Below header

ଦୁନିଆର ଏକମାତ୍ର ଘଣ୍ଟା, ଯେଉଁଥିରେ କେବେ ବି ବାଜି ନ ଥାଏ ୧୨ଟା!

ସାଧାରଣତଃ ଆମ ଦେଶ ଭାରତରେ ୧୨ ସଂଖ୍ୟାକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଅନେକ ସମୟରେ ଆପଣ ଶୁଣିବାକୁ ପାଇଥିବେ, ଆପଣଙ୍କ ଚେହେରାରେ ୧୨ କାହିଁକି ବାଜିଛି? କିନ୍ତୁ ଆପଣଙ୍କୁ ଏହା ଜାଣି ଆଶ୍ଚଯ୍ୟର୍ ଲାଗିବ ଯେ ଦୁନିଆରେ ଏମିତି ଏକ ଘଣ୍ଟା ଅଛି, ଯେଉଁଥିରେ କେବେ ବି ୧୨ଟା ବାଜି ନ ଥାଏ। ଏହା ପଛରେ ସତ୍ୟତା ଜାଣିଲେ, ଆପଣ ବି ହତ୍‌ବାକ ହୋଇଯିବେ।

ଏହି ଅଜବ ପ୍ରକାରର ଘଣ୍ଟା ସୁଇଜରଲ୍ୟାଣ୍ଡର ସୋଲୋର୍ଥନ ସହରରେ ଅଛି। ସହରର ଟାଉନ୍‌ ସ୍କୋୟାର ଉପରେ ଏକ ଘଣ୍ଟା ଲାଗିଛି। ସେଥିରେ କେବଳ ୧୧ ଅଙ୍କ ପଯ୍ୟର୍ନ୍ତ ଡିଜିଟ୍‌ ରହିଛି। ଆଉ ନମ୍ବର ୧୨ ଗାଏବ ଅଛି। ସେଠାରେ ଆଉ ବି କେତେକ ଘଣ୍ଟା ରହିଛି, ଯେଉଁଥିରେ ୧୨ଟା ବାଜି ନ ଥାଏ।

ଏହାସହ ପଢ଼ନ୍ତୁ: ମଣିଷ ଭଳି ସାପ ବି ନିଏ ପ୍ରତିଶୋଧ, ଗାଡି ଚଢ଼ାଇଥିବା ଲୋକକୁ ମାରିବାକୁ ଘଣ୍ଟାଏ ଅପେକ୍ଷା କଲା ନାଗ

ସୋଲୋର୍ଥନ ସହରର ସବୁଠାରୁ ବଡ଼ ଖାସିୟତ୍‌ ହେଲା, ଏଠାକାର ଲୋକଙ୍କୁ ୧୧ ଅଙ୍କ ପ୍ରତି ବହୁତ ଦୁର୍ବଳତା ରହିଛି। ଏପରି କି, ଏଠାରେ ଯେଉଁ ବି ସବୁ ଜିନିଷ ଅଛି, ସେଗୁଡ଼ିକର ଡିଜାଇନ୍‌ ୧୧ ନମ୍ବର ଆଖପାଖରେ ହିଁ ଥାଏ।

b

ଆପଣଙ୍କୁ ଆଶ୍ଚଯ୍ୟର୍ ଲାଗିବ ଯେ ଏଠାରେ ଥିବା ଚର୍ଚ୍ଚ ଏବଂ ଛୋଟ ଛୋଟ ଉପାସନା ଘର ସଂଖ୍ୟା ୧୧-୧୧ ରହିଛି। ଏହାଛଡ଼ା ସଂଗ୍ରହାଳୟ, ଐତିହାସିକ ଝରଣା ଏବଂ ଟାଓ୍ଵର ମଧ୍ୟ ୧୧ଟି ରହିଛି। ଏଠାକାର ସେଣ୍ଟ ଉର୍ସୁସର ମୁଖ୍ୟ ଚର୍ଚ୍ଚରେ ୧୧ ନମ୍ବରର ମହତ୍ତ୍ୱ ଲେଖାଯାଇଥିବା ଆପଣଙ୍କୁ ସ୍ପଷ୍ଟ ଦେଖାଯିବ। ପ୍ରକୃତରେ, ଏହି ଚର୍ଚ୍ଚ ନିର୍ମାଣ ପାଇଁ ୧୧ ବର୍ଷ ସମୟ ଲାଗିଥିଲା। ଏଠାରେ ୩ଟି ସିଡି ରହିଛି, ପ୍ରତ୍ୟେକଟିରେ ୧୧ଟି ଲେଖାଏ ପାହାଚ ଅଛି। କେବଳ ଏତିକିି ନୁହେଁ, ଏଠାରେ ୧୧ଟି କବାଟ ଏବଂ ୧୧ଟି ଘଣ୍ଟି ମଧ୍ୟ ଅଛି।

