Below header

ନକାରାତ୍ମକ ଲୋକ ଏବଂ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ, ସଫଳତା ଆପେ ଆପେ ଆସିଯିବ : ଆଇଏଏସ୍‌ ଅଙ୍କିତ ପାନ୍ନୁ

କୁହାଯାଏ ମଣିଷ ନିଜ ଭୁଲ୍‌ରୁ ହିଁ ଶିକ୍ଷାଲାଭ କରିଥାଏ। ଥରେ ଭୁଲ କଲେ ହିଁ ଠିକ୍‌ କ’ଣ ଜାଣିପାରେ। କେଉଁଠି ତାର ଭୁଲ୍‌ ରହିଲା, କେତେ ଭୁଲ ରହିଲା, କେମିତି ଏହି ଭୁଲ୍‌କୁ ସୁଧାରିପାରିବ ତାହା ଜାଣିପାରିଥାଏ। ଏମିତି ଭୁଲ୍‌ରୁ ଶିକ୍ଷା ପାଇ ନିଜକୁ ଆଇଏଏସ୍‌ ଭାବେ ଗଢି ତୋଳିଛନ୍ତି ଦିଲ୍ଲୀର ଅଙ୍କିତ ପନ୍ନୁ।

କଥାରେ ଅଛି, ‘କଷ୍ଟ କଲେ କୃଷ୍ଣ ମିଳେ’। ୨୦୧୭ ମସିହାର ସିଭିଲ ସର୍ଭିସ ବା ଆଇପିଏସ ପରୀକ୍ଷାରେ ୩୧ ନମ୍ବର ର‍୍ୟାଙ୍କ ରଖି ସେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ଥିଲା ତାଙ୍କର ଦ୍ୱିତୀୟ ପ୍ରୟାସ । ଆପଣ ଭାବୁଥିବେ ପ୍ରଥମ ପ୍ରୟାସରେ କ’ଣ ସେ ଫେଲ ହୋଇଯାଇଥିଲେ। କିନ୍ତୁ ନା’। ସେ ପ୍ରଥମ ପ୍ରୟାସରେ ମଧ୍ୟ ପାସ୍‌ କରିଥିଲେ। କିନ୍ତୁ ତାଙ୍କୁ ର‍୍ୟାଙ୍କ ୪୪୪ ନମ୍ବରରେ ଥିଲା। ତେଣୁ ସେ ମନଲାଖି ପଦବୀ ପାଇପାରି ନଥିଲେ । ପ୍ରଥମ ପ୍ରୟାସରେ ଅଙ୍କିତଙ୍କୁ ଆଇଆରଏସ ( ସିଇ ଏଣ୍ଡ ଇ) ସର୍ଭିସ ଆର୍ଲଟ ହୋଇଥିଲା । କିନ୍ତୁ ଆରମ୍ଭରୁ ସେ ଜଣେ ଆଇଏଏସ ଅଫିସର ହେବାକୁ ଚାହୁଁଥିବାରୁ ଆଇଆରଏସ ପଦବୀକୁ ଗ୍ରହଣ କରି ନଥିଲେ।  କିନ୍ତୁ ପ୍ରଥମ ପ୍ରୟାସରେ ନିଜର ଲକ୍ଷ୍ୟ ସ୍ଥଳକୁ ପହଞ୍ଚି ନଥିବାରୁ ହାର ମାନିନଥିଲେ ଅଙ୍କିତ । ପରେ ସେ ଦ୍ୱିତୀୟ ପ୍ରୟାସର ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ସେଥିରେ ସଫଳ ମଧ୍ୟ ହୋଇଥିଲେ । ଦ୍ୱିତୀୟ ପ୍ରୟାସର ସଫଳତା ପରେ ସେ ନିଜ ମନଲାଖି ପଦବୀ ମଧ୍ୟ ପାଇଥିଲେ ।

ak

ଶୀଘ୍ର ଆରମ୍ଭ ଦିଏ ଅଧିକ ସଫଳତା:

