ମଶାଙ୍କ ଦାଉରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଉପାୟ, ଛୁଇଁ ବି ପାରିବେନି

ବର୍ଷାଦିନ ଆସିଲେ ଘରେ ବାହାରେ ସବୁଆଡ଼େ ମଶାଙ୍କ ପ୍ରାଦୁର୍ଭାବ ବଢ଼ିଯାଏ। କେତେକ ସ୍ଥାନରେ ଖରା, ବର୍ଷା, ଶୀତ ସବୁ ଋତୁରେ ମଶାମାନେ ଉତ୍ପାତ କରିଥାନ୍ତି। ମଶାଙ୍କୁ ଘରୁ ତଡ଼ିବା ପାଇଁ ଆମେ ବିଭିନ୍ନ ଉପାୟ ଆପଣାଇଥାଉ। କିନ୍ତୁ ମଶାଙ୍କ ଦାଉରୁ ସବୁବେଳେ ମୁକ୍ତି ମିଳିପାରେ ନାହିଁ। ଏମାନେ ପୂର୍ବ ଭଳି ଘରେ ପଶି ଆମକୁ କାମୁଡ଼ିଥାନ୍ତି। ତେବେ ଆସନ୍ତୁ ଜାଣିବା ମଶାଙ୍କୁ ତଡ଼ିବାର କେତେକ ସହଜ ଘରୋଇ ଉପାୟ, ଯାହା ସାହାଯ୍ୟରେ ଆପଣ ସହଜରେ ମଶାଙ୍କ ଦାଉରୁ ମୁକ୍ତି ପାଇପାରିବେ…

ଡାଲଚିନି:

ମଶାଙ୍କୁ ଡାଲଚିନି ବାସ୍ନା ଆଦୌ ପସନ୍ଦ ନୁହେଁ। ଏଣୁ ଯଦି ଘରେ ଅଧିକ ମଶା ହେଉଛନ୍ତି ତେବେ ଡାଲଚିନି ଧୂଆଁ ଦିଅନ୍ତୁ। ନଚେତ୍‌ ଆପଣ ଚାହିଁଲେ ଡାଲଚିନି ସ୍ପ୍ରେ ମଧ୍ୟ ଘରେ ପକାଇ ପାରିବେ।

ନିମ:

ମଶାଙ୍କ ଦାଉରୁ ରକ୍ଷା ପାଇବାକୁ ଚାହୁଁଥିଲେ ନିମ ହେଉଛି ସବୁଠୁ ଭଲ ଉପାୟ। ନିମ ତେଲରେ ଅଳ୍ପ ପାଣି ମିଶାଇ ଦେହର ଯେଉଁ ଜାଗାକୁ ମଶା କାମୁଡ଼ୁଛନ୍ତି, ସେଠାରେ ଲଗାନ୍ତୁ। ମଶା ଆଉ କାମୁଡ଼ିବେ ନାହିଁ।

ରସୁଣ:

ରସୁଣ ବାସ୍ନା ଶୁଙ୍ଘିଲେ ମଶା ଚାଲିଯାଆନ୍ତି। ମଶାଙ୍କୁ ଦୂରେଇବା ପାଇଁ ୩-୪ଟି ରସୁଣ କୋଲାକୁ ରାତି ସାରା ତେଲରେ ଭିଜାଇ ରଖନ୍ତୁ। ଏହି ତେଲକୁ ସକାଳେ ୧ ଚାମଚ ଲେମ୍ବୁ ଓ ୨ କପ୍‌ ପାଣିରେ ମିଶାଇ ସ୍ପ୍ରେ ବୋତଲରେ ରଖନ୍ତୁ। ଏହାକୁ ମଶା ହେଉଥିବା ସ୍ଥାନରେ ସ୍ପ୍ରେ କଲେ ମଶା ଚାଲିଯିବେ।

ଭିନେଗାର ଓ ବେକିଂ ସୋଡ଼ା:

୧ କପ୍‌ ଭିନେଗାରରେ ୧/୪ କପ୍‌ ବେକିଂ ସୋଡ଼ା ମିଶାଇ ସ୍ପ୍ରେ ବୋତଲରେ ରଖନ୍ତୁ। ଏହାକୁ ମଶା ହେଉଥିବା ସ୍ଥାନରେ ପକାନ୍ତୁ। ମଶା ଚାଲିଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.