ଖାଲି ମହିଳା ନୁହେଁ ପୁରୁଷଙ୍କୁ ବି ହେଉଛି ବ୍ରେଷ୍ଟ କ୍ୟାନସର, ଜାଣନ୍ତୁ ଲକ୍ଷଣ

କ୍ୟାନସର କେତେ ପ୍ରକାରର । ଏହାର ଷ୍ଟେଜ କଣ । ଏହାକୁ ନେଇ କୌଣସି ଉତ୍ତର ସଠିକ ହୋଇନପାରେ । କାରଣ ଯୁଗ ହିସାବରେ ରୋଗର ଷ୍ଟ୍ରେନ ଆଉ ରୋଗର ରୂପ ରଙ୍ଗ ବଦଳିବାରେ ଲାଗିଲାଣି । କୋଉ ବି ରୋଗ ଏବେ ଛୋଟ ନୁହେଁ କି ପ୍ରାଇମେରୀ ଷ୍ଟେଜରେ ରୋଗର ରିକଭରି ହୋଇଯିବ ବୋଲି ତାର ମଧ୍ୟ ଗ୍ୟାରେଣ୍ଟି ନାହିଁ । ଉଦାହରଣ ସ୍ୱରୁପ ବ୍ରେଷ୍ଟ କ୍ୟାନସର । ଆମ ସମସ୍ତଙ୍କ ମନରେ ରହିଛି କି ଏହି ବ୍ରେଷ୍ଟ କ୍ୟାନସର କେବଳ ମହିଳାଙ୍କ ମଧ୍ୟରେ କେତେକ କାରଣରୁ ହୋଇଥାଏ ଯାହା ବେଶ ଭୟଙ୍କର । କିନ୍ତୁ କହିରଖୁଛୁ ଏକ ରିସର୍ଚ୍ଚ କହୁଛି କି ଏହି ବ୍ରେଷ୍ଟ କ୍ୟାନସର କୁଆଡେ ପୁରୁଷଙ୍କ ମଧ୍ୟରେ ବି ହେଉଛି । ଜାଣିବା ବିସ୍କୃତ ଭାବେ ।

କୌଣସି ବି ରୋଗଠାରୁ ବଞ୍ଚିବା ପାଇଁ ସବୁଠୁ ପ୍ରଥମ ହେଉଛି ସଚେତନତା ଯାହା ପୁରୁଷଙ୍କ ଠାରେ ଏହି ରୋଗକୁ ନେଇ ଦେଖିବାକୁ ମିଳେନି । ବ୍ରେଷ୍ଟ କ୍ୟାନସର ଖାଲି ମହିଳା ନୁହେଁ ବରଂ ପୁରୁଷଙ୍କ ଠାରେ ଅର୍ଥାତ ପୁରୁଷଙ୍କ ବ୍ରେଷ୍ଟରେ ମଧ୍ୟ ହୋଇଥାଏ । କିନ୍ତୁ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଭିତରେ ଏହା କମ ହୋଇଥାଏ । କିନ୍ତୁ ଡକ୍ଟର ସବୁବେଳେ ସଚେତନ ରହିବାକୁ ପରାମର୍ଶ ଦିଅନ୍ତି । କାରଣ ପୂର୍ବ କିଛି ବର୍ଷ ଭିତରେ ପୁରୁଷଙ୍କଠାରେ ଏହା ବଢିବାର ଦେଖାଯାଇଛି । ହେଲେ ପୁରୁଷମାନେ ଏହାକୁ ନେଇ ସଚେତନ ନୁହନ୍ତି । ପ୍ରଥମରୁ ଧ୍ୟାନ ନଦେବା ହେତୁ ଏହା ଆଡଭାନ୍ସ ଷ୍ଟେଜରେ ଚାଲଯାଇଥାଏ ଯାହା ପର ସମୟରେ ସମସ୍ୟା ଆଣିଥାଏ ।

ଡାକ୍ତରଙ୍କର କହିବା କଥା କି କିଛି ମୁଖ୍ୟ କାରଣ ହେତୁ ପୁରୁଷଙ୍କ ମଧ୍ୟରେ ବ୍ରେଷ୍ଟ କ୍ୟାନସରର ବିପଦ ବଢିଯାଇଥାଏ । ଦିଲ୍ଲ୍‌ୀର ଜଣେ ଡାକ୍ତର ଡକ୍ଟର ପିବି ମିଶ୍ରା କୁହନ୍ତି କି ଅଧିକାଂଶ କାରଣ ହେରିଡିଟାରୀ ହୋଇଥାଏ ଅର୍ଥାତ ବଂଶାନୁକ୍ରମିକ । ପାରିବାରିକ ହିଷ୍ଟ୍ରି ଥିବା ହେତୁ ରୋଗର ସମସ୍ୟା ବଢିଯାଇଥାଏ । ଏମିତିକି କୌଣସି ବ୍ୟକ୍ତି ଯଦି ନିଜ ଛାତି ଉପରେ ରେଡିଏସନ ଥେରାପି ନେଇଥିବେ ତେବେ ତାଙ୍କ ଠାରେ ବ୍ରେଷ୍ଟ କ୍ୟାନସରର ବିପଦ ବଢିଥାଏ । ଏହାଛଡା ଖରାପ ଲାଇଫଷ୍ଟାଇଲ ଓ କିଛି ଜେନେଟିକ ଡିଜଅର୍ଡର କାରଣରୁ ବି ପୁରୁଷଙ୍କ ମଧ୍ୟରେ ବ୍ରେଷ୍ଟ କ୍ୟାନସର ହେବାର ସମ୍ଭାବନା ଥାଏ ।

