Below header

ଏପ୍ରିଲ ୨୦୨୨ରେ ସର୍ବକାଳୀନ ରେକର୍ଡ ଜିଏସ୍‌ଟି ଆଦାୟ, ପ୍ରଥମ ଥର ଲାଗି ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ

କେନ୍ୟୁଜ୍(ବ୍ୟୁରୋ): ଦେଶରେ ଏପ୍ରିଲ ୨୦୨୨ରେ ସର୍ବକାଳୀନ ରେକର୍ଡ ଜିଏସ୍‌ଟି ସଂଗ୍ରହ। ଗୋଟିଏ ମାସରେ ପ୍ରଥମ ଥର ଲାଗି ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ ହୋଇଛି। ଏପ୍ରିଲ ଜିଏସ୍‌ଟି ସଂଗ୍ରହ ପରିମାଣ ରହିଛି ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କା। ମାର୍ଚ୍ଚ ମାସରେ ଜିଏସ୍‌ଟି ସଂଗ୍ରହ ପରିମାଣ ଥିଲା ୧ ଲକ୍ଷ ୪୨ ହଜାର ୯୫ କୋଟି ଟଙ୍କା। ଅର୍ଥାତ ଏପ୍ରିଲ ମାସରେ ଗତମାସଠାରୁ ୨୫ ହଜାର କୋଟି ଟଙ୍କା ଅଧିକ। ୨୦୨୧ ଏପ୍ରିଲ ମାସ ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି। ଏପ୍ରିଲରେ ସଂଗ୍ରହ ହୋଇଥିବା ଜିଏସ୍‌ଟି ମଧ୍ୟରୁ ସିଜିଏସ୍‌ଟି ୩୩, ୧୫୯ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୪୧ ହଜାର ୭୯୩ କୋଟି ଟଙ୍କା ଏବଂ ଆଇଜିଏସ୍‌ଟି ରହିଛି ୮୧ ହଜାର ୯୩୯ କୋଟି ଟଙ୍କା।

ଏପ୍ରିଲ ମାସରେ ଗୋଟିଏ ଦିନର ସର୍ବାଧିକ ଜିଏସ୍‌ଟି ସଂଗ୍ରହ ହୋଇଥିଲା। ଏପ୍ରିଲ ୨୦ ତାରିଖ ଦିନ ୯ ଲକ୍ଷ ୫୮ ହଜାର ଟ୍ରାଞ୍ଜାକ୍‌ସନରୁ ୫୭ ହଜାର ୮୪୭ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଥିଲା। ସେହିଦିନ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ସଂଗ୍ରହ ହୋଇଥିଲା ୮ ହଜାର କୋଟି ଟଙ୍କା। ସେପଟେ ଓଡ଼ିଶାରୁ ଏପ୍ରିଲ ମାସରେ ୪ହଜାର ୯୧୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି। ୨୦୨୧ ଏପ୍ରିଲ ତୁଳନାରେ ଏହା ୨୮ ପ୍ରତିଶତ ଅଧିକ। ଗତ ବର୍ଷ ଏପ୍ରିଲ ମାସରେ ଓଡ଼ିଶାରୁ ୩ ହଜାର ୮୪୯ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.