ଏହାସହ ପଢ଼ନ୍ତୁ: ନିଉଟନଙ୍କ ପାଖରେ ସେଓ ପଡିବା ପରି ହ୍ୱାଟ୍ସଆପର ମଧ୍ୟ ରହିଛି ଏକ ଆକର୍ଷଣୀୟ କାହାଣୀ

ଏଠାକାର ଲୋକଙ୍କୁ ୧୧ ନମ୍ବର ସହ ଏତେ ଦୁର୍ବଳତା ରହିଛି ଯେ ସମସ୍ତେ ନିଜର ୧୧ତମ ଜନ୍ମଦିନକୁ ବହୁତ ଖାସ୍‌ ତରିକାରେ ପାଳନ କରିଥାଆନ୍ତି। ଜନ୍ମଦିନରେ ଦିଆଯାଉଥିବା ଗିଫ୍ଟ ମଧ୍ୟ ୧୧ ସଂଖ୍ୟା ସହ ଜଡ଼ିତ ଥାଏ।

c3

୧୧ ସଂଖ୍ୟା ପ୍ରତି ଲୋକଙ୍କୁ ଥିବା ଦୁର୍ବଳତା ପଛରେ ଶହ ଶହ ବର୍ଷ ଧରି ଏକ ମାନ୍ୟତା ରହିଆସିଛି। କୁହାଯାଏ, ଦିନ ଥିଲା, ସୋଲୋର୍ଥନର ଲୋକେ ବହୁତ ପରିଶ୍ରମ କରୁଥିଲେ, ଏହା ସତ୍ତ୍ୱେ ସେମାନଙ୍କ ଜୀବନରେ ଖୁସି ନ ଥିଲା। ପରେ ଏଠାରେ ପାହାଡ଼ଗୁଡ଼ିକରୁ ଏଲ୍ଫ(ଏକ ପ୍ରକାର କ୍ଷୁଦ୍ର ଜୀବ) ଆସିବାରେ ଲାଗିଲେ। ଏହାପରେ ଲୋକଙ୍କର ମନୋବଳ ବଢ଼ିବାରେ ଲାଗିଲା। ଏଲ୍ଫ ଆସିବା ପରେ ଲୋକଙ୍କ ଜୀବନ ଖୁସିରେ ଭରିଗଲା।

ଏହାସହ ପଢ଼ନ୍ତୁ: ଦିନକୁ କେତେ ଘଣ୍ଟା ଶୋଇଥାଏ ସିଂହ? ଜାଣନ୍ତୁ ସିଂହ ସହ ଜଡ଼ିତ ୧୫ଟି ରୋଚକ କଥା

ପ୍ରକୃତରେ, ଏଲ୍ଫ ବିଷୟରେ ଜର୍ମାନୀର ପୌରାଣିକ କାହାଣୀରେ ଶୁଣିବାକୁ ମିଳିଥାଏ। କୁହାଯାଏ, ସେମାନଙ୍କ ପାଖରେ ଅଲୌକିକ ଶକ୍ତି ରହିଥିଲା। ଆଉ ଜର୍ମାନ ଭାଷାରେ ଏଲ୍ଫର ଅର୍ଥ ‘୧୧’ ହୋଇଥାଏ। ଏଥିପାଇଁ ସୋଲୋର୍ଥନର ଲୋକେ ଏଲ୍ଫକୁ ୧୧ ନମ୍ବରରେ ଯୋଡ଼ିଦେଇଥିଲେ। ସେବେଠାରୁ ଏଠାକାର ବାସିନ୍ଦା ୧୧ ନମ୍ବରକୁ ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.