Below header

ଆଜି ରାତି ୧୨ଟାରୁ ହେବ ଏହି ୫ ପରିବର୍ତ୍ତନ, ନମାନିଲେ ସହିବାକୁ ପଡିବ ଅନେକ କ୍ଷତି

୧ ମଇ ୨୦୧୯ ମସିହାରୁ ଦେଶରେ କିଛି ନିୟମର ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଦୈନନ୍ଦିନ ଜୀବନରେ ପଡିବ ବୋଲି କୁହାଯାଉଛି। ସେଥି ମଧ୍ୟରୁ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଝଈଓ) ନିଜ ସେଭିଂ ଆକାଉଣ୍ଟ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରୁଥିବା ବେଳେ ପିଏନବି ନିଜର ୩ ବର୍ଷ ପୁରୁଣା ସର୍ଭିସ ବନ୍ଦ କରିବାକୁ ଯାଉଛି। ଏହା ସହ ରନ୍ଧା ଗ୍ୟାସର ମଧ୍ୟ ନୂତନ ମୂଲ୍ୟ ଲାଗୁ ହେବାକୁ ଯାଉଛି। ଆସନ୍ତୁ ନଜର ପକାଇବା ମେ ୧ରୁ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି।

sbii

-ନୂଆ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ଶେଷ ହେବାକୁ ବସିଲାଣି। ଏନେଇ ଏସବିଆଇ ଏକ ନୂଆ ନିୟମ ଆଣିବାକୁ ଯାଉଛି। ମେ ୧ ତାରିଖରୁ ବ୍ୟାଙ୍କ ଡିପୋଜିଟ ଏବଂ ଲୋନ ନେବା ସମୟରେ ସୁଧରେ ଆରବିଆଇର ବେଞ୍ଚମାର୍କ ଦର ମଧ୍ୟ ଯୋଡି ହୋଇଯିବ। ଏହା ଦ୍ବାରା ସେଭିଂ ଆକାଉଣ୍ଟରେ କମ ସୁଧ ମିଳିବା ସହ ଆରବିଆଇର ରେପୋ ରେଟ ବଦଳିଲେ ସୁଧରେ ମଧ୍ୟ ପରିବର୍ତ୍ତନ ହେବ।

pnb kitty

-ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତାହାର ଡିଜିଟାଲ ୱାଲେଟ PNB Kittyକୁ ୧ମେ ରୁ ବନ୍ଦ କରିବାକୁ ଯାଉଛି। ଏନେଇ କିଟିରେ ଥିବା ଟଙ୍କାକୁ ୩୦ ଏପ୍ରିଲ ମଧ୍ୟରେ ଶେଷ କରିବାକୁ ଅଥବା IMPS ଜରିଆରେ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ଆଦେଶ ଦିଆଯାଇଛି।

-ରେଲୱେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଟ୍ରେନ ଚାର୍ଟ ପ୍ରସ୍ତୁତ ହେବାର ୪ଘଣ୍ଟା ପୂର୍ବରୁ ନିଜ ବୋଡିଂ ଷ୍ଟେସନ ବଦଳିବା ଅପସନ ମିଳିବ। ଯାହାକି ବର୍ତ୍ତମାନ ୨୪ ଘଣ୍ଟା ପୂର୍ବରୁ ବଦଳିବାର ନିୟମ ରହିଛି।

lpg

-ପ୍ରତି ମାସ ଭଳି ମେ ମାସ ୧ ତାରିଖରେ ରନ୍ଧା ଗ୍ୟାସର ନୂଆ ମୂଲ୍ୟ ଲାଗୁ କରାଯିବ। ଏନେଇ ଗତ ମାସରେ ଗ୍ୟାସର ମୂଲ୍ୟରେ ୫ ପ୍ରତିଶତ ବଢ଼ାଯାଇଥିଲା।

-ଏୟାର ଇଣ୍ଡିଆ ଗ୍ରାହକଙ୍କୁ ଉପହାର ଦେବା ସ୍ବରୁପ ଏକ ନୂଆ ନିୟମ ଆରମ୍ଭ କରିଛି। ଯାହା ଦ୍ବାରା ଟିକେଟ ବୁକିଂର ୨୪ ଘଣ୍ଟା ମଧ୍ୟରେ ତାହାକୁ କ୍ୟାନ୍ସଲ କଲେ କୌଣସି ପ୍ରକାରର ଅତିରିକ୍ତ ଶୁଳ୍କ ଦେବାକୁ ପଡିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.