ଆଜିଠୁ ପୁଣିଥରେ ଦୁବାଇରୁ ଭାରତକୁ ଉଡ଼ାଣ ଭରିଲା ଏୟାର ଇଣ୍ଡିଆ, ମାନିବାକୁ ପଡ଼ିବ ଏସବୁ ପ୍ରୋଟୋକଲ

ଭାରତ ସମେତ ଅନ୍ୟ ଦେଶକୁ ଆଜିଠୁ ଦୁବାଇରୁ ଆରମ୍ଭ ହୋଇଛି ବିମାନ ସେବା। କରୋନା ଯୋଗୁ ଦୁବାଇରୁ ଅନ୍ୟ ଦେଶକୁ ବିମାନ ଚଳାଚଳ ବନ୍ଦ ଥିବା ବେଳେ ଜୁନ୍‌ ୨୪ରୁ ଏହି ସେବା ପୁଣି ଆରମ୍ଭ ହୋଇଛି। ଏବେ ଭାରତର ଲୋକ ଦୁବାଇ ଯିବା ଆସିବା କରିପାରିବେ। ସୂଚନା ଯୋଗ୍ୟ ଯେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କିଛି ସପ୍ତାହ ପୂର୍ବରୁ ୟୁଏଇ ଭାରତ ଆସିବାକୁ ଥିବା ସମସ୍ତ ବିମାନକୁ ନିଲମ୍ବିତ କରିଦେଇଥିଲା।

ଏୟାର ଇଣ୍ଡିଆ ଏକ ବୟାନ ଜାରି କରି କହିଛି ଯେ ୨୪ ଜୁନ୍‌ ୨୦୨୧ ପୂର୍ବାହ୍ନ ୧୦ଟା ବେଳେ ଏୟାର ଇଣ୍ଡିଆର ବିମାନ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଭରିଛି। ୨୪ ଜୁନ୍‌ କିମ୍ବା ତା’ପରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅନୁରୋଧ ଯେ ସେମାନେ ଦୁବାଇ ଟର୍ମିନାଲରେ ପହଞ୍ଚନ୍ତୁ। ଟର୍ମିନାଲ ୨ରୁ ଏହି ବିମାନ ପରିଚାଳିତ ହେବ।

ତେବେ ୟୁଏଇ ଯିବାକୁ ଥିବା ଯାତ୍ରୀଙ୍କ ପାଇଁ କେତେକ ନିୟମ ମଧ୍ୟ ଜାରି କରାଯାଇଛି। ଏହି ପ୍ରୋଟୋକଲଗୁଡ଼ିକ ହେଉଛି…

  • ଯାତ୍ରୀମାନେ ୟୁଏଇ ସ୍ୱୀକୃତିପ୍ରାପ୍ତ ଟିକା ନେଇଥିବା ଆବଶ୍ୟକ।
  • ଭାରତୀୟ ନାଗରିକଙ୍କୁ ଉଡ଼ାଣ ଭରିବାର ୪୮ ଘଣ୍ଟା ଭିତରେ କରାଯାଇଥିବା କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ହେବ।
  • କେବଳ କ୍ୟୁଆର କୋଡ୍‌ ଥିବା ସାର୍ଟିଫିକେଟ୍‌କୁ ହିଁ ମିଳିବ ସ୍ୱୀକୃତି। ଦୁବାଇ ଏୟାରପୋର୍ଟରେ ଓହ୍ଲାଇବା ପରେ ପିସିଆର ଟେଷ୍ଟ କରିବା ଜରୁରୀ।
  • ପିସିଆର ଟେଷ୍ଟର ରେଜଲ୍ଟ ଆସିବା ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଏଥିପାଇଁ ପ୍ରାୟ ୨୪ ଘଣ୍ଟା ଲାଗିପାରେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.