Below header

ଗଛରୁ ବାହାରିଲା ଝରଣାର ସ୍ରୋତ, ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ପାହାଡର ପଥରକୁ କାଟି ତା ମଧ୍ୟରୁ ଝରିଆସେ ପାଣିର ସ୍ରୋତ । ଯାହାକୁ ଆମେ ଝରଣା କହୁ । କିନ୍ତୁ ଏହି ଝରମା କଣ ଖାଲି ପାହାଡରୁ ଜନ୍ମନିଏ । ନାଁ ତାର ରାସ୍ତା ଆଉ କୋଉଠି ବି ଫିଟିପାରେ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି ଯାହା ବିଲକୁଲ ବି ବିଶ୍ୱାସ କରିବେନି ଆପଣ । କିନ୍ତୁ ଏହା ସତ । ପାହାଡ କାଟି ଝରୁଥିବା ପାଣି ଏବେ ଗଛର କୋରଡ ମଧ୍ୟରୁ ଝରୁଛି । ଯାହା ଚିନ୍ତାଜନକ ନୁହେଁ କୌତୁହଳପୂର୍ଣ୍ଣ । ଆଉ ସେହି ଲୋକଙ୍କ ପାଇଁ ଯେଉମାନେ ଏହାକୁ ଦେଖିବାକୁ ଏକାଠି ହେଉଛନ୍ତି । ଏହି ସ୍ରୋତ କେବଳ ଦିନକ ପାଇଁ ଅବା ଦୁଇଦିନ ପାଇଁ । ଯାହାକୁ ଦେଖିବାକୁ ଭିଡ ଲାଗିଯାଏ, ଆଉ କୁହାଯାଏ ଆରେ ଗଛ ଭିତରୁ ଆସିଲା ଝରଣା ପାଣି ।

ରିପୋର୍ଟ ହିସାବରେ ଥଣ୍ଡାଦିନ ସରିବା ପରେ ଏହି ଗଛରୁ ଝରଣା ପରି ପାଣି ବାହାରିଥାଏ । ଏହି ଗଛରୁ ପାଣି ପଡିବା ଆରମ୍ଭ ହୋଇଯାଏ । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗଛ ୧୫୦ବର୍ଷ ପୁରୁଣା ।

ଏକ୍ସପର୍ଟଙ୍କର କହିବା କଥା କି ଏହି ଗଛର ମୂଳରେ ପାଣିର ସ୍ରୋତ ଚାଲିଛି । ଯାହା ବିଲକୁଲ ସେହି ମୂଳ ସହ ଯୋଡିହୋଇଛି । ବର୍ଷ ବର୍ଷ ଧରି ପାଣିର ସ୍ରୋତ ସେହି ବୃକ୍ଷ ତଳେ ନିଜ ରାସ୍ତା କରିଛି । ବରଫ ତରଳିବା ଓ ଅଧିକ ବର୍ଷା ହେବା ଫଳରେ ମାଟି ଭିତରେ ଜଳସ୍ତର ବଢିବାରେ ଲାଗିଥାଏ । ତେଣୁ ଚାପ ପଡିବା ଫଳରେ ପାଣି ଲଟା ମଧ୍ୟ ଦେଇ ପ୍ରବେଶକରି କୋରଡ ବା ଖୋକଲା ଜାଗାରେ ଜମା ହୋଇଯାଏ । ଏହାପରେ ଯେଉଁଆଡକୁ ରାସ୍ତା ମିଳିଥାଏ ସେହି ଆଡକୁ ପଡିବାକୁ ଲାଗେ । ଏହି ବିଷୟ ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକମାନେ ଦୁରଦୂରାନ୍ତରୁ ଆସିଥାନ୍ତି ।

ଗଛରୁ ପାଣି ବାହାରିବା ଫଳରେ ଏହା ବିଲକୁଲ ଝରଣା ପରି ଦେଖାଯାଇଥାଏ । ପ୍ରତିବର୍ଷ ଏହି ଗଛରୁ ପାଣି ବାହାରିଥାଏ । ଏହା ଥଣ୍ଡା ଦିନରେ ହିଁ ଝରିଥାଏ । ପାଣି ଏହି ଗଛର ଖାଲି ସ୍ଥାନରୁ ହେଇ ଉପର ଯାଏଁ ପହଞ୍ଚିଥାଏ ଏବଂ ଏହି ଦୃଶ୍ୟ କାଫି ଦୁର୍ଲଭ ଲାଗେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା କେବଳ ଦିନେ ଅଥବା ଅତିବେଶୀରେ ଦୁଇଦିନ ହୋଇଥାଏ । କିନ୍ତୁ ପୁରା ବର୍ଷ ଯାକ ଏହି ଗଛରୁ ପାଣି ବାହାରିନଥାଏ । କିନ୍ତୁ ଯେତେବେଳେ ବି ହୋଇଥାଏ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ ।

ଗଛରୁ ପାଣି ବାହାରିବା କ୍ଷଣି ଏ ଘଟଣା ମେଟେନେଗ୍ରୀ ଭଳି ମଧ୍ୟପ୍ରଦେଶର ଛିନ୍ଦୱାଡାରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଠାରେ ସ୍ଥାନୀୟ ଲୋକେ ପାଣି ବାହାରିବାର ଦେଖିଲେ । ଏହି ଅସାଧାରଣ ଘଟଣାକୁ ଦେଖି ଲୋକ ଏକାଠି ହେବାରେ ଲାଗିଲେ । ଏହା ଛଡା ଛତିଶଗଡର ଗରିୟାବନ୍ଦ ଜିଲ୍ଲାରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଲା । କିନ୍ତୁ ଏହି ଦୁଇଘଟଣା ମେଟେନେଗ୍ରୀ ତୁଳନାରେ ଅଲଗା ଥିଲା । ଏହି ଦୁଇଟିରେ ପାଣି ଝରଣା ପରି ବହାରୁନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.