ପୁରୁଷଙ୍କ ମଧ୍ୟରେ ବ୍ରେଷ୍ଟ କ୍ୟାନସରର ଅଧିକାଂଶ ମାମଲା ୬୦ବର୍ଷରୁ ଅଧିକ ବୟସ୍କ ପୁରୁଷଙ୍କ ମଧ୍ୟରେ ଦେଖାଦେଇଛି । ଏହାର ପ୍ରମୁଖ ଲକ୍ଷଣ ହେଉଛି ଛାତିରେ ନିପଲ ପାଖରେ ଏକ ଜମାଟ ଭଳି ଅନୁଭବ ହେବ । ନିପଲ ଉପରେ ବ୍ରଣ ଭଳି ଘା ହେବା, ନିପଲ ଭିତରକୁ ପଶିଯିବା, ନିପଲ ଡ଼ିସଚାର୍ଜ ହେବା ଓ ଏଥିରେ ଦରଜ ହେବା, ଫୁଲିବା ସହ ରକ୍ତ ବାହାରିବା । ଏହାଛଡା ପ୍ରାୟ ସମୟରେ ଥକ୍କା ଲାଗିବା, ରୋଗୀ ଭଳି ସବୁ ସମୟରେ ଲାଗିବା, ହାଡ ଗୁଡିକରେ କଷ୍ଟ ହେବା, ନିଶ୍ୱାସ ନେବାରେ ସମସ୍ୟା ଓ ଶରୀରରେ କୁ୍‌ଣ୍ଡେଇବା ହେବା ଆଦି ବ୍ରେଷ୍ଟ କ୍ୟାନସରର ଲକ୍ଷଣ ।

ଯଦି ଏଭଳି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ସ୍ପେଶାଲିଷ୍ଟଙ୍କୁ ଦେଖା କରିବା ଉଚିତ । ଡକ୍ଟର ମିଶ୍ରାଙ୍କର କହିବା କଥା କି ଲକ୍ଷଣ ଦେଖିବା ପରେ ରୋଗୀର ବାୟୋପ୍ସି କରାଯାଇଥାଏ । ଏହା ଦ୍ୱାରା ଛାତିରେ ହୋଇଥିବା ଜମାଟରୁ ଏକ ଛୋଟ ଖଣ୍ଡ ବାହାର କରି ଟେଷ୍ଟ ପାଇଁ ଲ୍ୟାବକୁ ପଠାଯାଏ । ଯାଞ୍ଚ ପରେ ଜଣାପଡେ କି ଏହା କ୍ୟାନସର ପାଇଁ ହୋଇଛି ଅଥବା ନୁହେଁ । ବ୍ରେଷ୍ଟ କ୍ଯାନସର ପାଇଁ ଅନ୍ୟାନ୍ୟ ଟେଷ୍ଟ ଗୁଡିକ ମଧ୍ୟ ରହିଛି । ଯାହାଫଳରେ ଜଣାପଡିବ କି କ୍ୟାନସର କେଉଁ ଷ୍ଟେଜରେ ରହିଛି ।

ଯେଭଳି ଭାବେ ମହିଳାଙ୍କ ମଧ୍ୟରେ ବ୍ରେଷ୍ଟ କ୍ୟାନସର ଚିକିତ୍ସା କରାଯାଏ ସେଭଳି ଭାବେ ପୁରୁଷଙ୍କ ଠାରେ ବି ସମନା ଚିକିତ୍ସା କରାଯାଇଥାଏ । ସାଧାରଣତ ବ୍ରେଷ୍ଟ କ୍ୟାନସରରେ ୩ପ୍ରକାରର ଚିକିତ୍ସା କରାଯାଏ । ପ୍ରଥମରେ ତ ଅପରେସନ କରାଯାଇ ଛାତିରେ ହୋଇଥିବା ଜମାଟକୁ ବାହାର କରାଯାଇଥାଏ । ଦ୍ୱିତୀୟରେ ପିଡୀତ ରୋଗୀର କେମୋଥେରାପି କରାଯାଇଥାଏ । ଏଥିରେ ମେଡିସିନ ଦ୍ୱାରା କ୍ୟାନସର ପ୍ରଭାବିତ କୋଷିକାକୁ ନଷ୍ଟ କରାଯାଏ । ତୃତୀୟରେ ରେଡିଏସନ ଥେରାପି ଚିକିତ୍ସା ହୋଇଥାଏ । ଏଥିରେ ହାଇ ଏନର୍ଜି ଏକ୍ସରେ ଏବା ଗାମା ରେଜ ରେଡିଏସନ ମାଧ୍ୟମରେ ବ୍ରେଷ୍ଟ କ୍ୟାନସରର ଚିକିତ୍ସା କରାଯାଇଥାଏ ।

ଡକ୍ଟର ମିଶ୍ରାଙ୍କ ହିସାବରେ ସବୁ ଲୋକଙ୍କୁ ଏହା ଜାଣିବା ନିହାତି ଆବଶ୍ୟକ କି ବ୍ରେଷ୍ଟ କ୍ୟାନସର କେବଳ ମହିଳାଙ୍କ ମଧ୍ୟରେ ହୋଇନଥାଏ । ତେଣୁ କୌଣସି ପ୍ରକାର ସମସ୍ୟା ଦେଖିଲେ ବା ଜାଣିଲେ ସାବଧାନ ରହିବା ଜରୁରି ଓ ଯାଞ୍ଚ କରିନେବା ସଠିକ ରହିବ । ଯେତେ ଶୀଘ୍ର ଟ୍ରିଟମେଣ୍ଟ କରାଯାଇପାରିବ ଚିକିତ୍ସା ସେତେ ସହଜ ହେବ ଓ ରୋଗୀ ଉପରେ ବପଦ କମିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.