Below header

କ୍ୟାନ୍ସରରେ ପୀଡିତ ଅଛନ୍ତି “ତାରକ ମେହତା କା ଓଲଟା ଚଷମା”ର ନଟ୍ଟୁ କାକା, କେମୋ ଥେରାପିରେ ଚାଲିଛି ଚିକିତ୍ସା

କ୍ୟାନ୍ସରରେ ପୀଡିତ “ତାରକ ମେହତା କା ଓଲଟା ଚଷମା”ର ନଟ୍ଟୁ କାକା । ନଟୁ କାକା ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଘନଶ୍ୟାମ ନାୟକଙ୍କୁ କ୍ୟାନସର ହୋଇଥିବା ଜଣାପଡିଛି। ଏବେ ତାଙ୍କୁ କେମୋ ଥେରାପିରେ ଚିକିତ୍ସା ଚାଲିଛି। କିଛି ଦିନ ତଳେ ସେ ଶୋ ପାଇଁ ସ୍ପେଶାଲ ଏପିସୋଡ ସୁଟ୍‌ କରିଥିଲେ।

କିଛି ଦିନ ତଳେ ତାଙ୍କର ସର୍ଜରୀ ମଧ୍ୟ ହୋଇଥିଲା। ମାତ୍ର ପରେ ଆଉ ଥରେ ଅସୁସ୍ଥ ହେବାରୁ ତାଙ୍କର କେମୋଥରାପି ଆରମ୍ଭ ହୋଇଛି।

କହିରଖିବା ଉଚିତ ହେବକି “ତାରକ ମେହତା କା ଓଲଟା ଚଷମା” ଏକ ହାସ୍ୟାତ୍ମକ ସିରିଏଲ ।ଏହାର ମଜାଦାର କାହାଣୀ ସହ ଅଭିନେତା ଅଭିନେତ୍ରୀ ମାନଙ୍କ ଚମତ୍କାର ଅଭିନୟ ପିଲା ଠାରୁ ବୁଢା ସମସ୍ତଙ୍କର ହୃଦୟ ଜିଣି ପାରିଛି । ଆଉ ଏଥିରେ ଜେଠଲାଲ ଦୋକାନରେ କାମ କରୁଥିବା ନଟୁ କାକା ଚରିତ୍ର ବି ଖୁବ ସ୍ୱତନ୍ତ୍ର ି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.