Below header

ଭଲ ଭାବେ ଦେଖନ୍ତୁ ଏହି କୁନି ଝିଅର ଫଟୋକୁ, ଆପଣ ବି ୨ ମିନିଟ୍‌ ଯାଏ କିଛି ବୁଝିପାରିବେ ନାହିଁ

ଏବେ ଏବେ ସୋସିଆଲ ମିଡିଆରେ ଏକ କୁନି ଝିଅର ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଲୋକଙ୍କ ପାଇଁ ଏହି ଫଟୋ ଏକ ଅପ୍ଟିକାଲ ଇଲ୍ୟୁଜନ ବନିଯାଇଛି। ଫଟୋଟି ସୋସିଆଲ ମିଡିଆ ୟୁଜରଙ୍କ ଧ୍ୟାନକୁ ନିଜ ଆଡ଼କୁ ଆକର୍ଷିତ କରୁଛି।

ଏହାସହ ପଢ଼ନ୍ତୁ: କୁକୁର ଛୁଆକୁ ମା’ ଭଳି ସ୍ନେହ ଦେଲା ମାଙ୍କଡ଼, ଦେଖିଲେ ଆପଣ ବି ରୋକିପାରିବେନି ଲୁହ

ଭାଇରାଲ ଫଟୋରେ କୁନି ଝିଅ ତଳେ ଛିଡ଼ାହୋଇଥିବାର ଦେଖିବାକୁ ମିଳୁଛି। କିନ୍ତୁ ୟୁଜରଙ୍କୁ ଏହି ଫଟୋ ଅଜବ ଲାଗୁଛି। କାରଣ, ଏଥିରେ ଦେଖିବାକୁ ମିଳୁଥିବା ଝିଅର ଗୋଡ଼ କିଛି ଭିନ୍ନ ଭାବେ ନଜର ଆସୁଛି। ପ୍ରଥମ ନଜରରେ ଆପଣଙ୍କୁ ଝିଅଟିର ଗୋଡ଼ ଖୁବ୍‌ ପତଳା ଏବଂ ଲମ୍ବା ବୋଲି ଲାଗିବ।

girl43

ଏହାକୁ କେବଳ ଅପ୍ଟିକାଲ ଇଲ୍ୟୁଜନ କୁହାଯାଉଛି, ଯାହାକି ଏକ ଟ୍ରାନ୍ସପରେଣ୍ଟ ପପ୍‌କର୍ଣ୍ଣ ପ୍ୟାକେଟ୍‌ ଯୋଗୁ ହୋଇଛି। ଏହି ପପ୍‌କର୍ଣ୍ଣ ପ୍ୟାକେଟ୍‌କୁ ଝିଅଟି ହାତରେ ଧରିଛି। ପପ୍‌କର୍ଣ୍ଣର ରଙ୍ଗ ବ୍ୟାକ୍‌ଗ୍ରାଉଣ୍ଡ ରଙ୍ଗ ସହିତ ମିଶିଯାଉଛି, ଯାହାଫଳରେ ଲୋକଙ୍କୁ ଝିଅଟିର ଗୋଡ଼ ଲମ୍ବା ଏବଂ ପତଳା ବୋଲି ଜଣାପଡ଼ୁଛି।

ଏହାସହ ପଢ଼ନ୍ତୁ: ହାଇଦ୍ରାବାଦ କାଣ୍ଡ : ଅଭିଯୁକ୍ତଙ୍କୁ ଏକାଉଣ୍ଟର ପରେ ଏପରି ଖୁସି ଜାହିର କଲେ ନିର୍ଭୟା ମା ଏବଂ ସ୍କୁଲ ଛାତ୍ରୀ

ଜଣେ ୟୁଜର ଲେଖିଛନ୍ତି, ‘ମୋତେ ପ୍ରଥମରୁ ବହୁତ ଖରାପ ଲାଗିଥିଲା, କିନ୍ତୁ ପରେ ମୁଁ ଜୋର୍‌ରେ ହସିବାକୁ ଲାଗିଥିଲି’। ସେହିପରି ଆଉ ଜଣେ ଲେଖିଥିଲେ, ‘ମୋତେ ଲାଗିଥିଲା ଏହି ଝିଅ କେତେ ପତଳା ଏବଂ ତାଙ୍କ ବୁଟ୍‌ସ ଗୋଡ଼ ବାହାରକୁ ଚାଲିଆସୁଛି। ଫଟୋକୁ ବୁଝିବା ପାଇଁ ମୋତେ ୨ ମିନିଟ୍‌ ସମୟ ଲାଗିଥିଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.