ଦିଲ୍ଲୀ ନିର୍ଭୟା ଦୁଷ୍କର୍ମକାରୀଙ୍କ ରାଜକ୍ଷମା ଆବେଦନକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ କଲା ଖାରଜ, ରାଷ୍ଟ୍ରପତିଙ୍କ ପାଖକୁ ପଠାଗଲା ଫାଇଲ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ନିର୍ଭୟା ଦୁଷ୍କର୍ମକାରୀଙ୍କ ରାଜକ୍ଷମା ଆବେଦନ ଖାରଜ । ରାଜକ୍ଷମା ଆବେଦନ ଖାରଜ କଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହାପରେ ରାଷ୍ଟ୍ରପତିଙ୍କ ପାଖକୁ ଫାଇଲ ପଠାଯାଇଛି । ନିର୍ଭୟା ମାମଲାରେ ଦୋଷୀ ବିନୟ ଶର୍ମା ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲା । ହେଲେ ଗୃହମନ୍ତ୍ରାଳୟ ରାଜକ୍ଷମା ଆବେଦନକୁ ଖାରଜ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି । ୨୦୧୨ଦିଲ୍ଲୀରେ ବସ ଭିତରେ ଜଣେ ପାରା ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମମଲାରେ ୫ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ତବେ ୨୦୧୩ ମସିହା ମାର୍ଚ୍ଚରେ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା । ଅନ୍ୟ ୩ ଜଣ ପବନ ଗୁପ୍ତା, ଅକ୍ଷୟ ଠାକୁର ଓ ମୁକେଶ ସିଂ ରାଜକ୍ଷମା ପାଇଁ ଆବେଦନ କରିନଥିବା ବେଳେ ବିନୟ ଶର୍ମା ରାଜକ୍ଷମା ପାଇଁ ଆବେଦନ କରିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.