା ଶରୀରର ସମସ୍ତ ଜରୁରୀ ସମସ୍ୟାର ସମାଧାନ କରିଥାଏ । ଏହା କେଶ, ନଖ, ହାଡ଼ଗଣ୍ଠି ଏବଂ ମାଂସପେଶୀକୁ ମଜବୁତ ରଖିଥାଏ । ଏହା ଶରୀରରେ ସବୁ ଅଙ୍ଗକୁ କାର୍ଯ୍ୟକରିବା କ୍ଷମତା ପ୍ରଦାନ କରେ । ତେବେ ଆଜି ଆମେ ଆପଣଙ୍କୁ ପ୍ରୋଟିନ କଣ ଏବଂ ଏହା ଶରୀରକୁ କେଉଁ ଫାଇଦା ପହଞ୍ଚାଇଥାଏ ସେ ସମ୍ପର୍କରେ ସମସ୍ତ ତଥ୍ୟ ଦେବୁ ।

– ସାଧରଣତଃ ଶରୀରକୁ ଶକ୍ତି କାର୍ବୋହାଇଡ୍ରେଟ ଏବଂ ଫିଟନେସରୁ ମିଳିଥାଏ । ଯଦି ଆପଣ ଓଜନ କମାଇବା ପାଇଁ କମ କ୍ୟାଲୋରୀ ସେବନ କରୁଥାନ୍ତି ତେବେ ଏହାର ବିକଳ୍ପ ଭାବେ ଆପଣ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇପାରିବେ ।

– ମାଂସପେଶୀକୁ ଉତ୍ତମ ଆକାର ଦେବାରେ ଏହା ସାହାଯ୍ୟ କରିଥାଏ । ଓଜନ କମାଇବା ସମୟରେ ମାଂସପେଶୀ ଦୁର୍ବଳ ହୋଇଯାଏ । ଏଥିପାଇଁ ଆପଣ ପ୍ରୋଟିନ ସେବନ କରିପାରିବେ ।

3253256
pc: aajtak

– ପ୍ରୋଟିନ ଆମିନୋ ଏସିଡରୁ ତିଆରି ହୁଏ । ଏହା କମ୍ପାଉଣ୍ଡ ଇମ୍ୟୁନ ସିଷ୍ଟମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ସେଲ୍ସ ଏବଂ ଆଣ୍ଟିବଡ଼ି ଶରୀରରେ ତିଆରି ହୋଇଥାଏ । ଯାହା ଶରୀରରେ ଇନଫେକସନ ହେବାରୁ ରକ୍ଷା କରିଥାଏ ।

– କିଛିଜଣ ଅଛନ୍ତି ଯେଉଁମାନେ ବାରବାର ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଏହି ଇଚ୍ଛା ତାଙ୍କର ପେଟରୁ ନୁହେଁ ବରଂ ମୁଣ୍ଡରୁ ଆସିଥାଏ । ତେଣୁ ଏହାକୁ ଭୋକ କୁହାଯାଇନପାରେ । ରିସର୍ଚ୍ଚରୁ ପ୍ରକାଶ ହୋଇଛି ଯେ, ଏହି ସମୟରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

23536
pc: aajtak

– ପ୍ଲାଣ୍ଟ ପ୍ରୋଟିନ ବ୍ଲଡ ପ୍ରେଶର ସମସ୍ୟାକୁ କମ କରିଥାଏ । ଶରୀରରେ ଥିବା ଅତ୍ୟଧିକ କୋଲେଷ୍ଟରଲ ମାତ୍ରାକୁ କମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.