ଦିଲ୍ଲୀ ୟୁନିର୍ଭସିଟିରେ ଇଂଜିନିୟରିଂ ପାଠ ପଢୁଥିବା ସମୟରେ ଅଙ୍କିତ ନିଜ ଜୀବନର ଲକ୍ଷ୍ୟ ବିଷୟରେ ଭାବି ସାରିଥିଲେ । ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ଇଂଜିନିୟରିଂ ପଢିବାର ତୃତୀୟ ବର୍ଷରୁ ହିଁ ସେ ୟୁପିଏସସି ପରୀକ୍ଷାର ପ୍ରସ୍ତତି ଆରମ୍ଭ କରିଥିଲେ । ତେବେ ଅଙ୍କିତଙ୍କ କହିବା ଅନୁସାରେ ଯେତେ ଶୀଘ୍ର ପ୍ରସ୍ତୁତି ଆରମ୍ଭ କରିବେ ଶେଷରେ ସେତେ ଅଧିକ ଫଳ ପାଇ ପାରିବେ । ସେହିପରି ପରୀକ୍ଷାସହ ଜଡିତ ସିଲାବସ, ବୁକ ଲିଷ୍ଟ ଇତ୍ୟାଦିକୁ ଏହି ସମୟ ମଧ୍ୟରେ ହିଁ ପ୍ରସ୍ତୁତ କରିନେବା ଉଚିତ, ନଚେତ ପରୀକ୍ଷା ସମୟରେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି ।

55

ଇଣ୍ଟରଭ୍ୟୁରୁ ମିଳିଥିଲା ପ୍ରେରଣା :

ଆଇଏଏସ୍‌ ହେବାକୁ କାହାର ବା ଇଚ୍ଛା ନଥାଏ। କିନ୍ତୁ ଭିନ୍ନ ଲୋକଙ୍କ ଭିନ୍ନ ଲକ୍ଷ୍ୟ ରହିଥିଲା। କିନ୍ତୁ ଅଙ୍କିତଙ୍କ କହିବା ଅନୁସାରେ ସେ ଜଣେ ମହିଳା ଅଫିସରଙ୍କ ଇଣ୍ଟରଭ୍ୟୁ ପଢି ପ୍ରେରିତ ହୋଇଥିଲେ । ସେହି ଇଣ୍ଟରଭ୍ୟୁରେ ମହିଳା ଅଫିସର ଜଣକ ଲେଖିଥିଲେ ଯେ, କିଭଳି ଏକ ହସ୍ତାକ୍ଷର ଦ୍ୱାରା ସମ୍ପୂର୍ଣ୍ଣ ଗ୍ରାମକୁ ବିଜୁଳିର ସୁବିଧା ମିଳିଥିଲା , ଯାହାକୁ ପଢିବା ଅଙ୍କିତ ଖୁବ୍ ପ୍ରଭାବିତ ହୋଇଥିଲେ । ସେହି ସମୟରେ ସେ ସ୍ଥିର କରିଥିଲେ ଯେ ଆଇଏସ ଅଫିସର ହୋଇ ଲୋକଙ୍କ ଜୀବନରେ ଖୁସି ଓ ପରିବର୍ତ୍ତନ ଆଣିବେ ଯାହାଦ୍ୱାରା ସେ ନିଜେ ମଧ୍ୟ ସନ୍ତୁଷ୍ଟି ଅନୁଭବ କରିବେ ।

ankit

ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ଦିଅନ୍ତୁ :

ସର୍ବଦା ନକାରାତ୍ମକ ଚିନ୍ତାଧାରା ଏବଂ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଏମିତି କଲେ ସଫଳତା ଆପେ ଆପେ ମିଳିଯିବ। ନକାରାତ୍ମକ ଚିନ୍ତାଧାରା ରଖୁଥିବା ଲୋକ କେବଳ ଆପଣଙ୍କ ମନୋବଳ ହିଁ ଭାଙ୍ଗିଥାନ୍ତି। ଏହିଭଳି ସମୟରେ କେବଳ ନିଜ ଉପରେ ବିଶ୍ୱାସ ରଖି ଆଗେଇ ଚାଲନ୍ତୁ । ଷ୍ଟ୍ରାଟଜି ଓ ଟାଇମଟେବୁଲର ପ୍ରୟୋଗ କରି ନିଜ ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କରନ୍ତୁ ଏବଂ ନିଜ ଲକ୍ଷ୍ୟକୁ ପୂରଣ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.