Below header

ବାଲେଶ୍ୱର ଜିଲ୍ଲା ବସ୍ତାରୁ ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ବାଲେଶ୍ୱର(କେନ୍ଯୁଜ୍): ବାଲେଶ୍ୱର ଜିଲ୍ଲା ବସ୍ତାରୁ ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ । ଜଣେ ଗିରଫ । ବସ୍ତାରେ ଏସଟିଏଫ ଟିମ୍‌ ୨ କିଲୋଗ୍ରାମରୁ ଅଧିକ ବ୍ରାଉନ ସୁଗର ଜବତ କରିଛି । ଏହି ଘଟଣାରେ ଜଣକୁ ଗିରଫ କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଜବତ ବ୍ରାଉନସୁଗରର ଦାମ ୨ କୋଟି ଟଙ୍କାରୁ ଅଧିକ ହେବ ।

ଏନେଇ NDPS ଆକ୍ଟ, ୧୯୮୫ରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଛି । ୨୦୨୦ ମସିହାରୁ ଏଯାଏ ଏସଟିଏଫ ସ୍ପେଶାଲ ଡ୍ରାଇଭରେ ୩୪ କିଲୋରୁ ଅଧିକ ବ୍ରାଉନ ସୁଗର ଜବତ କଲାଣି । ସେହିପରି ୬୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ବେଆଇନ କାରବାର ମାମଲାରେ ଶହେରୁ ଅଧିକ ବେପାରିଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.